ଆନନ୍ଦପୁର ବ୍ଲକରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି: ବିଡିଓଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ…

ବଞ୍ଚୋ, ୧।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ବ୍ଲକ ପରିସରରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ହାତାହାତି ଘଟଣାକୁ ନେଇ ବ୍ଲକ ବିକାଶ ଅଧିକାରୀ (ବିଡିଓ)ଙ୍କ ବିରୋଧରେ ଉଠୁଥିବା ଅଭିଯୋଗକୁ ଭାଜପାର ନେତା ଟୁକୁନା ମହାନ୍ତ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।ସେ କହିଛନ୍ତି ଯେ, ଏହା ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ଏକ ବ୍ୟକ୍ତିଗତ ବିବାଦ ଥିଲା ଏବଂ ଏହି ଘଟଣା ସହ ବିଡିଓଙ୍କର କୌଣସି ପ୍ରକାର ସମ୍ପୃକ୍ତତା ନାହିଁ। ବିଡିଓଙ୍କୁ ଅଯଥା ଏହି ବିବାଦରେ ଜଡ଼ାଯାଉଥିବା ବୋଲି ସେ କହିଛନ୍ତି।

ଟୁକୁନା ମହାନ୍ତ ଆହୁରି କହିଛନ୍ତି ଯେ, ପ୍ରକୃତ ତଥ୍ୟ ନଜାଣି କେତେକ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବେ ବିଡିଓଙ୍କ ନାମକୁ ବିବାଦରେ ଟାଣୁଛନ୍ତି, ଯାହା ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ। ତାଙ୍କ କହିବାନୁସାରେ, ବିଡିଓ ସର୍ବଦା ନିରପେକ୍ଷ ଭାବେ ସରକାରୀ କାର୍ଯ୍ୟ ସମ୍ପାଦନ କରୁଛନ୍ତି ଏବଂ ଜନସାଧାରଣଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି। ବ୍ଲକର ବିକାଶମୂଳକ କାର୍ଯ୍ୟ, ଜନଅଭିଯୋଗର ତ୍ୱରିତ ସମାଧାନ ଏବଂ ସ୍ୱଚ୍ଛ ପ୍ରଶାସନ ପ୍ରତି ତାଙ୍କର ପଦକ୍ଷେପ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶଂସିତ ହୋଇଛି। ଏଭଳି ପରିସ୍ଥିତିରେ କୌଣସି ପ୍ରମାଣ ବିନା ବିଡିଓଙ୍କ ବିରୋଧରେ ଅଭିଯୋଗ ଆଣିବା କିମ୍ବା ତାଙ୍କୁ ବିବାଦରେ ଜଡ଼ାଇବା ଉଚିତ ନୁହେଁ ବୋଲି ଟୁକୁନା ମହାନ୍ତ ମତ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share