ସାମାନ୍ୟ ବର୍ଷାରେ ସହର ସ୍ଥିତି ବେହାଲ୍‌: ଆଗକୁ ସ୍ଥିତି ଅସମ୍ଭାଳ

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଡ୍ରେନେଜ୍‌ ଅବ୍ୟବସ୍ଥା ନିତିଦିନିଆଁ ଘଟଣାରେ ପରିଣତ ହୋଇଯାଇଛି। ପ୍ରତିବର୍ଷ ଅବ୍ୟବସ୍ଥିତ ଡ୍ରେନେଜ୍‌ ବ୍ୟବସ୍ଥା ଯୋଗୁ ସହର ଜଳାର୍ଣ୍ଣବ ହୋଇ ପଡ଼ିଥାଏ। ଏହାର ପ୍ରତିକାର ଦିଗରେ ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ଆଖି ବୁଜି ଦେଇଛନ୍ତି। କେବଳ ବର୍ଷାଋତୁ ଆସିଲେ ଯାଇ ସେଥିପ୍ରତି ସେମାନଙ୍କ ମନେ ପଡ଼େ। ତଥାପି ସ୍ଥାୟୀ ପ୍ରତିକାର କରାଯାଉ ନଥିବାରୁ ସହର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇପଡ଼େ। ତେବେ ବର୍ଷାଋତୁ ନ ଆସୁଣୁ ରବିବାର ହୋଇଥିବା ବର୍ଷାରେ ବରଗଡ଼ ସରକାରୀ ବସଷ୍ଟାଣ୍ଡ୍‌ ସମେତ ସହର ବିଭିନ୍ନ ଗଳିକନ୍ଦି ରାସ୍ତା ଜଳାର୍ଣ୍ଣବ ହୋଇ ପଡ଼ିଥିଲା। ରାସ୍ତାର ନର୍ଦ୍ଦମା ପାଣି କେତେକ ଘରକୁ ମଧ୍ୟ ପଶିଥିଲା। ସହରର ଏଭଳି ସ୍ଥିତିକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବରଗଡ଼ ସହର ବିଭିନ୍ନ ଗଳିକନ୍ଦିରେ ଡ୍ରେନ୍‌ ରହିଛି। ସହର ମୁଖ୍ୟରାସ୍ତା ପାର୍ଶ୍ୱ ସହିତ ଆହୁରି ଅନେକ ଗଳିକନ୍ଦି ରାସ୍ତାକଡ଼େ ଏପର୍ଯ୍ୟନ୍ତ ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନ୍‌ ନିର୍ମାଣ ହୋଇପାରି ନାହିଁ। ଫଳରେ ମୁଖ୍ୟରାସ୍ତାର ବର୍ଷାପାଣି ଗଳିକନ୍ଦି ରାସ୍ତାକୁ ଯାଉଛି ଏବଂ ତାହା ସେହି ଗଳିକନ୍ଦି ପାର୍ଶ୍ୱରେ ରହୁଥିବା ଘର ଗୁଡ଼ିକୁ ପଶୁଛି। ସେହିପରି ସହରରେ ଯେଉଁ ଡ୍ରେନ୍‌ ଗୁଡ଼ିକ ରହିଛି, ସେଥିମଧ୍ୟରୁ ଅଧିକାଂଶ ଅବ୍ୟବସ୍ଥିତ ହୋଇ ପଡ଼ିଛି। କେଉଁଠି ଡ୍ରେନ୍‌ ମୁକୁଳା ହୋଇ ପଡ଼ିଛି ତ ଆଉ କେଉଁଠାରେ ତାହା ମଇଲା, ଆବର୍ଜନାରେ ପୂରି ରହିଛି। ସେହିପରି କେତେକ ସ୍ଥାନରେ ଲୋକଙ୍କ ଘରଠାରୁ ରାସ୍ତା ଉଚ୍ଚରେ ରହିଛି ଏବଂ ସେଠାରେ ଡ୍ରେନ୍‌ ନଥିବାରୁ ବର୍ଷାହେଲେ ମଇଲା, ଆବର୍ଜନା ସହିତ ପାଣି ରାସ୍ତାପାର୍ଶ୍ୱ ଘର ଗୁଡ଼ିକୁ ପଶୁଛି।
ଏହା ସହିତ କେତେକ ସ୍ଥାନରେ ଡ୍ରେନ୍‌ ନିର୍ମାଣ କରାଯାଇଛି ସତ, ମାତ୍ର ତାହା କିଛି କାମକୁ ଆସୁ ନାହିଁ। ବରଗଡ଼ ସରକାରୀ ବସଷ୍ଟାଣ୍ଡ୍‌ରେ ଏହି ସମସ୍ୟା ଦୀର୍ଘବର୍ଷ ହେଲା ଜଳଜଳ ହୋଇ ଦିଶୁଛି। ମୁଖ୍ୟରାସ୍ତାରୁ ନୀଚରେ ବସଷ୍ଟାଣ୍ଡଟି ରହିଛି। ତେବେ ମୁଖ୍ୟରାସ୍ତାରେ ଡ୍ରେନ୍‌ ନଥିବାରୁ ରାସ୍ତାପାଣି ବସଷ୍ଟାଣ୍ଡକୁ ପଶୁଛି। ଅନ୍ୟପଟେ ବସଷ୍ଟାଣ୍ଡରୁ ସେହି ପାଣି ନିଷ୍କାସନ ପାଇଁ ଏପର୍ଯ୍ୟନ୍ତ ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ। ବସଷ୍ଟାଣ୍ଡର ଗୋଟିଏ ପାର୍ଶ୍ୱରେ ଡ୍ରେନ୍‌ଟିଏ ଯାଇଛି, ମାତ୍ର ତାହା ନଥିଲା ଭଳି। ବର୍ଷାଜଳ ସେହି ଡ୍ରେନ୍‌ ଦେଇ ଆଶାନୁରୂପ ଭାବେ ନିଷ୍କାସିତ ହୋଇପାରୁ ନାହିଁ ଏବଂ ସାମାନ୍ୟ ବର୍ଷାହେଲେ ବସଷ୍ଟାଣ୍ଡରେ ବର୍ଷାପାଣି ଲହଡ଼ି ମାରୁଛି। ଏଥିପାଇଁ ଏଠାରେ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ବର୍ଷାଋତୁ ଆସିବା ପୂର୍ବରୁ ସହରରେ ଡ୍ରେନେଜ୍‌ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରା ନଗଲେ ଆଗକୁ ଅନ୍ୟବର୍ଷ ଭଳି ସ୍ଥିତି ଉପୁଜିବ ବୋଲି ଏବେଠାରୁ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ରାଜ୍ୟରେ ବଢ଼ିଚାଲିଛି ପ୍ରଦୂଷଣ ମାତ୍ରା, ଲୋକେ ଅଣନିଃଶ୍ୱାସୀ

ଭୁବନେଶ୍ୱର,୨୯ା୧୨(ରବିନାରାୟଣ ଜେନା): ରାଜ୍ୟରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ନେଇ ଜନସାଧାରଣ ଏବେ ବହୁବିଧ ସମସ୍ୟାରେ ପଡ଼ିଲେଣି। କେଉଁଠି ଯକ୍ଷ୍ମା ଭଳି ରୋଗ...

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri