ସିଟିଭେନି ରାବୁକା ଫିଜିର ନୂଆ ପ୍ରଧାନମନ୍ତ୍ରୀ

ସୁଭା,୨୫।୧୨: ୧୯୮୭ରେ ଦୁଇଟି ବିଦ୍ରୋହର ନେତୃତ୍ୱ ନେଇଥିବା ପୂର୍ବତନ ସାମରିକ ଅଧିକାରୀ ସିଟିଭେନି ରାବୁକା ଶନିବାର ଫିଜିର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ମେଣ୍ଟ ସରକାର ଆଗାମୀ ୪ ବର୍ଷ ପାଇଁ କ୍ଷମତାରେ ରହିବ। ପାର୍ଲାମେଣ୍ଟର ପ୍ରଥମ କାର୍ଯ୍ୟଦିବସରେ ପିପୁଲ୍ସ ଆଲିଆନ୍ସ ପାର୍ଟି ନେତା ରାବୁକାଙ୍କୁ ୨୮ ଖଣ୍ଡ ଭୋଟ ମିଳିଥିବାବେଳେ ଫିଜି ଫାଷ୍ଟ ପାର୍ଟି (ଏଫ୍‌ଏଫ୍‌ପି) ନେତା ତଥା ବିଦାୟୀ ପ୍ରଧାନମନ୍ତ୍ରୀ ଭୋରେକେ ବୈନିମାରାମାଙ୍କୁ ୨୭ ଖଣ୍ଡ ଭୋଟ ମିଳିଥିଲା। ଗତ ୧୪ ତାରିଖରେ ହୋଇଥିବା ସାଧାରଣ ନିର୍ବାଚନରେ ଏଫ୍‌ଏଫ୍‌ପିକୁ ୨୬ ଆସନ ମିଳିଥିବାବେଳେ ପିପୁଲ୍ସ ଆଲିଆନ୍ସ ପାର୍ଟି ୨୧ ଆସନରେ ବିଜୟୀ ହୋଇଥିଲା। ଏହାର ସହଯୋଗୀ ନ୍ୟାଶନାଲ ଫେଡେରେଶନ ପାର୍ଟି ୫ ଏବଂ ସୋସିଆଲ୍‌ ଡେମୋକ୍ରାଟିକ୍‌ ଲିବେରାଲ ପାର୍ଟି ୩ ଆସନ ପାଇଥିଲା। ଫିଜିରେ ସରକାର ଗଢ଼ିବାକୁ ହେଲେ ୫୫ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟରେ ଅନୂ୍ୟନ ୨୮ ଆସନରେ ଜିତିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ପରେ ଇରାନର ସୁପ୍ରିମ ଲିଡର୍‌ ମୋଜତାବା ଖାମେନେଇଙ୍କ ଭୟଙ୍କର ବୟାନ, ଆମେରିକା-ଇସ୍ରାଏଲ ଶୁଣିଲେ…

ତେହରାନ୍‌,୧୦।୪: ଆମେରିକା ସହିତ ଯୁଦ୍ଧବିରତି ପରେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ତାଙ୍କର ପ୍ରଥମ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ…

ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଇରାନର ବଡ଼ ନିଷ୍ପତ୍ତି: ରଖିଲା ଏମିତି ସର୍ତ୍ତ, ବିଶ୍ୱ ବଜାରରେ ହଇଚଇ

ଓ୍ବାଶିଂଟନ୍‌,୧୦।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ ବିଶ୍ୱ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ ତେଲ ଏବଂ ଗ୍ୟାସ…

ବଢିଲା ଆମେରିକାର ଟେନ୍‌ସନ: ଯୁଦ୍ଧ ମଧ୍ୟରେ ଜିନପିଙ୍ଗଙ୍କ ଆଗରେ ମୁଣ୍ଡ ନୁଆଁଇବେ ଟ୍ରମ୍ପ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୧୦।୪: ଇରାନ ସହିତ ଯୁଦ୍ଧ କେବଳ ଗୋଳାବାରୁଦ ଏବଂ କ୍ଷେପଣାସ୍ତ୍ର ନଷ୍ଟ କରିନଥିଲା, ବରଂ ଏକ ଦୁର୍ବଳତାକୁ ମଧ୍ୟ ପ୍ରକାଶ କରିଥିଲା ଯାହାକୁ ଆମେରିକା ଆଉ ଅଣଦେଖା…

ହର୍ମୁଜ ବନ୍ଦ, ପୁଣିଥରେ ବୃଦ୍ଧି ପାଇଲା ତୈଳ ଦର, ଜାଣନ୍ତୁ କେତେ ରହିଛି ଆଜି…

ଓ୍ବାଶିଂଟନ୍‌,୧୦।୪: ପଶ୍ଚିମ ଏସିଆର ପରିସ୍ଥିତି ପୁଣି ଥରେ ଏକ ଅସ୍ଥିର ସ୍ଥିତିରେ ପହଞ୍ଚିଛି। ଆମେରିକା, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଦୁର୍ବଳ ହେଉଥିବା ପରି ମନେ…

ତୈଳ ଦର ପୁଣି ବଢ଼ିଲା, ବଜାରରେ ଅନିଶ୍ଚିତତା

ନ୍ୟୁୟର୍କ/ମୁମ୍ବାଇ,୧୦।୪(ଏ.ପି./ପି.ଟି.): ଲେବାନନ୍‌ରେ ଇସ୍ରାଏଲ୍‌ର ଧ୍ୱଂସଲୀଳା ଦେଖି ଇରାନ୍‌ ପ୍ରତିକ୍ରିୟାଶୀଳ ହୋଇଉଠିଛି । ଫେବୃଆରୀ ୨୮ରେ ଆମେରିକା-ଇସ୍ରାଏଲ୍‌ର ଜଏଣ୍ଟ ଷ୍ଟ୍ରାଇକ୍‌ ପରେ ଯେଉଁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଅଶୋଧିତ…

ଇସଲାମାବାଦ ବୈଠକ ପୂର୍ବରୁ ତେହରାନକୁ ବଡ଼ ଅଲ୍ଟିମେଟମ୍‌ ଦେଲେ ଟ୍ରମ୍ପ, ଭୟରେ ଥରହର ଇରାନ

ତେହରାନ୍‌,୧୦।୪: ହର୍ମୁଜ ପ୍ରଣାଳୀ ଉପରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ ତେଲ…

୩୦୦ ଲୋକଙ୍କ ମୃତ୍ୟୁ ପରେ ଏବେ ହେବ ଆଲୋଚନା! ଲେବାନନ ଉପରେ ଆକ୍ରମଣ ମଧ୍ୟରେ ଇସ୍ରାଏଲର ୟୁ-ଟର୍ଣ୍ଣ

ନୂଆଦିଲ୍ଲୀ,୧୦।୪: ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣର କିଛି ଦିନ ପରେ, ଦୁଇ ଦେଶ ମଧ୍ୟରେ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି। ଏହା ଉଲ୍ଲେଖନୀୟ ଯେ ଯୁଦ୍ଧବିରତି ଘୋଷଣା…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri