Posted inଖେଳ

ଝଗଡ଼ାକୁ ଆମେ ଡରୁନାହୁଁ, ଆମକୁ ଧକ୍କା ଦେଲେ ଆମେ ତାର ଜବାବ ଦେବୁ: ଇଂଲଣ୍ଡ କୋଚ୍‌

ଲଣ୍ଡନ,୧୯।୮: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଅନେକ କାରଣରୁ ସ୍ମରଣୀୟ ଥିଲା। ହେଲେ ଏହି ମ୍ୟାଚ୍‌ରେ ଉଭୟ ଦଳ ମଧ୍ୟରେ କିଛି ବିବାଦୀୟ ପରିସ୍ଥିତି ଉପୁଜିଥିଲା। ଏବେ ଇଂଲଣ୍ଡର ମୁଖ୍ୟ କୋଚ୍‌ କ୍ରିସ ସିଲଭରଉଡ୍‌ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଦେଇ କହିଛନ୍ତି, ଭାରତ ସହ ଝଗଡ଼ା କରିବାକୁ ଆମେ ଭୟ କରୁନାହୁଁ। ଯଦି ସେମାନେ ଆମକୁ ଠେଲି ଦିଅନ୍ତି ତେବେ ଆମେ ମଧ୍ୟ ଜବାବ ଦେବୁ। ଫଳାଫଳକୁ ନେଇ ଆମେ ନିରାଶ ହୋଇଛୁ ହେଲେ ଏହା ଏକ ଭଲ ଟେଷ୍ଟ ଥିଲା। ପଡ଼ିଆରେ କିଛି ମତଭେଦ ଉପୁଜିଥିଲା। ମୁଁ ଭାବୁଛି ଏହା ଭଲ। ଖେଳାଳିମାନେ ପରସ୍ପର ସହ ଯୁକ୍ତିତର୍କ କରିଥିଲେ। ମୁଁ ତାହା ଉପଭୋଗ କଲି ବୋଲି ସେ କହିଛନ୍ତି।
ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଜସପ୍ରୀତ ବୁମ୍‌ରା ଜେମ୍ସ ଆଣ୍ଡରସନଙ୍କୁ ବାଉନ୍ସର ପକାଇଥିଲେ। ହେଲେ ଆଣ୍ଡରସନ ତାକୁ ପସନ୍ଦ କରି ନ ଥିଲେ। ସେ ଫେରିବା ସମୟରେ ବୁମ୍‌ରାଙ୍କୁ କିଛି କହିଥିବା ନଜର ଆସିଥିଲା। କଥା ଏହିଠାରେ ସରି ନ ଥିଲା। ପରଦିନ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ। ସେ ଆଣ୍ଡରସନଙ୍କୁ ଜବାବ ଦେବାକୁ ନିଷ୍ପତ୍ତି ନେଇଥିଲେ। ସିଲଭରଉଡ୍‌ କହିଛନ୍ତି, ଯଦି ଆମେ ପୁଣି ଥରେ ଏଭଳି ସ୍ଥିତିରେ ପହଞ୍ଚିବୁ ତେବେ ଆମକୁ ଖୁବ୍‌ଶୀଘ୍ର ପ୍ଲାନ୍‌ ଏର ଆବଶ୍ୟକତା ପଡ଼ିପାରେ। ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଲେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri