ଚିର ସମସ୍ୟା

ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିରସାଥୀ। ଏମିତି କୌଣସି ବର୍ଷ ନାହିଁ ଯେଉଁଠି ଆମେ ଛୋଟ ହେଉ କି ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଦେଖିନାହୁଁ । ଜଳବାୟୁରେ ଶୀଘ୍ର ପରିବର୍ତ୍ତନ ହେଉଥିବାରୁ ଏହି ସବୁ ବିପର୍ଯ୍ୟର ତୀବ୍ରତା ସମୟକ୍ରମେ ବି ବଢିଚାଲିଛି। ୧୯୯୯ ମହାବାତ୍ୟା ପରଠାରୁ ଓଡ଼ିଶା ଅଧ ଡଜନ ବଡ଼ ବାତ୍ୟା ଦେଖିଛି ଏବଂ ସରକାର ବାତ୍ୟା ପୂର୍ବରୁ ଓ ପରେ ଏହାକୁ ସଂଚାଳନ କରିବାରେ ଉତ୍ତମ ପଦକ୍ଷେପ ନେଇ ଆସିଛନ୍ତି। ରାଜ୍ୟ ସରକାର ପରିସ୍ଥିତିକୁ ସମ୍ଭାଳିବା ଲାଗି ବହୁ ବିଶେଷଜ୍ଞଙ୍କୁ ଏହି କାର୍ଯ୍ୟରେ ଲଗାଇଛନ୍ତି। ବିଗତ ବର୍ଷଗୁଡିକରେ ବାତ୍ୟା ଜନିତ ଧନ ଜୀବନ ହାନି କମ୍‌ କରିବାରେ ଏକ ଉଦାହରଣ ମଧ୍ୟ ସୃଷ୍ଟି କରିଛନ୍ତିି। କିନ୍ତୁ ବନ୍ୟା କ୍ଷେତ୍ରରେ ଏଭଳି ଘଟି ନାହିଁ। ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ସରକାରଙ୍କ ରେକର୍ଡ ଏତେ ଭଲ ନାହିଁ। ପ୍ରତିବର୍ଷ ଏଠାରେ ବନ୍ୟା ହେଉଛି। ପ୍ରତିବର୍ଷ ବି ନଦୀବନ୍ଧ ଭାଙ୍ଗି ଘାଇ ହେଉଛି। ବର୍ଷ ପରେ ବର୍ଷ ନଦୀବନ୍ଧ ଭାଙ୍ଗି ଆସୁଥିଲେ ମଧ୍ୟ ପ୍ରଶାସନ ବିପଦସଙ୍କୁଳ ସ୍ଥାନ ଚିହ୍ନଟ କରିବାରେ ସକ୍ଷମ ହୋଇପାରିନାହିଁ। ଏପରି କି ଅନେକ କ୍ଷେତ୍ରରେ ତାହାକୁ ଚିିହ୍ନଟ କରିବା ପରେ ମରାମତି କରାଯାଉନାହିଁ। ସବୁଠୁ ଦୁଃଖଦାୟକ ହେଉଛି, ଏହାକୁ ମରାମତି କରାଯିବା ପରେ ମଧ୍ୟ ତାହା ବନ୍ୟାରୁ ସୁରକ୍ଷା ଦେଇପାରୁନାହିଁ ।
ଓଡ଼ିଶାର ଅର୍ଥବ୍ୟବସ୍ଥା କୃଷଭିତ୍ତିକ। ଏହାର ୭୫ ପ୍ରତିଶତ ଲୋକ ଜୀବନ ଜୀବିକା ଲାଗି କୃଷି ଉପରେ ନିର୍ଭର କରନ୍ତି। ବାହାରକୁ କାମ କରିବାକୁ ଯାଇଥିବା ଯୁବକମାନେ ଏବେ ଘରକୁ ଫେରିଆସିଛନ୍ତି। ଏମାନେ ବେକାର ହୋଇ ବସିଛନ୍ତି ଓ ଏମାନଙ୍କ ମଧ୍ୟରୁ ଲକ୍ଷ ଲକ୍ଷ କୃଷିକୁ ଆପଣାଇବାର ସମ୍ଭବନା ରହିଛି। ବର୍ଷର ବିଭିନ୍ନ ସମୟରେ ଚାକିରି ହରାଇଥିବା ଏହି ଯୁବକମାନଙ୍କ ମଧ୍ୟରୁ ଅଧିକାଂଶ କର୍ମସ୍ଥଳୀକୁ ଫେରିବାକୁ ଚାହୁଁନାହାନ୍ତି । ଏମାନଙ୍କ ପାଖରେ ଚାଷ କରିବା ପାଇଁ କମ୍‌ ବିକଳ୍ପ ରହିଛି। ରାଜ୍ୟର ମୋଟ ଚାଷ ଜମିର ଏକ ସିଂହଭାଗ ବର୍ଷା ଉପରେ ନିର୍ଭର କରେ। ପଶ୍ଚିମ ଓଡ଼ିଶାକୁ ଛାଡିଦେଲେ ରାଜ୍ୟର ଅଧିକାଂଶ ଚାଷଜମି ଅଣ ଜଳସେଚିତ। ଏଣୁ କୃଷି ସମ୍ପୂର୍ଣ୍ଣ ମୌସୁମୀ ଉପରେ ନିର୍ଭରଶୀଳ। ଯଦିଓ ଧାନ ଏଠାକାର ମୁଖ୍ୟ ଫସଲ, ତେବେ ଅନିୟମିତ ମୌସୁମୀ ଓ ଲଗାତର ବନ୍ୟା ଚାଷୀମାନଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଉଛି। ଦେଖିବାକୁ ଗଲେ ଆମ ରାଜ୍ୟରେ ବହୁ ବଡ଼ ବଡ଼ ନଦୀ ପ୍ରବାହିତ ଓ ରାଜ୍ୟ ଲାଗି ଏହା ବରଦାନ। ତେବେ ବନ୍ୟା ଏବଂ ତତ୍‌ସମ ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବା ପାଇଁ ଏକ ଉପଯୁକ୍ତ ଭିତ୍ତିଭୂମି ବା ଯୋଜନା ନ ଥିତ୍ବାରୁ ଏହା ଅନିୟନ୍ତ୍ରିତ ହୋଇଯାଇଛି। ସେପ୍ଟେମ୍ବର ଓ ଅକ୍ଟୋବରରେ ବନ୍ୟା ବଢିଲା ଫସଲକୁ ନଷ୍ଟ କରିଦେଇଛି। ଲକ୍ଷ ଲକ୍ଷ ହେକ୍ଟର ଚାଷଜମି ବନ୍ୟା ପ୍ଳାବିତ ହୋଇଛି। ରାସ୍ଥାଘାଟ, ପୋଲ ଓ ଯୋଗାଯୋଗ ବି ବିଚ୍ଛିନ୍ନ ହୋଇଯାଇଛି। ଶହ ଶହ ଗାଁ ବି ବିଚ୍ଛିନ୍ନ ହୋଇଯାଇଛି ଓ ଦୁଃଖଦୁର୍ଦ୍ଦଶା ବଢିଯାଇଛି। ମୁଖ୍ୟତଃ ଗ୍ରମାଞ୍ଚଳର ଲୋକମାନଙ୍କ ଉପରେ ଏହି ବିପର୍ଯ୍ୟୟର ବିପଦ ସବୁଠୁ ବେଶି।
ବାରମ୍ବାର ହେଉଥିବା ବନ୍ୟାର ମୁକାବିଲା କରିବାରେ ସରକାର କେବଳ ତ୍ୱରିତ ପଦକ୍ଷେପ ନେବାଭଳି ମନେହେଉଛି। ଏକ ସ୍ଥାୟୀ ବନ୍ୟା ପ୍ରତିରୋଧୀ ଯୋଜନା ବଦଳରେ ଏହା ବନ୍ୟା ପ୍ରଭାବିତ ଲୋକମାନଙ୍କୁ ଟଙ୍କା ହେଉକି ଜିନିଷ ଆକାରରେ ଅଧିକ ରିଲିଫ ଦେଉଛନ୍ତି। ମହାନଦୀ ପ୍ରବାହ ଏବେ ଓଡ଼ିଶା ଓ ଛତିଶଗଡ଼ ବିବାଦରେ ଛନ୍ଦି ହୋଇଯାଇଛି, ଯାହାଫଳରେ ବନ୍ୟା ଯୋଗୁ ରାଜ୍ୟରେ ବହୁ ସମସ୍ୟା ମୁଣ୍ଡ ଟେକୁଛି। ସମ୍ବଲପୁରରେ ମହାନଦୀ ଉପରେ ନିର୍ମିତ ହୀରାକୁଦ ଡ୍ୟାମ୍‌ ବିଶ୍ୱର ଦୀର୍ଘତମ। ସ୍ବାଧୀନ ଭାରତର ପ୍ରାରମ୍ଭିକ ସମୟରେ ଅନୁସୃତ ଅନେକ ବହୁମୁଖୀ ଯୋଜନା ମଧ୍ୟରୁ ଏହା ଗୋଟିଏ। ତଳି ଅଞ୍ଚଳକୁ ବନ୍ୟାରୁ ସୁରକ୍ଷା ଦେବା ଏହାର ପ୍ରାଥମିକ ଉଦ୍ଦେଶ୍ୟ। କିନ୍ତୁ ଏହି ମୂଳ ଲକ୍ଷ୍ୟକୁ ପୂରଣ କରିବାରେ ଅଧିକାରୀମାନେ ବିଫଳ ହୋଇଛନ୍ତି। ଆମ ଅଧିକାରୀ ଓ ଛତିଶଗଡ ଅଧିକାରୀମାନଙ୍କ ମଧ୍ୟରେ ଯୋଗାଯୋଗ ଦୁର୍ବଳ ରହିଥିତ୍ବା ମନେହେଉଛି। ଇଣ୍ଡିଆନ୍‌ ମେଟେଓରୋଲୋଜିକାଲ ଡିପାର୍ଟମେଣ୍ଟ( ଆଇଏମ୍‌ଡି) ମଧ୍ୟ ମୌସୁମୀଜନିତ କ୍ଷୟକ୍ଷତି କମ୍‌ କରିବା ଲାଗି ଏକ ସରଳ ବ୍ୟବସ୍ଥା କରିବା ଦରକାର। ପାଗ ବଦଳିବା ସହ ବର୍ଷା ପୂର୍ବାନୁମାନକୁ ଲକ୍ଷ୍ୟ କରି ଡ୍ୟାମକୁ ପୂରା ବୋଝେଇ କରିବା ପରିବର୍ତ୍ତେ ଡ୍ୟାମ୍‌ ଅଧିକାରୀମାନେ ନିୟମିତ ବ୍ୟବଧାନରେ ଡ୍ୟାମରୁ ପାଣି ଛାଡ଼ିବା ଉଚିତ। ଜଳବାୟୁ ପରିବର୍ତ୍ତନ ଓ ଅନ୍ୟ କିଛି କାରଣ ଯୋଗୁ ବର୍ଷାରେ ବି ପରିବର୍ତ୍ତନ ହେଉଛି। ଏହାକୁ ଲକ୍ଷ୍ୟ କରି ୧୯୮୮ରେ ପ୍ରସ୍ତୁତ କରାଯାଇଥିବା ନିୟମ ପୁସ୍ତିକା ଅନୁସାରେ ଡ୍ୟାମ୍‌ରୁ ପାଣି ଛଡାଯିବା ନିୟମରେ ପରିବର୍ତ୍ତନ ଆଣିବା ଦରକାର। ସରକାର ଏହା ଉପରେ ପୁଣି ବିଚାର କରନ୍ତୁ ଓ ଏହାକୁ ଏକ ବିଜ୍ଞାନସମ୍ମତ ବ୍ୟବସ୍ଥା ଭାବେ ଗ୍ରହଣ କରନ୍ତୁ। ଏଠାରେ ବନ୍ୟା ଏକ ଚିର ବା ଦୀର୍ଘ ସମସ୍ୟା। ଏହାକୁ ସମ୍ପୂର୍ଣ୍ଣ ଦୂର କରାଯାଇ ନ ପାରେ, କିନ୍ତୁ ତା’ର ପ୍ରତିକୂଳ ପ୍ରଭାବକୁ ରୋକାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri