ଦାବିରେ ରହିଗଲା ‘ଫିଲିଗ୍ରୀ ହବ୍‌’

କଟକ ଅଫିସ, ୨୨ା୮(ପୁରୁଷୋତ୍ତମ ସାହୁ): କଟକର ତାରକସି ହସ୍ତକଳା କାରୁକାର୍ଯ୍ୟ ଦିନକୁ ଦିନ ଲୁପ୍ତ ହେବାକୁ ଯାଉଛି। ଯେଉଁ ହସ୍ତକଳା କଟକକୁ ଏକଦା ରୌପ୍ୟ ନଗରୀ(ସିଲ୍‌ଭର ସିଟି)ର ପରିଚୟ ଦେଇଥିଲା ସେହି କାରୁକାର୍ଯ୍ୟ ଏବେ ଇତିହାସ ପାଲଟିବାକୁ ଯାଉଛି। ପାଞ୍ଚଶହ ବର୍ଷ ପୁରୁଣା ଏହି କାରିଗରି କୌଶଳ ଦ୍ୱାରା ନିର୍ମିତ ଭିନ୍ନ ଭିନ୍ନ ଚାନ୍ଦି ମୂର୍ତ୍ତି, ଗହଣା, ଗୃହ ସୌନ୍ଦର୍ଯ୍ୟକରଣ ଉପକରଣ, ଦେବୀ ପ୍ରତିମା, ନାରୀଙ୍କ ଭୂଷଣ ଆକାରରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଅଳଙ୍କାର ଇତ୍ୟାଦି କଟକରୁ ୟୁରୋପ ଦେଶକୁ ରପ୍ତାନି ମଧ୍ୟ ହେଉଥିଲା। ଦିଲ୍ଲୀ, ବମ୍ବେ ଓ ଆଗ୍ରାରୁ କଞ୍ଚାମାଲ୍‌ ଆସି ଏଠାରେ ହାତରେ ନିର୍ମାଣ କରାଯାଇ ଦେଶ ତଥା ଦେଶ ବାହାରକୁ ବିକ୍ରି ପାଇଁ ରପ୍ତାନି ହେଉଥିଲା। ଫଳରେ ଅନ୍ତର୍ଜାତୀୟ ମୁଦ୍ରା ମଧ୍ୟ ଆମ ରାଜ୍ୟକୁ ଆସିବା ସହ ଅର୍ଥନୈତିକ ବିକାଶରେ ସହଭାଗିତା ହେଉଥିଲା। ସମୟକ୍ରମେ ବୈଷୟିକ କୌଶଳର ପ୍ରୟୋଗ ଏବଂ ମେଶିନରେ ସିଂହଭାଗ ତାରକସି କାର୍ଯ୍ୟ କରାଯିବାରୁ କାରିଗରଙ୍କ ହାତ ଖାଲି କରିଦେଇଛି। ଆବଶ୍ୟକ କାମ ନ ମିଳିବାରୁ ଦିନକୁ ଦିନ ତାରକସି କାର୍ଯ୍ୟରୁ କାରିଗରମାନେ ମୁହଁ ଫେରାଇ ଅନ୍ୟ ବ୍ୟବସାୟ ପ୍ରତି ମନ ବଳାଉଛନ୍ତି। ଅନ୍ୟପକ୍ଷରେ ସରକାରୀ ପ୍ରୋତ୍ସାହନ ଅଭାବ ଯୋଗୁ ମଧ୍ୟ ଏହି ବ୍ୟବସାୟରୁ ଉଭୟ କାରିଗର ଓ ବ୍ୟବସାୟୀ ମୁହଁ ଫେରାଉଥିବା ଜଣାଯାଇଛି। କରୋନା ମହାମାରୀ ପୂର୍ବରୁ ଏହି ଶିଳ୍ପର ଚାହିଦା ବେଶ୍‌ ଅଧିକ ରହିଥିଲା। କେବଳ କଟକ ସହରରେ ୩୦ରୁ ଊର୍ଦ୍ଧ୍ୱ ଦୁର୍ଗା ମେଢ଼ ଚାନ୍ଦିରେ ନିର୍ମାଣ ହେଉଥିଲା। ସେହିପରି ଢେଙ୍କାନାଳ, ପୁରୀ, ରାଉରକେଲା ସହରରେ ମଧ୍ୟ ଚାନ୍ଦିମେଢ଼ରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିଲା। ଗୋଟିଏ ମେଢ଼ରେ ଆନୁମାନିକ ୨କୋଟି ଟଙ୍କାର ଚାନ୍ଦି ବ୍ୟବହାର ହେଉଥିଲା, ଫଳରେ ସହସ୍ରାଧିକ କାରିଗର ଏଥିରେ ନିୟୋଜିତ ହେବା ସହ ନିଜର ଆର୍ଥତ୍କ ମେରୁଦଣ୍ଡ ସୁଦୃଢ଼ କରିପାରୁଥିଲେ। କରୋନା ମହାମାରୀ ଯୋଗୁ ୨ବର୍ଷ ହେଲା ଦଶହରା ପୂଜା ବନ୍ଦ ହୋଇଥିବାବେଳେ ଅଧିକାଂଶ ପୂଜା କମିଟିର ଆର୍ଥତ୍କ ସ୍ଥିତି ମଧ୍ୟ ଦୋହଲି ଯାଇଛି। କଟକ ସହରରେ ୫ଶହରୁ ଊର୍ଦ୍ଧ୍ୱ ଚାନ୍ଦି ଗହଣା ବ୍ୟବସାୟ ପ୍ରତିଷ୍ଠାନ ଥିବାବେଳେ ଏହି ସଂଖ୍ୟା ଏବେ ଏକ ଶହରେ ପହଞ୍ଚତ୍ଛି। ଦୈନିକ କାରବାର ଏକ କୋଟିରୁ ଊର୍ଦ୍ଧ୍ୱ ଥିବାବେଳେ ଏବେ ୧୦ଲକ୍ଷ ଟଙ୍କାର କାରବାର ହୋଇପାରୁ ନ ଥିବା ଅନୁସନ୍ଧାନରୁ ଜଣାଯାଇଛି। କେବଳ କଟକ ସହରର ମାନସିଂହପାଟଣା, ମହମଦିଆ ବଜାର ଅଞ୍ଚଳରେ ଦୁଇ ହଜାରରୁ ଉର୍ଦ୍ଧ୍ୱ ତାରକସି କାରିଗର ଥିବାବେଳେ ଏବେ ହ୍ରାସପାଇ ୫ ଶହରେ ପହଞ୍ଚତ୍ଛି। ଏହି କାର୍ଯ୍ୟ କରି ଦୈନିକ ୫ଶହ ଟଙ୍କା ରୋଜଗାର କରିବା କଷ୍ଟକର ହୋଇପଡ଼ିଛି। କଟକ ସହରର ହରିପୁର ରୋଡ୍‌, ଦୋଳମୁଣ୍ଡାଇ, ନିମଚଉଡି, ଅଲିସାବଜାର, ନୟାସଡକ ଓ ଚାନ୍ଦିନୀଚୌକ ଅଞ୍ଚଳ ତାରକସିରେ ନିର୍ମିତ ଚାନ୍ଦି ଅଳଙ୍କାର ବ୍ୟବସାୟ ପାଇଁ ବେଶ୍‌ ପରିଚିତ ସହ ରାଜ୍ୟ ଓ ଦେଶ ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। କାରିଗର ସଂଖ୍ୟା ହ୍ରାସ ଯୋଗୁ ଏହି ବଜାର ଏବେ ନାମକୁ ମାତ୍ର ଚାଲିଥିବାବେଳେ ଗ୍ରାହକଙ୍କ ଚାହିଦା ମଧ୍ୟ ପୂରଣ କରିବାରେ ଅକ୍ଷମତା ଥିବା ଅଧିକାଂଶ ବ୍ୟବସାୟୀ ପ୍ରକାଶ କରିଛନ୍ତି। ୨୦୧୪ରେ କଟକ ସିଲ୍‌ଭର ଶିଳ୍ପୀ ସଂଘ ଭିନ୍ନ ଭିନ୍ନ ଦାବି ସହ କଟକରେ ଏକ ତାରକସୀ କେନ୍ଦ୍ର (ଫିଲିଗ୍ରୀ ହବ୍‌) ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ଜଣାଇଥିଲେ ହେଁ ଏଯାବତ୍‌ ସରକାର କୌଣସି ପଦକ୍ଷେପ ନେଇ ନ ଥିବା ଜଣାଯାଇଛି। ରାଜ୍ୟର କଟକ କିମ୍ବା ଭୁବନେଶ୍ୱରଠାରେ କେବଳ ତାରକସି ଚାନ୍ଦିର ଏକ ଫିଲିଗ୍ରୀ ହବ୍‌ ପ୍ରତିଷ୍ଠା କରାଗଲେ ଅନ୍ତର୍ଜାତୀୟ ବଜାରରୁ ବୈଦେଶିକ ମୁଦ୍ରା ଆସିବା ସହ ତାରକସି କାରିଗର ଓ ବ୍ୟବସାୟୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବା ସହ ରାଜ୍ୟର ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ସହାୟକ ହୋଇପାରନ୍ତା ବୋଲି ସାଧାରଣରେ ଦାବି ହେଉଛି।

ମୋର ଶହେ ବର୍ଷର ପୁରୁଣା ଫ୍ୟାକ୍ଟ୍ରି ରହିଛି। ଆମ ପରିବାର ପିଢ଼ି ପରେ ପିଢ଼ି ଏହି କାରଖାନା ଚଳାଇ ଆସୁଛୁ। ପୂର୍ବରୁ ୫୦ଜଣ କାରିଗର ଏଠାରେ କାର୍ଯ୍ୟ କରୁଥିବାବେଳେ ଏବେ ମାତ୍ର ୨ଜଣ କାରିଗର ଓ ଆମ ପରିବାର ସଦସ୍ୟ ମିଶି କାମ କରିବାକୁ ପଡୁଛି। ପୂର୍ବରୁ ଘରୋଇ ଫର୍ନିଚର ସହ ଅଳଙ୍କାର, ଠାକୁର ମୁକୁଟ, ମୂର୍ତ୍ତିକାର୍ଯ୍ୟ ଏଠାରେ ହେଉଥିବାବେଳେ ଏବେ କେବଳ ଠାକୁର କାମ ହିଁ କରାଯାଉଛି। ସରକାରୀ କାମ ପୂର୍ବ ଭଳି ଆଉ ମିଳୁନି କି ବଜାର ମଧ୍ୟ ନାହିଁ।
ସରକାରୀ ସ୍ତରରେ ଉଦ୍ୟମ ହେଲେ ଏହି ଶିଳ୍ପ ପୁଣି ପୂର୍ବ ଅବସ୍ଥାକୁ ଫେରିପାରନ୍ତା।
– ନିରାକାର ଦାସ, ଫ୍ୟାକ୍ଟ୍ରି ମାଲିକ, କଟକ

ଦୈନିକ ୪ଶହ ଟଙ୍କା ପାରିଶ୍ରମିକ ମିଳୁଛି। ପୂର୍ବରୁ ସମସ୍ତ ପ୍ରକାର କାମ ମିଳୁଥିଲା। ଏପରି କି ଲୋକମାନଙ୍କ ଭିନ୍ନ ଭିନ୍ନ କାରୁକାର୍ଯ୍ୟ ଉପରେ ଆଗ୍ରହ ଥିଲା। ଏବେ କେବଳ ମେଢ଼ କାର୍ଯ୍ୟ ମିଳୁଛି। ଏତେକମ୍‌ ପାରିଶ୍ରମିକରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଛି। ସରକାର ଅନେକଥର ସର୍ଭେ କରି ଚିହ୍ନଟ କରିଛନ୍ତି କାରିଗରମାନଙ୍କୁ କିନ୍ତୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସାହାଯ୍ୟ ମିଳିନି। ସରକାର ଏକ ଫିଲିଗ୍ରୀ ହବ୍‌ ପ୍ରତିଷ୍ଠା କରି କାରିଗରମାନଙ୍କୁ ନିୟୋଜିତ କରାଯାଇ ବଜାର ସୃଷ୍ଟି କରିପାରିଲେ ଏ ଶିଳ୍ପ ପୁଣି ପୂର୍ବପରି ଚାଲିବା ସହ ଆଗାମୀ ପିଢ଼ି ମଧ୍ୟ ଏହାକୁ ଏକ ଜୀବନଜୀବିକା ଭାବେ ଗ୍ରହଣ କରି ଆମତ୍ନିର୍ଭରଶୀଳ ହୋଇପାରନ୍ତେ।
– ଭଗବାନ ଦାସ, କାରିଗର, କଟକ

 


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri