ଗାଜାରେ ଥମୁନି ସଂଘର୍ଷ

ଜେରୁଜେଲମ୍‌/ଗାଜା ସିଟି,୧୯ା୫: ବିବାଦୀୟ କ୍ଷେତ୍ର ଜେରୁଜେଲମ୍‌କୁ ନେଇ ଗତ ସପ୍ତାହରେ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ରକ୍ତାକ୍ତ ସଂଘର୍ଷ ଥମିବାର ନାଁ ନେଉନାହିଁ। ଗାଜା ଷ୍ଟ୍ରିପ୍‌ରେ ୬୧ ଶିଶୁଙ୍କ ସମେତ ୨୧୨ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ସେହିପରି ଇସ୍ରାଏଲ୍‌ରେ ୨ ଶିଶୁଙ୍କ ସମେତ ୧୦ ଜଣ ନିହତ ହେଲେଣି। ଗାଜାରେ ପ୍ରାଣ ହରାଇଥିବା ଅଧିକାଂଶ ହମାସ କଠୋରପନ୍ଥୀ ବୋଲି ଇସ୍ରାଏଲ୍‌ ଦାବି କରିଛି। ଏହି ସଂଘର୍ଷ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛି। ଅନେକ ରାଷ୍ଟ୍ରର ମାନବୀୟ ସହାୟତା ଉପଲବ୍ଧ କରାଉଥିବା ସଂସ୍ଥାଗୁଡ଼ିକ ସଂଘର୍ଷ ରୋକିବାକୁ ଉଭୟ ପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।
ଘମାଘୋଟ ଲଢ଼େଇ ମଧ୍ୟରେ ଇସ୍ରାଏଲ୍‌ ସେନା କହିଛି ଯେ, ହମାସ ଓ ପାଲେଷ୍ଟାଇନ୍‌ର ଅନ୍ୟ ସଙ୍ଗଠନଗୁଡ଼ିକ ପକ୍ଷରୁ ପ୍ରାୟ ୪,୦୦୦ ରକେଟ ମାଡ଼ କରାଯାଇଛି। କିନ୍ତୁ ସେଥିରୁ ଅଧିକାଂଶ ରକେଟ ଇସ୍ରାଏଲ୍‌ର ସୁରକ୍ଷା କବଚ କାରଣରୁ ଭୂମି ସ୍ପର୍ଶ କରିବା ପୂର୍ବରୁ ନଷ୍ଟ ହୋଇଯାଇଛି। ଇସ୍ରାଏଲ୍‌ ପାଇଁ ଢାଲ ସାଜିଥିବା ଏହି ଆଣ୍ଟାଇ ମିସାଇଲ ଡିଫେନ୍ସ ସିଷ୍ଟମ୍‌କୁ ଆଇରନ୍‌ ଡୋମ୍‌ କୁହାଯାଏ। ଏହା ୯୦% ସଫଳ ହେଉଥିବା ଇସ୍ରାଏଲ୍‌ ଦାବି କରିଛି। ଏହା ରକେଟକୁ ଜନବସତି ଅଞ୍ଚଳରେ ଖସିବା ପୂର୍ବରୁ ଟାର୍ଗେଟ କରିଥାଏ। ଏହି ସିଷ୍ଟମ୍‌କୁ ୨୦୧୧ ମସିହାରୁ ବ୍ୟବହାର କରାଯାଉଛି। ପ୍ରତ୍ୟେକ ଇଣ୍ଟରସେପ୍ଟରର ମୂଲ୍ୟ ପ୍ରାୟ ୧.୫ ଲକ୍ଷ ଡଲାର। ୨୦୦୬ରେ ଇସ୍‌ଲାମିକ୍‌ ସମୂହ ହିଜ୍‌ବୁଲ୍ଲା ବିଦ୍ରୋହୀଙ୍କ ସହ ଲଢ଼େଇ ପରେ ଇସ୍ରାଏଲ୍‌ ଏହି କାରିଗରି ଉପରେ କାମ ଆରମ୍ଭ କରିଥିଲା। ହିଜ୍‌ବୁଲ୍ଲା ଇସ୍ରାଏଲ୍‌କୁ ଟାର୍ଗେଟ କରି ହଜାର ହଜାର ରକେଟ ଛାଡ଼ିଥିଲେ। ଏଥିରେ ବହୁସଂଖ୍ୟକ ଇସ୍ରାଏଲୀ ନିହତ ହୋଇଥିଲେ। ଏହି ଆକ୍ରମଣର ବର୍ଷେ ପରେ ଇସ୍ରାଏଲର ସରକାରୀ କମ୍ପାନୀ ରାଫାଲ୍‌ ଡିଫେନ୍ସ ସୁରକ୍ଷା ଦୃଷ୍ଟିରୁ ଦେଶ ପାଇଁ ଏକ ମିସାଇଲ ଢାଲ ତିଆରି କରିବାକୁ ନିଷ୍ପତ୍ତି ନେଇଥିବା କହିଥିଲା। ଉକ୍ତ ପ୍ରୋଜେକ୍ଟ ପାଇଁ ଇସ୍ରାଏଲ୍‌କୁ ଆମେରିକା ପକ୍ଷରୁ ୨୦ କୋଟି ଡଲାର ସହାୟତା ମିଳିଥିଲା।

ଅସ୍ତ୍ରବିରତି ପାଇଁ ବାଇଡେନ୍‌ଙ୍କ ପରାମର୍ଶ

ଗାଜାରେ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଥିବା ସଂଘର୍ଷର ୮ ଦିନ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଅସ୍ତ୍ରବିରତି ଦାବିକୁ ସମର୍ଥନ ଦେଇଛନ୍ତି। ତେବେ ଆମେରିକା ପୁଣି ଥରେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ହିଂସା ବନ୍ଦ କରିବା ପାଇଁ ବିବୃତି ଜାରି ପ୍ରୟାସରେ ବାଧା ଦେଇଛି। ଇତିମଧ୍ୟରେ ଅସ୍ତ୍ରବିରତି ପରାମର୍ଶ ସତ୍ତ୍ୱେ ଉଭୟ ପକ୍ଷରୁ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜାରି ଏକ ବିବୃତି ମୁତାବକ ବାଇଡେନ୍‌ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କୁ କହିଛନ୍ତି ଯେ, ଆମେରିକା ଗାଜାରେ ହିଂସା ରୋକିବା ପାଇଁ ଇଜିପ୍ଟ ଓ ଅନ୍ୟ ଦେଶଗୁଡ଼ିକ ସହ ମିଶି କାମ କରୁଛି। ନିରୀହ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଇସ୍ରାଏଲ୍‌ ଯଥାସମ୍ଭବ ଉଦ୍ୟମ କରୁ ବୋଲି ବାଇଡେନ୍‌ କହିଛନ୍ତି। ସେହିପରି ଜାତିସଂଘ ସୁରକ୍ଷା ପରିଷଦରେ ବିତର୍କ ବେଳେ ସୋମବାର ଭାରତର ରାଷ୍ଟ୍ରଦୂତ ଟି.ଏସ୍‌. ତିରୁମୂର୍ତ୍ତି ଉଭୟ ପକ୍ଷଙ୍କୁ ସଂଯମ ରହିବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri