ସାମାନ୍ୟ ବର୍ଷାରେ ସହର ସ୍ଥିତି ବେହାଲ୍‌: ଆଗକୁ ସ୍ଥିତି ଅସମ୍ଭାଳ

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଡ୍ରେନେଜ୍‌ ଅବ୍ୟବସ୍ଥା ନିତିଦିନିଆଁ ଘଟଣାରେ ପରିଣତ ହୋଇଯାଇଛି। ପ୍ରତିବର୍ଷ ଅବ୍ୟବସ୍ଥିତ ଡ୍ରେନେଜ୍‌ ବ୍ୟବସ୍ଥା ଯୋଗୁ ସହର ଜଳାର୍ଣ୍ଣବ ହୋଇ ପଡ଼ିଥାଏ। ଏହାର ପ୍ରତିକାର ଦିଗରେ ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ଆଖି ବୁଜି ଦେଇଛନ୍ତି। କେବଳ ବର୍ଷାଋତୁ ଆସିଲେ ଯାଇ ସେଥିପ୍ରତି ସେମାନଙ୍କ ମନେ ପଡ଼େ। ତଥାପି ସ୍ଥାୟୀ ପ୍ରତିକାର କରାଯାଉ ନଥିବାରୁ ସହର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇପଡ଼େ। ତେବେ ବର୍ଷାଋତୁ ନ ଆସୁଣୁ ରବିବାର ହୋଇଥିବା ବର୍ଷାରେ ବରଗଡ଼ ସରକାରୀ ବସଷ୍ଟାଣ୍ଡ୍‌ ସମେତ ସହର ବିଭିନ୍ନ ଗଳିକନ୍ଦି ରାସ୍ତା ଜଳାର୍ଣ୍ଣବ ହୋଇ ପଡ଼ିଥିଲା। ରାସ୍ତାର ନର୍ଦ୍ଦମା ପାଣି କେତେକ ଘରକୁ ମଧ୍ୟ ପଶିଥିଲା। ସହରର ଏଭଳି ସ୍ଥିତିକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବରଗଡ଼ ସହର ବିଭିନ୍ନ ଗଳିକନ୍ଦିରେ ଡ୍ରେନ୍‌ ରହିଛି। ସହର ମୁଖ୍ୟରାସ୍ତା ପାର୍ଶ୍ୱ ସହିତ ଆହୁରି ଅନେକ ଗଳିକନ୍ଦି ରାସ୍ତାକଡ଼େ ଏପର୍ଯ୍ୟନ୍ତ ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନ୍‌ ନିର୍ମାଣ ହୋଇପାରି ନାହିଁ। ଫଳରେ ମୁଖ୍ୟରାସ୍ତାର ବର୍ଷାପାଣି ଗଳିକନ୍ଦି ରାସ୍ତାକୁ ଯାଉଛି ଏବଂ ତାହା ସେହି ଗଳିକନ୍ଦି ପାର୍ଶ୍ୱରେ ରହୁଥିବା ଘର ଗୁଡ଼ିକୁ ପଶୁଛି। ସେହିପରି ସହରରେ ଯେଉଁ ଡ୍ରେନ୍‌ ଗୁଡ଼ିକ ରହିଛି, ସେଥିମଧ୍ୟରୁ ଅଧିକାଂଶ ଅବ୍ୟବସ୍ଥିତ ହୋଇ ପଡ଼ିଛି। କେଉଁଠି ଡ୍ରେନ୍‌ ମୁକୁଳା ହୋଇ ପଡ଼ିଛି ତ ଆଉ କେଉଁଠାରେ ତାହା ମଇଲା, ଆବର୍ଜନାରେ ପୂରି ରହିଛି। ସେହିପରି କେତେକ ସ୍ଥାନରେ ଲୋକଙ୍କ ଘରଠାରୁ ରାସ୍ତା ଉଚ୍ଚରେ ରହିଛି ଏବଂ ସେଠାରେ ଡ୍ରେନ୍‌ ନଥିବାରୁ ବର୍ଷାହେଲେ ମଇଲା, ଆବର୍ଜନା ସହିତ ପାଣି ରାସ୍ତାପାର୍ଶ୍ୱ ଘର ଗୁଡ଼ିକୁ ପଶୁଛି।
ଏହା ସହିତ କେତେକ ସ୍ଥାନରେ ଡ୍ରେନ୍‌ ନିର୍ମାଣ କରାଯାଇଛି ସତ, ମାତ୍ର ତାହା କିଛି କାମକୁ ଆସୁ ନାହିଁ। ବରଗଡ଼ ସରକାରୀ ବସଷ୍ଟାଣ୍ଡ୍‌ରେ ଏହି ସମସ୍ୟା ଦୀର୍ଘବର୍ଷ ହେଲା ଜଳଜଳ ହୋଇ ଦିଶୁଛି। ମୁଖ୍ୟରାସ୍ତାରୁ ନୀଚରେ ବସଷ୍ଟାଣ୍ଡଟି ରହିଛି। ତେବେ ମୁଖ୍ୟରାସ୍ତାରେ ଡ୍ରେନ୍‌ ନଥିବାରୁ ରାସ୍ତାପାଣି ବସଷ୍ଟାଣ୍ଡକୁ ପଶୁଛି। ଅନ୍ୟପଟେ ବସଷ୍ଟାଣ୍ଡରୁ ସେହି ପାଣି ନିଷ୍କାସନ ପାଇଁ ଏପର୍ଯ୍ୟନ୍ତ ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ। ବସଷ୍ଟାଣ୍ଡର ଗୋଟିଏ ପାର୍ଶ୍ୱରେ ଡ୍ରେନ୍‌ଟିଏ ଯାଇଛି, ମାତ୍ର ତାହା ନଥିଲା ଭଳି। ବର୍ଷାଜଳ ସେହି ଡ୍ରେନ୍‌ ଦେଇ ଆଶାନୁରୂପ ଭାବେ ନିଷ୍କାସିତ ହୋଇପାରୁ ନାହିଁ ଏବଂ ସାମାନ୍ୟ ବର୍ଷାହେଲେ ବସଷ୍ଟାଣ୍ଡରେ ବର୍ଷାପାଣି ଲହଡ଼ି ମାରୁଛି। ଏଥିପାଇଁ ଏଠାରେ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ବର୍ଷାଋତୁ ଆସିବା ପୂର୍ବରୁ ସହରରେ ଡ୍ରେନେଜ୍‌ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରା ନଗଲେ ଆଗକୁ ଅନ୍ୟବର୍ଷ ଭଳି ସ୍ଥିତି ଉପୁଜିବ ବୋଲି ଏବେଠାରୁ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri