କେନ୍ଦୁପତ୍ର କର୍ମଚାରୀ ସଂଘର ଦାବିପତ୍ର

ରେଢାଖୋଲ, ୧୪।୮(ଡି.ଏନ.ଏ.)
କେନ୍ଦୁପତ୍ର ବିଭାଗରେ କାର୍ଯ୍ୟରତ ଚପରାସୀମାନଙ୍କ ଦରମା ପ୍ରଦାନ, ଚେକରମାନଙ୍କ ଛଟେଇକୁ ନେଇ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଅସନ୍ତୋଷ ପ୍ରକାଶ କରିଛି। ମହାମାରୀ କରୋନା ପାଇଁ ସିଜନାଲ କର୍ମଚାରୀ, ତୋଳାଳି, ବନ୍ଧେଇ ଶ୍ରମିକ ଦୁର୍ଦ୍ଦିନରେ ରହିଛନ୍ତି। ଏ ଦିଗରେ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ରେଢାଖୋଲ ଡିଏଫଓ ଶୁଭଦିପ୍ତ ଚମ୍ପତିରାୟଙ୍କୁ ପ୍ରଦାନ କରାଯାଇଛି। ଆଗାମୀ ୧୭ ତାରିଖ ସୁଦ୍ଧା ସମସ୍ୟାର ସମାଧାନ କରା ନ ଗଲେ ୨୦ତାରିଖ ଦିନ ଡିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଦାବିପତ୍ର ପ୍ରଦାନ ବେଳେ ରାଜ୍ୟ ସମ୍ପାଦକ ସଞ୍ଜିତ ମହାନ୍ତି, ଡିଭିଜନ ସହସମ୍ପାଦକ ଉଦିତ ତ୍ରିପାଠୀ, ସମ୍ପାଦକ କିଶୋର ପ୍ରଧାନ, ନିଳାଦ୍ରୀ ପ୍ରଧାନଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ।