ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ନିମାପଡ଼ା,୧୯ା୩(ଡି.ଏନ୍‌.ଏ.): ପୁରୀ ଜିଲା କଣାସ ବ୍ଲକ ଗଡ଼ିଶାଗଦା ଥାନା ଜାଗୁଳାଇ ପଦର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଡ଼ାଇ ଗୋଡ଼ାଇ ଗାଁ ଦାଣ୍ଡରେ ଫାର୍ସାରେ ମୁଣ୍ଡକୁ ହାଣିଛନ୍ତି ଗୋଟିଏ ଗୋଷ୍ଠୀର ଲୋକ। ଫଳରେ ଏହି ଗୋଷ୍ଠୀ ସଂଘର୍ଷରେ ୩ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଜନୈତିକ ବିବାଦରୁ ଏହି ହିଂସାକାଣ୍ଡ ଘଟିଥିବା ଜଣାପଡ଼ିଛି।