କେସିଙ୍ଗା,୨୭।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରଠାରୁ ଗ୍ରାମାଞ୍ଚଳରେ ଆସନ୍ତା କାଲି ଶୁକ୍ରବାର ରାକ୍ଷୀ ପାଳନ କରାଯିବ। ସେଥିପାଇଁ ସହରର ବିଭିନ୍ନ ଛକ, ଜାତୀୟ ରାଜପଥ ୨୬ ପାର୍ଶ୍ୱରେ ଦୋକାନୀମାନେ ରାକ୍ଷୀ ଦୋକାନ ଖୋଲି ବିକ୍ରି କରୁଛନ୍ତି। ଭାଇଙ୍କ ପାଇଁ ଭଉଣୀ ରାକ୍ଷୀ କିଣିବା ପାଇଁ ଦୋକାନ ଭିଡ଼ କରୁଛନ୍ତି। ବିଭିନ୍ନ ମିଠା ଦୋକାନ ମଧ୍ୟ ମିଠା ପ୍ରସ୍ତୁତ ଚାଲିଛି। ଆସନ୍ତାକାଲି ଶୁକ୍ରବାର ରାକ୍ଷୀ ପୂର୍ଣ୍ଣମା ଥିବାରୁ ଭାଇମାନଙ୍କ ଶୁଭକାମନା ଜଣାଇବା ବିଭିନ୍ନ ରାକ୍ଷୀ ଦୋକାନରେ ଭିଡ଼ ଜମୁଥିବାର ଦେଖିବାକୁ ମିଳୁଛି।