ନିଜର ପ୍ରତିଦ୍ୱନ୍ଦ୍ୱୀ ହେବାକୁ ଚାହେଁ: ସିନେମାଟୋଗ୍ରାଫର ଫାଲ୍‌ଗୁ ଶତପଥୀ

ଚଳଚ୍ଚିତ୍ର ‘ରଜା ଝିଅ ସଙ୍ଗେ ହେଇଗଲା ଭାବ’ରୁ ଆରମ୍ଭ ହୁଏ ତାଙ୍କର ନିର୍ଦ୍ଦେଶନାର ଯାତ୍ରା। ପରେ ଜଣେ ସିନେମାଟୋଗ୍ରାଫର ଭାବେ ପାଇଲେ ନୂଆ ପରିଚୟ। ସାଧବ ବୋହୂ ସିଜନ ୨, ସିଜନ ୩, ଭଏସ ଅଫ୍‌ ଓଡ଼ିଶା, ସାରେ ଗାମା ପା, ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ, ସେଫ୍‌ ନମ୍ବର ୧ ଭଳି ଅନେକ ଧାରାବହିକକୁ ସେ ତାଙ୍କ କ୍ୟାମେରା ଲେନ୍ସରେ ତୋଳି ଧରିଛନ୍ତି। ଚଳଚ୍ଚିତ୍ର ସପନର ପଥେ ପଥେ, ଲଭ ୟୁ ଜେସିକା, ଦିୱାନା ଦିୱାନି, ହ୍ୟାଲୋ ଇନ୍‌ ଲଭ୍‌ରେ ସେ ନିଜ ସିନେମାଟୋଗ୍ରାଫିର ଯାଦୁ ଦେଖାଇଛନ୍ତି। କେବଳ ସେତିକି ନୁହେଁ, ବଲିଉଡ ଚଳଚ୍ଚିତ୍ର ମେରା ଫୌଜି କଲିଙ୍ଗ, ଶିକ୍ଷା ମଣ୍ଡଳ ୱେବ୍‌ ସିରିଜରେ ସେ ନିଜର ପାରଦର୍ଶିତା ଦେଖାଇଛନ୍ତି। ସିନେମା ହେଉ କି ଧାରାବହିକ, ଏହାକୁ ଏକ ସୁନ୍ଦର ରୂପରେଖ ଦେବାକୁ ସେ ସବୁବେଳେ ଚେଷ୍ଟା କରିଥାନ୍ତି। ଆଗକୁ ମୁକ୍ତିଲାଭ କରିବାକୁ ଥିବା ବଡ଼ବଜେଟ ଚଳଚ୍ଚିତ୍ର ‘ପୁଷ୍କରା’ରେ ମଧ୍ୟ ସେ ସମ୍ପୂର୍ଣ୍ଣ ଭାବେ ସିନେମାଟୋଗ୍ରାଫି ଦାୟିତ୍ୱ ତୁଲାଇଛନ୍ତି। ଓଲିଉଡ୍‌ ଚଳଚ୍ଚିତ୍ର ଜଗତର ବେଶ୍‌ ଜଣାଶୁଣା ସିନେମାଟୋଗ୍ରାଫର ଫାଲ୍‌ଗୁ ଶତପଥୀଙ୍କ ସହ ଏଥରର ଧରିତ୍ରୀ ଆଳାପ।

ମହିଳା ସିନେମାଟୋଗ୍ରାଫର ପରିଚୟ କେତେ ଖୁସି ଦେଇଛି?
– ନିହାତି ଭାବେ ବହୁତ ଖୁସି ଲାଗେ। ମୁଁ ଭାଗ୍ୟ ଉପରେ ବିଶ୍ୱାସ କରେ। ଛୋଟବେଳୁ ସିନେମାକୁ ନେଇ ମନରେ ଆଗ୍ରହ ଥିଲା। କିନ୍ତୁ ମହିଳା କି ପୁରୁଷ ଏହି ପ୍ରତିବନ୍ଧକଟା ନ ରହିବା ଉଚିତ। ଜଣେ ଯେତେବେଳେ ସିନେମା ଦେଖୁଛି ସେ କ’ଣ ଖୋଜନ୍ତି ସିନେମାଟୋଗ୍ରାଫର ପୁରୁଷ କି ମହିଳା। ସିନେମା କେତେ ଭଲ ହୋଇଛି ତାହା ସମସ୍ତେ ଦେଖନ୍ତି। ପୁରୁଷ କି ମହିଳାର କଥା ଆସିଗଲେ ଦର୍ଶକ ବିଚାର କରିବା ଆରମ୍ଭ କରିଦେବେ। ଆରେ ଝିଅ ଟା କରିଛି ନିହାତି ବହୁତ କଷ୍ଟ ହୋଇଥିବ, ପୁଅଟା କରିଛି ଆଉ ଟିକେ ଭଲ ହୋଇପାରିଥାନ୍ତା। ତେଣୁ ଏଥିରେ ପୁରୁଷ କି ମହିଳା ଟ୍ୟାଗ୍‌ ଲଗା ନ ଯାଉ।
କ୍ୟାରିୟର ଆରମ୍ଭରୁ ଏପର୍ଯ୍ୟନ୍ତ ଯାତ୍ରାର ଅନୁଭୂତି?
– ଯେବେ ମୁଁ ପାଠ ପଢ଼ି ସାରି ନୂଆ କରି କାମକୁ ଯାଇଥିଲି, ସେତେବେଳେ ଯେମିତି ମନରେ ନର୍ଭସ୍‌ନେସ୍‌ ଥିଲା, କ’ଣ କରିବି, କେମିତି କରିବି, ଭଲ ହୋଇପାରିବ କି ନାହିଁ, ଆଜି ପର୍ଯ୍ୟନ୍ତ ସେମିତି ବି ରହିଛି। କାରଣ ଭଲ ହେବା ନିହାତି ଦରକାର। କେମିତି ଆଗକୁ ବଢ଼ିବି, ଅଧିକ ଭଲ କରିବି ସବୁବେଳେ ମନରେ ରହିଛି। ଆଉ ମୁଁ ଭାବୁଛି ଏହି କଥା ମୁଣ୍ଡରେ ରହିଲେ ହିଁ ଭଲ।
ଚଳଚ୍ଚିତ୍ର ସହ ରହିଛନ୍ତି, କେବେ ଅଭିନେତ୍ରୀ ହେବାକୁ ଇଚ୍ଛା ହୋଇନି?
– ମୁଁ ଛୋଟବେଳେ ନାଟକରେ ଅଭିନୟ କରୁଥିଲି। ସେବେ ଭାବୁଥିଲି ଅଭିନୟରେ ହିଁ ଯିବି। କିନ୍ତୁ ସମୟକ୍ରମେ ଯେବେ ମୁଁ ସିନେମାକୁ ଜାଣିବାକୁ ଲାଗିଲି, ସେବେ ଅନୁଭବ କଲି ପରଦା ପଛରେ ଅନେକ ଅଛନ୍ତି, ଯେଉଁମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ମୋ ଉପରେ ପ୍ରଭାବ ପକାଇଥିଲା।
ଓଡ଼ିଶୀ ନୃତ୍ୟ ବି କରନ୍ତି?
– ଓଡ଼ିଶୀ ଡ୍ୟାନ୍ସ କରେ। ମଣିଷ ଜୀବନରେ କେତୋଟି ଜିନିିଷ ଥାଏ ଯାହାକୁ ନିଜ ଖୁସି ବା ଶାନ୍ତି ପାଇଁ କରାଯାଇଥାଏ। ଓଡ଼ିଶୀ ମୋ ପାଇଁ ଠିକ୍‌ ସେମିତି। ଯଦିଓ ଏହାକୁ ମୁଁ ବୃତ୍ତି ଭଳି ନେଇନାହିଁ, କିନ୍ତୁ ଏହା ମୋତେ ଖୁସି ଆଣିଦିଏ।
ଅନ୍ୟ କେଉଁଥିରେ ରୁଚି ରହିଛି?
– ବୁଲିବା ମୋତେ ବହୁତ ପସନ୍ଦ। ସେମିତି ନୁହେଁ କି କୁଆଡ଼େ ଯାଇ ଖାଲି ବୁଲି ଆସିବି। ନୂଆ ନୂଆ ଜାଗା ବୁଲିବା ସହ ଏହାର ସଂସ୍କୃତି, ସେଠାକାର ଲୋକଙ୍କ ସହ ମିଶିବା, ଏମିତି କିଛି ଜିନିଷ ଯାହା ଆମଠି ନାହିଁ କି ଆମଠୁ ଅଲଗା, ସେସବୁ ଏକ୍ସପ୍ଲୋର୍‌ କରିବାକୁ ଭଲ ଲାଗେ।
ପରଦା ପଛର ନାୟିକା/ନାୟକଙ୍କ ପ୍ରାପ୍ୟ ଓ ସମ୍ମାନକୁ ନେଇ କ’ଣ କହିବେ?
– ସିନେମାଟୋଗ୍ରାଫର ହେଉ କି ପରଦା ପଛରେ ରହି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ଅନ୍ୟ କେହି ଆର୍ଟିଷ୍ଟ, ସେମାନେ ହେଉଛନ୍ତି ସିନେମାର ମସ୍ତିଷ୍କ। ସିନେମାକୁ ସୁନ୍ଦର କରିବାରେ ସେମାନଙ୍କ ଚିନ୍ତା ଅଧିକ। ଆଉ ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ, ସମ୍ମାନ ମିଳିଲେ ହିଁ ସେମାନେ ଖୁସିରେ କାମ କରିବେ, ସିନେମା ଭଲ ହେବ।
ଭବିଷ୍ୟତ ଲକ୍ଷ୍ୟ ବା ଯୋଜନା ସମ୍ପର୍କରେ…?
– ନିର୍ଦ୍ଦେଶନା କ୍ଷେତ୍ରରେ ଆଗ୍ରହ ଥିଲା। କିନ୍ତୁ କଟକରେ ନିର୍ଦ୍ଦେଶନା ଦିଗରେ ପଢ଼ିବାକୁ ସୁବିଧା ନ ଥିଲା। ସେଥିପାଇଁ ସିନେମାଟୋଗ୍ରାଫି ପଢିଲି। ସିନେମାରେ କାମ କଲା ପରେ ନିର୍ଦ୍ଦେଶନା ଦିଗରେ ଅଭିଜ୍ଞତା ଆସିଛି। ମୁଁ କିଛି ନୂଆ କରିବାକୁ ଚାହୁଁଛି, ଯାହାକୁ ସମସ୍ତେ ପ୍ରଶଂସା କରିବେ ସମସ୍ତେ ମନେ ରଖିବେ। ଏବେ ଯାହା କାମ କରୁଛି ଆଗକୁ କେମିତି ଭଲ କରିବି ସେ ନେଇ ସବୁବେଳେ ଚେଷ୍ଟା କରୁଛି। କହିବାକୁ ଗଲେ ମୁଁ ନିଜର ପ୍ରତିଦ୍ୱନ୍ଦ୍ୱୀ ହେବାକୁ ଚାହେଁ।
କେଉଁ ପରିଚୟ ଖୁସି ଲାଗିବ, ସିନେମାଟୋଗ୍ରାଫର ନା ଅଭିନେତା ହର ରଥଙ୍କ ସ୍ତ୍ରୀ ?
– ଉଭୟ। ତାଙ୍କ ପରିଚୟରେ କେହି ମୋତେ ପରିଚୟ ଦେଲେ ବି ଖୁସି ଲାଗେ। ୨ଟା ଯାକ ଟ୍ୟାଗ୍‌ ନେବାକୁ ଚାହିଁବି।

ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

‘ନା ପୋଷ୍ଟ, ନା ଲାଇକ, ନା କମେଣ୍ଟ, ଏବେ ସେନାକୁ ଇନଷ୍ଟାଗ୍ରାମରେ କେବଳ ରିଲ ଦେଖିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ...

ଏଣିକି ଘରର ଝିଅ-ବୋହୂଙ୍କୁ ସ୍ମାର୍ଟଫୋନ୍‌ ମନା, ବ୍ୟବହାର କରିବେ ପୁରୁଷ

ଜୟପୁର,୨୫ା୧୨: ଏଣିକି ଘରର ଝିଅ-ବୋହୂ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍‌। ମାତ୍ର ଏହାକୁ ଘରର ପୁରୁଷମାନେ ବ୍ୟବହାର କରିପାରିବେ। ଘରର ମହିଳାମାନେ କେବଳ କି-ପ୍ୟାଡ୍‌ ଫୋନ୍‌ ବ୍ୟବହାର...

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

ସକାଳ ଜଳଖିଆ ନଖାଉଥିଲେ ସାବଧାନ! ମସ୍ତିଷ୍କ ଉପରେ….

ଏହା ବହୁ ଦିନ ଧରି ପ୍ରଚଳିତ ଏକ ପ୍ରବାଦ ଯେ ପୂର୍ଣ୍ଣ ଜଳଖିଆ ଖାଇବା ଉଚିତ। ଏହା ଶରୀରକୁ ସୁସ୍ଥ ରଖେ। ତଥାପି, ସାମ୍ପ୍ରତିକ ବର୍ଷଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri