Posted inଜାତୀୟ

ଆଭିମୁଖ୍ୟ ସ୍ପଷ୍ଟ କରୁ କେନ୍ଦ୍ର

ନୂଆଦିଲ୍ଲୀ, ୨୭ା୭: ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ମାଗଣାରେ ବିଭିନ୍ନ ସାମଗ୍ରୀ ବଣ୍ଟନ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ପ୍ରତିଶ୍ରୁତି ଦେବା ଏକ ଗମ୍ଭୀର ପ୍ରସଙ୍ଗ। କେନ୍ଦ୍ର ସରକାର ଏହାର ଯାଞ୍ଚ କରି ମୁକ୍ତ ଉପହାର ପ୍ରଦାନ ପ୍ରତିଶ୍ରୁତି ଉପରେ ନିୟନ୍ତ୍ରଣ ଆଣିବା ପାଇଁ ରାସ୍ତା ବାହାର କରନ୍ତୁ ବୋଲି ସୁୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଏବଂ ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ କରିଥିବା ମାଗଣା ଯୋଜନା ଓ ଅନୁରୂପ ପ୍ରତିଶ୍ରୁତି ଉପରେ ରୋକ ଲଗାଇବା ନିମନ୍ତେ ଅର୍ଥ ଆୟୋଗ ସହ ବିଚାରବିମର୍ଶ କରି ରାସ୍ତା ବାହାର କରିବାକୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌. ଭି. ରମନାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ କ୍ରିଷ୍ଣା ମୁରାରି ଏବଂ ଜଷ୍ଟିସ୍‌ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ଏହା ଉପରେ କେନ୍ଦ୍ରକୁ ରିପୋର୍ଟ ମାଗିଛନ୍ତି। ଆସନ୍ତା ସପ୍ତାହରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି।
ଯୋଜନାକୁ ବିରୋଧ କରି ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ ସୁପ୍ରିମକୋର୍ଟରେ କରିଥିବା ଆବେଦନର ଶୁଣାଣିବେଳେ ଅଦାଲତରେ ଉପସ୍ଥିତ ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କୁ ସିଜେଆଇ ରମନା ଏହା ଉପରେ ତାଙ୍କ ମତ ମାଗିଥିଲେ। ସିବଲ କହିଥିଲେ, ଏହା ଏକ ଗମ୍ଭୀର ବିଷୟ। କିନ୍ତୁ ରାଜନୈତିକ ଉପାୟରେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର। ରାଜ୍ୟଗୁଡ଼ିକୁ ଆବଣ୍ଟନବେଳେ ସମ୍ପୃକ୍ତ ରାଜ୍ୟର କେତେ ଋଣ ରହିଛି ଏବଂ ସେଠାରେ ଚାଲିଥିବା ମାଗଣା ଯୋଜନା ଉପରେ କିମ୍ବା ଅର୍ଥ କମିଶନ ଦୃଷ୍ଟି ଦେବା ଉଚିତ। ଏ ପ୍ରସଙ୍ଗରେ କେନ୍ଦ୍ର ସରକାର କୌଣସି ନିର୍ଦ୍ଦେଶ ଦେବା ନେଇ ଆଶା କରାଯାଇ ନ ପାରେ। ତେଣୁ ଅର୍ଥ କମିଶନ ଏ ଦିଗରେ ଉପାୟ ଚିନ୍ତା କରନ୍ତୁ ବୋଲି ସିବଲ କହିଥିଲେ। ଏଥିସହ ମାଗଣା ଯୋଜନା ଚାଲିବା ଉଚିତ କି ନା ସେ ବିଷୟରେ କେନ୍ଦ୍ର ସରକାର ନିଜ ଆଭିମୁଖ୍ୟ ରଖନ୍ତୁ ବୋଲି ଅତିରିକ୍ତ ସଲିସିଟର ଜେନେରାଲ କେ. ଏମ୍‌. ନଟରାଜଙ୍କୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏହି ପିଟିଶନ ଉପରେ ଗତ ଏପ୍ରିଲ ଶୁଣାଣିବେଳେ ନିର୍ବାଚନ କମିଶନ (ଇସି)ଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଯୁକ୍ତି ବାଢ଼ିଥିଲେ, ମାଗଣା ସାମଗ୍ରୀ ବଣ୍ଟନକୁ ରାଜନୈତିକ ଦଳ ଇସ୍ତାହାରର ଏକ ଅଂଶବିଶେଷ ବୋଲି ଅଦାଲତ ନିଜ ପୂର୍ବ ରାୟରେ କହିଥିଲେ। ଏହା ରାଜନୈତିକ ଦଳଗୁଡ଼ିକର ନୀତିଗତ ନିଷ୍ପତ୍ତି। ରାଜ୍ୟର ନୀତି ଏବଂ ଦଳଗୁଡିକ ନେଇଥିବା ନିଷ୍ପତ୍ତିକୁ ଭାରତର ନିର୍ବାଚନ କମିଶନ(ଇସିଆଇ) ନିୟନ୍ତ୍ରଣ କରିପାରିବେ ନାହିଁ। ଏଭଳି ନୀତିର ନକାରାତ୍ମକ କିପରି ରହିବ ତାହା ସ୍ଥିର କରିବା ଭୋଟରଙ୍କ କାମ ବୋଲି ଇସିଆଇ କାଉନସିଲ କହିଥିଲେ। ଏ ନେଇ ସୁପ୍ରିମକୋର୍ଟ କହିଥିଲେ, ଭୋଟରମାନଙ୍କୁ ମତଦାନ ପାଇଁ ଲାଞ୍ଚ ଦିଆଯାଉଛି। ସେହି ବିଷୟରେ ଏବେର ଆଲୋଚନା। ଯଦି ଇସିଆଇ ଏପରି କହିବେ ତେବେ ଏହି ସ୍ବତନ୍ତ୍ର ସାମ୍ବିଧାନିକ ଅନୁଷ୍ଠାନର କାମ କ’ଣ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ। କେନ୍ଦ୍ର ସରକାର ଏହା ଉପରେ ଏକ ଆଇନ ଆଣି ସମସ୍ୟା ସମାଧାନ କରିପାରିବେ ବୋଲି ଇସିଆଇ ପରେ ପ୍ରସ୍ତାବ ଦେଇଥିଲେ। ହେଲେ ଏହା ନିର୍ବାଚନ କମିଶନଙ୍କ କାମ ବୋଲି ଅତିରିକ୍ତ ସଲିସିଟର ଜେନେରାଲ ନଟରାଜ କହିଥିଲେ। ଏହାକୁ ନେଇ ସିଜେଆଇଙ୍କ ଖଣ୍ଡପୀଠ କହିଛନ୍ତି, ଏ ପ୍ରସଙ୍ଗରେ କେନ୍ଦ୍ର ସରକାର ତାଙ୍କ ପକ୍ଷ ରଖିବାକୁ କାହିଁକି ଦ୍ୱିଧା ପ୍ରକାଶ କରୁଛନ୍ତି? କେନ୍ଦ୍ର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ଆମେ ଏହା ଉପରେ କୌଣସି ନିଷ୍କର୍ଷରେ ପହଞ୍ଚିପାରିବା ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri