ଛାତ୍ର ସଂସଦ ନିର୍ବାଚନ କରାଯାଉ: ଏବିଭିପି

କେନ୍ଦୁଝର,୨୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘ ୪ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ହେଉ ନ ଥିବାରୁ ଏବିଭିପି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ରାଜ୍ୟ ସରକାର ତୁରନ୍ତ ନିର୍ବାଚନ କରିବା ପାଇଁ ଗୁରୁବାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନନୀରେ ଏବିଭିପି କେନ୍ଦୁଝର ଶାଖା ପକ୍ଷରୁ ଦାବି କରାଯାଇଛି ।

କ୍ୟାମ୍ପସରେ ଶୈଖିକ ବାତାବରଣ ଆଣିବା ପାଇଁ ସରକାର ନିର୍ବାଚନ ବନ୍ଦ କରିଥିବା କହୁଥିବା ବେଳେ ପ୍ରକୃତ ପକ୍ଷେ ଶାସକ ଦଳର ଛାତ୍ର ସଙ୍ଗଠନ ନିର୍ବାଚନରେ ହାରିବାର ଭୟ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜିଲା ସଂଯୋଜକ ଚିନ୍ମୟ କୁମାର ବାରିକ ଅଭିଯୋଗ କରିଛନ୍ତି । ନିର୍ବାଚନ କେବେ କରିବେ ତା’ର ଜବାବ ରାଜ୍ୟ ସରକାରଙ୍କୁ ମାଗିଛନ୍ତି । ଏହାଛଡ଼ା ଶୈଖିକ ବାତାବରଣ ସୃଷ୍ଟିକରିବା ବଦଳରେ ବିଭିନ୍ନ କଲେଜରେ ଶିକ୍ଷାର ମାନ କମିବା, ଅଣଛାତ୍ରଙ୍କ ଆତଙ୍କରାଜ ବଢ଼ିବା, ରାଗିଂ ଘଟଣା ଘଟୁଥିବା ପଛରେ ଶାସକ ଦଳର ଛାତ୍ର ସଙ୍ଗଠନକୁ ସେ ଦାୟୀ କରିଛନ୍ତି ।

ଏହାଛଡ଼ା ମହାବିଦ୍ୟାଳୟଗୁଡିକରେ ଶିକ୍ଷକଙ୍କ ଅଭାବ ଯୋଗୁ ପାଠପଢ଼ା ବ୍ୟାହତ ହେଉଥିଲେ ହେଁ ଖାଲିପଡିଥିବା ଅଧ୍ୟକ୍ଷ ଏବଂ ଅଧ୍ୟାପକ ପଦବୀ ଦୀର୍ଘ ବର୍ଷ ଧରି ପୂରଣ କରାଯାଉ ନାହିଁ । ଏହାଛଡା କେନ୍ଦୁଝର ଜିଲାର ବିଭିନ୍ନ ସମସ୍ୟା ଯଥା ମହିଳା ଥାନା ସ୍ଥାନ, ଚନ୍ଦ୍ରଶେଖର ମହାବିଦ୍ୟାଳୟ ଚମ୍ପୁଆକୁ ସ୍ବୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ଦେବା, ପଦ୍ମପୁର ମହାବିଦ୍ୟାଳୟରେ ପାଚେରି ନିର୍ମାଣ ସହ ସିକ୍ୟୁରିଟ ଗାର୍ଡ ନିଯୁକ୍ତି, ଯୋଡ଼ା ମହିଳା ମହାବିଦ୍ୟାଳୟର ଜମି ମହାବିଦ୍ୟାଳୟ ନାମରେ ପଞ୍ଜୀକୃତ କରିବା, ତେଲକୋଇ ମହାବିଦ୍ୟାଳୟର ପାନୀୟ ଜଳ ସମସ୍ୟା ସମାଧାନ କରିବା, ଘଟଗାଁ ତାରିଣୀ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ପାଇଁ କମନ ରୁମ୍‌, ସିକ୍ୟୁରିଟି ଗାର୍ଡ, ସାଇକେଲ ଷ୍ଟାଣ୍ଡ, ଅଧ୍ୟାପକ ନିଯୁକ୍ତି କରିବା, ଧରଣୀଧର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି, ରେକୁଟିଆ ମହାବିଦ୍ୟାଳୟର ରାଜନୀତୀକରଣ ବନ୍ଦ, ହାଟଡିହି ମହାବିଦ୍ୟାଳୟର ପାଚେରି ନିର୍ମାଣ, ଅଧ୍ୟାପକ ନିଯୁକ୍ତି, ଖେଳ ପଡ଼ିଆ ନିର୍ମାଣ କରିବା ସହ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏବିଭିପି ବିଭାଗ ସଂଯୋଜକ ଅଜିତ କୁମାର ମହାନ୍ତ, ନଗର ସମ୍ପାଦକ କୌସ୍ତୁଭ କିରଣ ମାନସିଂ, ନଗର ବିସ୍ତାରକ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରୁ ସିଧା କାର ଉପରେ ଖସିଲା ବିମାନ, ଭାଇରାଲ ହେଲା ଭୟଙ୍କ ଭିଡ଼ିଓ

ଫ୍ଲୋରିଡା,୧୨।୧୨: ଏକ ବିମାନ ଆକାଶରୁ ଖସି ସିଧା ଏକ ଚଳନ୍ତା କାର ଉପରେ ପଡ଼ିଲା। ଆମେରିକାର ଫ୍ଲୋରିଡାରେ ଏକ ଭୟଙ୍କର ଘଟଣା ଘଟିଛି। ବିମାନଟି କାର...

ହେବ ତୃତୀୟ ବିଶ୍ୱଯୁଦ୍ଧ! ଚେତାବନୀ ଦେଲେ ଟ୍ରମ୍ପ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୧୨।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନାରେ ପ୍ରାୟ ବିରକ୍ତ ହୋଇପଡିଲେଣି। ଅନେକ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ...

ପ୍ରଥମ ଥର ପାଇଁ ଚାଞ୍ଚଲ୍ୟକର ମର୍ଡର କଲା ChatGPT! ଘଟଣା ଜାଣିଲେ…

ନୂଆଦିଲ୍ଲୀ,୧୨।୧୨:  ବର୍ତ୍ତମାନ ସମୟରେ ଯୁବପିଢିଙ୍କ ମଧ୍ୟରେ ଚାଟଜିପିଟିର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ହେଲେ ଏହାରି ଭିତରେ ଚାଟଜିପିଟିକୁ ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି...

ଭାରତ ନିଜସ୍ୱ ବାୟୁ ମାନଦଣ୍ଡ ସ୍ଥିର କରିବ: ବିଶ୍ୱ ପ୍ରଦୂଷଣ ରାଙ୍କିଙ୍ଗକୁ ଗ୍ରହଣ କଲେନି ସରକାର

ନୂଆଦିଲ୍ଲୀ,୧୨।୧୨: ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରକାଶିତ ବିଶ୍ୱ ବାୟୁ ଗୁଣବତ୍ତା ରାଙ୍କିଙ୍ଗଗୁଡ଼ିକୁ କୌଣସି ସରକାରୀ କର୍ତ୍ତୃପକ୍ଷ କରୁ ନାହାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ବାୟୁ...

ମାତ୍ର ୧୦୦ ଟଙ୍କାରେ ମିଳିବ ଟି-୨୦ ବିଶ୍ୱକପ ଟିକେଟ୍‌, କେଉଁଠି ଆଉ କେମିତି କରିବେ ବୁକିଂ ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୧୨: ICC ପୁରୁଷ ଟି-୨୦ ବିଶ୍ୱକପର ୧୦ମ ସଂସ୍କରଣ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବ। ଏଥିରେ ଏକ ଗ୍ରୁପ ପର୍ଯ୍ୟାୟ, ଏକ ସୁପର ୮...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ପାରଦ ତଳ ମୁହାଁ ଯୋଗୁ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ

ଜି.ଉଦୟଗିରି, ୧୨/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ବିଗତ ଦୁଇ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ଶୁକ୍ରବାର...

ବଳଦକୁ ମାରି ଖାଇବା ରାଗରେ କଲରାପତରିଆକୁ ଦେଇଦେଲେ ବିଷ!

ବଣାଇ,୧୨।୧୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡ ଅନ୍ତର୍ଗତ ତାମରା ବନାଞ୍ଚଳର କୁସୁମଡ଼ିହି ଖେସାରା ଜଙ୍ଗଲରେ ଏକ ପ୍ରାୟ ୧୨ ବର୍ଷ ବୟସ୍କ ମାଈ କଲରାପତରିଆ ବାଘର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri