ଜମିବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟଣା: ପୋଲିସର ଏକତରଫା ଗିରଫଦାରୀକୁ ଚାଷୀ ମୁଲିଆ ସୁରକ୍ଷା ସମିତିର ବିରୋଧ  

ଦାରିଙ୍ଗବାଡି, ୨୪।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରାମ୍ବୁଲି ଏବଂ ମିଞ୍ଜାପାଙ୍କା ଗ୍ରାମବାସୀଙ୍କ ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀ ପକ୍ଷରୁ ଆହତ ହୋଇଥିଲେ। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ରାମ୍ବୁଲି ଗ୍ରାମର ଚାରିଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ କାମଦେବ ମଳିକ, ସାମନ୍ତ ମଳିକ, ଯୁବରାଜ ମଳିକ ଏବଂ ସୁବାସ ମଳିକବୋଲି ବ୍ରାହ୍ମଣୀଗାଁ ପୋଲିସ କହିଛି ସେମାନଙ୍କ ନାମରେ ମାମଲା (୭୨/୨୫ )ରୁଜୁ କରାଯାଇଛି ଏବଂ ଘଟଣାର ଅଧିକ ତଦନ୍ତ କରାଯାଉଛି। ସେହିପରି ଅନ୍ୟ ପକ୍ଷର ଅଭିଯୋଗ ପାଇ ପୋଲିସ ମିଞ୍ଜାପାଙ୍କାର ୨ ଜଣଙ୍କୁ ଥାନାରେ ଅଟକ ରଖିଥିବା ପୋଲିସ ସୂତ୍ର ରୁ ଜଣାପଡିଛି । ୪ ଗିରଫ ବ୍ୟକ୍ତିଙ୍କୁ ବ୍ରାହ୍ମଣୀଗାଁ ଥାନାରୁ ଦାରିଙ୍ଗବାଡି ଥାନା କୁ ଅଣାଯାଇଛି ବିଳମ୍ବିତ ରାତି ସୁଦ୍ଧା ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।
ସୂଚନାଯୋଗ୍ୟ, ରାମ୍ବୁଲି ଗ୍ରାମର କିଛି ଲୋକଙ୍କୁ ସରକାର ଜମିପଟ୍ଟା ଯୋଗାଇଥିଲେ। ଉକ୍ତ ଜମିପଟ୍ଟା କୁ ନେଇ ରାଜସୱନିରୀକ୍ଷକ ଦିଲୀପ କୁମାର ସାହୁ ରାମ୍ବୁଲି ଗ୍ରାମବାସୀର ଉକ୍ତ ଜମିପଟ୍ଟା ପାଇଥିବା ଉପଭୋକ୍ତା ମାନଙ୍କୁ ଜମି ଚି଼ହ୍ନଟ କରି ଦେଇଥିଲେ ତେବେ ମିଞ୍ଜାପାଙ୍କା ଲୋକଙ୍କ ଉକ୍ତ ଜମି ସେମାନେ ଦୀର୍ଘ ବର୍ଷ ହେଲା ଚାଷ କରୁଥିବା ଦାବି କରିବା ସହ ଉକ୍ତ ଜମିକୁ ମେସିନ ଲଗାଇ ସଫେଇ କରୁଥିଲେ ଏହାକୁ ନେଇ  ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ସଂଘର୍ଷ ହୋଇଥିଲା। ପରେ ଏନେଇ ଥାନାରେ ଆଲୋଚନା ପାଇଁ ସାଂରେ ପୋଲିସ ପ୍ରଶାସନ, ଅତିରିକ୍ତ ତହସିଲଦାର ଫାଲ୍ଗୁନୀ କୁମାର, ରାଜସୱ ନିରୀକ୍ଷକ ଦିଲୀପ କୁମାର ସାହୁ, ଏବଂ ଉଭୟଗୋଷ୍ଠୀ ବସି ଆଲୋଚନା ହୋଇଥିଲା। ତହସିଲ କାର୍ଯ୍ୟାଳୟ ପକ୍ଷରୁ ମିଞ୍ଜାପାଙ୍କା ଲୋକଙ୍କୁ ପନ୍ଦର ଦିନ ମଧ୍ୟରେ ରାମ୍ବୁଲି ଲୋକଙ୍କୁ ଦିଆଯାଇଥିବା ଜମି ଯଦି ତାଙ୍କର ତେବେ ପ୍ରମାଣ ଦିଆଯିବାକୁ କୁହାଯାଇଥିଲା। ତେବେ କିଛି ମାତ୍ରା ରେ ଆଲୋଚନା ଫଳପ୍ରଦ ହୋଇଥିଲେ ମଧ୍ୟ ଯେଉଁ ଭଳି ଆକ୍ରମଣ ଓ ପ୍ରତିଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି। ତାର ତଦନ୍ତ କରାଯାଇ ଗିରଫଦାରୀ କରାଯିବ ବୋଲି ପୋଲିସ କହିଛି । ଫଳରେ ଉଭୟ ଗୋଷ୍ଠୀ ପାଇଁ ଅଡୁଆ ବଢିଥିବା ଜଣାପଡିଛି।

Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

ଅବସର ନେଲେ ରାଜେନ୍ଦ୍ର କୁମାର, କେଏସୟୁବିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ କୁମୁନ୍ଦ ମହାପାତ୍ର

ଭଞ୍ଜନଗର,୩୧।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷ ପଦବୀରୁ ଶନିବାର ଅବସର ନେଇଛନ୍ତି। ଏନେଇ ସନ୍ଧ୍ୟାରେ…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri