Posted inଖେଳ

ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳକୁ ଫେରିଲେ ଗେଲ୍‌

ସେଣ୍ଟଜନ୍ସ, ୨୮ା୨ (ପି.ଟି.)-ମାର୍ଚ୍ଚ ୩ରୁ ହେବାକୁଥିବା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷଣା କରାଯାଇଛି। ଭେଟେରାନ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ପାଖାପାଖି ଦୁଇ ବର୍ଷ ପରେ ପ୍ରଥମ ଥର ଦଳରେ ସ୍ଥାନ ପାଇଛନ୍ତି। ପାକିସ୍ତାନ ସୁପର ଲିଗ୍‌ ଓ ଆଇପିଏଲ୍‌ ସମେତ ନିକଟରେ ଅନୁଷ୍ଠିତ କେତେକ ଟୁର୍ନାମେଣ୍ଟରେ ଏହି ୪୧ ବର୍ଷୀୟ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଛନ୍ତି। କିରନ ପୋଲାର୍ଡଙ୍କୁ ଏହି ୧୪ ଜଣିଆ ଦଳର ଅଧିନାୟକ କରାଯାଇଛି। ସେହିପରି ୯ ବର୍ଷ ବ୍ୟବଧାନରେ ୩୯ ବର୍ଷୀୟ ସିନିୟର ଫାଷ୍ଟ ବୋଲର ଫିଡେଲ ଏଡ୍‌ଓ୍ବାଡର୍‌ସ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ମାର୍ଚ୍ଚ ୩, ୫ ଓ ୭ ତାରିଖରେ ଆଣ୍ଟିଗୁଆର କୁଲିଜ୍‌ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ, ଯେଉଁଠାରେ ପ୍ରଥମଥର ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ। ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗେଲ୍‌ ଗତଥର ଓ୍ବେଷ୍ଟଇଣ୍ଡିଜ ତରଫରୁ ଭାରତ ବିପକ୍ଷ ଘରୋଇ ସିରିଜ ୨୦୧୯ ଅଗଷ୍ଟରେ ଖେଳିଥିଲେ। ସେହିବର୍ଷ ସେ ଆହୁରି ମଧ୍ୟ ୫୦ ଓଭର ବିଶ୍ୱକପ୍‌ ଖେଳିଥିଲେ। ଗେଲ୍‌ ୧୯୯୯ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେ ହେଉଛନ୍ତି ଟି୨୦ ଇତିହାସରେ ସବୁଠାରୁ ଅଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ। ସେ ୧୦୩ ଟେଷ୍ଟ, ୩୦୧ ଅନ୍ତର୍ଜାତୀୟ ଦିନିକିଆ ଏବଂ ୫୮ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ଏଡଓ୍ବାଡର୍‌ସଙ୍କୁ ସାମିଲ କରାଯିବା ଦ୍ୱାରା ଦଳର ଫାୟାର ପାଓ୍ବାର ବୃଦ୍ଧି ପାଇବ ବୋଲି କ୍ରିକେଟ ଓ୍ବେଷ୍ଟଇଣ୍ଡିଜର ମୁଖ୍ୟ ଚୟନକର୍ତ୍ତା ରୋଜର ହାର୍ପର କହିଛନ୍ତି। ଅଫ୍‌ ସ୍ପିନର କେଭିନ୍‌ ସିନ୍‌କ୍ଲେୟାର ପ୍ରଥମଥର ଓ୍ବେଷ୍ଟଇଣ୍ଡିଜ ଦଳରେ ସ୍ଥାନ ପାଇଥିବାବେଳେ ଆକିଲ ହୋସେନଙ୍କୁ ପ୍ରଥମ ଥର ଜାତୀୟ ଟି୨୦ ଦଳରେ ସ୍ଥାନ ମିଳିଛି। ସିଲେକ୍ସନ ପ୍ୟାନେଲ ଆହୁରିମଧ୍ୟ ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରିଛି। ଏହା ଆଣ୍ଟିଗୁଆର ସାର୍‌ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ମାର୍ଚ୍ଚ ୧୦ରୁ ୧୪ ମଧ୍ୟରେ ଖେଳାଯିବ।
ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳ: କିରନ ପୋଲାର୍ଡ (ଅଧିନାୟକ), ନିକୋଲାସ ପୁରାନ, ଫାବିଏନ ଆଲେନ୍‌, ଡ୍ବେନ ବ୍ରାଭୋ, ଫିଡେଲ ଏଡ୍‌ଓ୍ବାଡର୍‌ସ, ଆଣ୍ଡ୍ରେ ଫ୍ଲେଚର, କ୍ରିସ୍‌ ଗେଲ୍‌, ଜାସନ ହୋଲ୍ଡର, ଆକିଲ ହୋସେନ, ଏଭିନ ଲିଓ୍ବିସ, ଓବେଦ୍‌ ମ୍ୟାକ୍‌କଏ, ରୋଭମାନ ପାଓ୍ବେଲ, ଲେଣ୍ଡଲ ସିମନ୍ସ, କେଭିନ ସିନ୍‌କ୍ଲେୟର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri