ବାଟ ହୁଡ଼ିଛି ସ୍ବଚ୍ଛତା

ବ୍ରହ୍ମପୁର,୧୭।୧(ଅଶୋକ କୁମାର ସାହୁ): ୧୫୬ ବର୍ଷର ବ୍ରହ୍ମପୁର ସହର ଶ୍ରେଷ୍ଠ, ସ୍ମାର୍ଟ ଓ ସ୍ବଚ୍ଛତାର ପରିଚୟ ପାଇଛି। ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ରେ ବ୍ରହ୍ମପୁର ରାଜ୍ୟରେ ୪ର୍ଥ ହୋଇଥିବାବେଳେ ଜାତୀୟସ୍ତରରେ ୧୧୧ ର଼୍ୟାଙ୍କ ଛୁଇଁଛି। କିନ୍ତୁ ସ୍ବଚ୍ଛତା କ୍ଷେତ୍ରରେ ବାସ୍ତବତା ଭିନ୍ନ ରହିଛି। ଗ୍ରାଉଣ୍ଡ ଜିରୋରୁ ଅନୁସନ୍ଧାନ ପରେ ସହରର ପ୍ରମୁଖ ରାସ୍ତାକୁ ଛାଡିଦେଲେ ଗଳିକନ୍ଦିର ଖାଲି ସ୍ଥାନଗୁଡିକରେ ଆବର୍ଜନା ଗଦା ହେଉଛି। ଲୋକଙ୍କ ସଚେତନତା ଅଭାବ ହେଉ କିମ୍ବା ବିଇଏମ୍‌ସିର ଅପରାଗତା କେଉଁଠି ନା କେଉଁଠି କେଁ ରହୁଥିବା ଏଥିରୁ ସ୍ପଷ୍ଟ ହୋଇଛି।
ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ସଫେଇ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ବି ସ୍ବଚ୍ଛତା ଆସୁନି। କୋର୍ଟପେଟା ଛକରୁ ଗେଟବଜାର ଗଲାବେଳେ ଶିବ ମନ୍ଦିର ନିକଟ ଖାଲି ଜାଗାରେ ଆବର୍ଜନା ପଡିଛି। ସେଠାରେ ଲୋକେ ପରିସ୍ରା ବି କରୁଛନ୍ତି। ଭାପୁର ବଜାରରୁ ନିମଖଣ୍ଡି ଥାନା ଦେଇ ଆସ୍କାରୋଡକୁ ବାହାରିବାବେଳେ ମୁଖ୍ୟ ରାସ୍ତାରେ ଆବର୍ଜନା ପଡିଛି। ସହର ମଝିରେ ଭଙ୍ଗା ଯାଇଥିବା ଭିକ୍ଟୋରିଆ ମାର୍କେଟର ବିସ୍ତୀର୍ଣ୍ଣ ଜାଗାରେ ଆବର୍ଜନା ଗଦା ହେଉଛି। ଉତ୍କଳ ସିନେମା ରୋଡ ଦେଇ କୁଠାରୀ ମନ୍ଦିର ହୋଇ ପୁରୁଣା ବ୍ରହ୍ମପୁରକୁ ବାହାରିବା ବେଳେ ସବୁଠି ଆବର୍ଜନା ଗଦା ହୋଇ ରହିଛି। ସ୍ବଚ୍ଛତା ସମ୍ପର୍କରେ ଯାହାକୁ ପଚାରିଲେ ବି ସମସ୍ତେ କହୁଛନ୍ତି ଏ କି ସ୍ବଚ୍ଛତା। ଆସିକା ରୋଡ ତାଲୁକା ବନ୍ଧ ଛକ ବିଶ୍ରାମାଗାର ନିକଟରେ ଦୟନୀୟ ଅବସ୍ଥାରେ ଏକ ଶୌଚାଳୟ ଥିବାବେଳେ ସେଠାରେ ବି କୁଢ଼ କୁଢ଼ ଆବର୍ଜନା। ଯାତ୍ରୀମାନଙ୍କୁ ପଚାରିଲେ ଅନ୍ୟ କେଉଁଠି ଅପେକ୍ଷା କଲେ ବସ ରଖୁନି। ତେଣୁ ପୁତ୍ତିଗନ୍ଧମୟ ପରିବେଶରେ ଅପେକ୍ଷା କରିବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି। ବ୍ରହ୍ମପୁରର ଏକି ସ୍ବଚ୍ଛତା ବୋଲି ପ୍ରଶ୍ନ କରୁଛନ୍ତି। ସେହିପରି ଧାନମେରା ସାହି ନିକଟ ଶୌଚାଳୟରେ ତାଲା ଝୁଲୁଛି। କର୍ପୋରେଶନ ରୋଡ ବିଜୁ ପଟ୍ଟନାୟକ ପାର୍କ ନିକଟ ଶୌଚାଳୟକୁ ପରିସ୍ରା କରିବାକୁ ଯିବା ବେଳେ ସେଠାରେ ଥିବା ସଫେଇ କର୍ମଚାରୀ ମନା କରିଥିଲେ। କାହିଁକି ବୋଲି ପଚାରିବାରୁ ସେ କହିଥିଲେ ଭାଙ୍ଗିରୁଜି ଯାଇଛି। ମରାମତି ହେଲେ ଖୋଲାଯିବ। ତାଲୁକା ବନ୍ଧ ନିକଟ ଫୁଲସୁନ୍ଦରୀ ସାହିରେ ପଡିଥିବା ଆବର୍ଜନା ପୋଡା ଚାଲିଥିବା ଦେଖିବାକୁ ମିଳିଛି। ସେଠାକାର ଲୋକଙ୍କୁ ପଚାରିବାରୁ ସେମାନେ କହିଥିଲେ ଯେ, ଆବର୍ଜନା ଉଠୁନି। ଅଞ୍ଚଳ ଗନ୍ଧରେ ଫାଟି ପଡ଼ୁଛି। ତେଣୁ ପୋଡିବାକୁ ବାଧ୍ୟ ହେଉଛୁ ବୋଲି କହିଥିଲେ।କକ
ଅନ୍ୟପକ୍ଷରେ ସ୍ବଚ୍ଛତାକୁ ବ୍ୟାପକ କରିବା ପାଇଁ ଗତ ୧ ତାରିଖରେ ବିଇଏମ୍‌ସି ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ କମିଶନର ଜେ. ସୋନଲ କହିଥିଲେ ଯେ, ପୂର୍ବରୁ ନିଗମ ପକ୍ଷରୁ ୫୩ ଆବର୍ଜନା ସଂଗ୍ରହ ଗାଡିଥିଲା। ଏହାକୁ ୧୩୨କୁ ବୃଦ୍ଧି କରାଯାଇଛି। ଯାହାକି ଆସନ୍ତା ୨୬ ତାରିଖରେ ଉଦଘାଟିତ ହେବ। ବର୍ତ୍ତମାନ ୯୦୦ ସଫେଇ କର୍ମଚାରୀ ଥିବାରୁ ଆର୍ବଜନା ଉଠିବା ସମସ୍ୟା ହେଉଛି। ତେଣୁ ଆଉ ୧୩୦୦ ସଫେଇ କର୍ମଚାରୀ ନିୟୋଜିତ ହେବେ। ଏହା ପୂର୍ବରୁ ଓ୍ବାର୍ଡସ୍ତରରେ ସ୍ବଚ୍ଛତା ଆଣିବା ପାଇଁ କର୍ପୋରେଟରମାନଙ୍କୁ ନେଇ ଏକ ଶିବିର କରାଯାଇଥିଲା। ସେଥିରେ ବି କର୍ପୋରେଟରଙ୍କୁ ଏ ନେଇ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା। ଏଥି ସହିତ ସହରରେ ସ୍ବଚ୍ଛତା ଆଣିବା ପାଇଁ ସ୍ବଚ୍ଛ ସାଥିଙ୍କୁ ବି ନିଯୁକ୍ତ କରାଯାଇଛି। ତଥାପି ସହରର ପରିମଳ ବ୍ୟବସ୍ଥା ସଜାଡ଼ି ହୋଇପାରୁନାହିଁ।

 

ସହରରେ ପଡିଥିବା ଆବର୍ଜନା ସ୍ଥାନରେ ଯଦି ଲୋକେ ପରିସ୍ରା କରିବେ ତେବେ ମୂତ୍ରାଶୟଜନୀତ ରୋଗ ହେବ। ଦୁର୍ଗନ୍ଧ ବାୟୁ ଯୋଗୁ ରୋଗ ପ୍ରତିରୋଧକ ଶକ୍ତି କମିଯିବ। ଚର୍ମରୋଗ ଓ ଅନ୍ୟ ବିଭିନ୍ନ ରୋଗରେ ମନୁଷ୍ୟ ଓ ଜୀବଜନ୍ତୁ ଆକ୍ରାନ୍ତ ହେବେ ଏଥିରେ ସନ୍ଦେହ ନାହିଁ।
ପ୍ରିୟଜିତ ଜେନା, ଆସିଷ୍ଟାଣ୍ଟ ପ୍ରଫେସର,(ହୃଦରୋଗ ଏବଂ ଯକ୍ଷ୍ମା ବିଭାଗ, ଏମକେସିଜି ମେଡିକାଲ)
ରାଜ୍ୟସ୍ତରରେ ବିଇଏମସି ସ୍ବଚ୍ଛ ସର୍ବେକ୍ଷଣରେ ୪ନଂ.କୁ ଉଠିଥିଲେ ବି ଗଳିକନ୍ଦିଗୁଡିକରେ ଆବର୍ଜନା ପଡି ରହୁଛି। ମଶାବଂଶ ବୃଦ୍ଧି ପାଉଛି। ବିଇଏମସି ସ୍ବଚ୍ଛତା ଉପରେ ଜାଗ୍ରତ ବୋଲି କହୁଥିଲେ ବି ଏ କି ସ୍ବଚ୍ଛତା? ସ୍ବଚ୍ଛତା ପାଇଁ ଯୋଜନା କରି କାର୍ଯ୍ୟ କରାଯିବା ଦରକାର।
ରାଜେନ୍ଦ୍ର କୁମାର ପଣ୍ଡା, ସମାଜିକ କର୍ମୀ (ଗଜପତି ନଗର)
ସ୍ବଚ୍ଛତା ପ୍ରତି ବିଇଏମସି ଜାଗ୍ରତ ବୋଲି କହୁଥିଲେ ବି ଆନ୍ତରିକତା ନାହିଁ। ଏ କି ସ୍ବଚ୍ଛତା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ତେଣୁ ରାଜ୍ୟପାଳଙ୍କ ଗସ୍ତ ସମୟରେ ଭାଜପା ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
କାହ୍ନୁ ଚରଣ ପତି, (ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ)
ସହରର ବିଭିନ୍ନ ସାହିରେ ଆବର୍ଜନା ପଡି ରହୁଛି। ସେଥିରୁ ଯେଉଁ ର୍ଦୁଗନ୍ଧ ବାହାରୁଛି ତାହା ଅଙ୍ଗାରକାମ୍ଳରସ୍ତର ବଢ଼ାଇବ। ଆବର୍ଜନା ପୋଡିବା ଅତି ମାରାତ୍ମକ। ସେଥିରୁ ଯେଉଁ ଟକ୍ସିକ ବାହାରିବ ତାହା ଓଜନସ୍ତରକୁ ପ୍ରଭାବିତ କରିବା ସହ ଲୋକଙ୍କୁ ବିଭିନ୍ନ ରୋଗର ଶିକାର ହେବାକୁ ପଡିବ। ଏଥିପାଇଁ ବିଧିବଦ୍ଧ ଯୋଜନା ହେବା ଦରକାର।
ଶୈଳବାଳା ପାଢ଼ୀ, ନିର୍ଦ୍ଦେଶକ, ସେଣ୍ଟର ଫର ଏନଭାଇରନମେଣ୍ଟ ଷ୍ଟଡିଜ ( ଜଙ୍ଗଲ ଓ ପରିବେଶ
ବିଭାଗ, ଓଡ଼ିଶା)


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri