ଘର ପାଇଁ ସୋଫା ବାଛୁଥିଲେ…

ନିଜ ଡ୍ରଇଁରୁମ୍‌କୁ ସୁନ୍ଦର କରିବାକୁ କିଏ ବା ନ ଚାହେଁ। ଆଉ ଏଥିପାଇଁ ଠିକ୍‌ ସୋଫା ବାଛିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଆପଣଙ୍କ ଘର ପ୍ରତି ଅତିଥିଙ୍କର ମନରେ ଏକ ଭଲ ଧାରଣା ସୃଷ୍ଟି କରିଥାଏ। ତେଣୁ ଡ୍ରଇଁରୁମ୍‌ର ସାଇଜ୍‌ ଏବଂ ଆବଶ୍ୟକତାକୁ ଧ୍ୟାନରେ ରଖି କିପରି ସୋଫା ବାଛିଲେ
ଅଧିକ ସୁନ୍ଦର ଲାଗିବ
ଜାଣିରଖନ୍ତୁ ଟିପ୍ସ…

ସିଙ୍ଗଲ୍‌ ସିଟର ସୋଫା: ଯଦି ଆପଣଙ୍କ ଘରର ସାଇଜ୍‌ ଛୋଟ ତେବେ ଅଯଥାରେ ବଡ ସୋଫା ପକାଇ ଏହାକୁ ଜାମ୍‌ କରିବା ପରିବର୍ତ୍ତେ ଆବଶ୍ୟକତା ମୁତାବକ ସିଙ୍ଗଲ୍‌ ସିଟର୍‌ ସୋଫା ବ୍ୟବହାର କରିପାରିବେ। ଏହା ଘରକୁ ଫାଙ୍କା ଫର୍ଚ୍ଚା ରଖିବା ସହ ଡିଫରେଣ୍ଟ ଲୁକ୍‌ ବି ଦେଇଥାଏ।
ଏଲ୍‌ ଶେପ୍‌ ସୋଫା: ଏହି ସୋଫା ସାଧାରଣତଃ କମ୍‌ ସ୍ଥାନ ନେଉଥିବା ବେଳେ ଅଧିକ ଜଣ ବସି ମଧ୍ୟ ପରନ୍ତି। ତା’ ଛଡା ସାଧାରଣତଃ ସର୍ବଦା ବ୍ୟବହାର ହେଉଥିବା ସୋଫା ଗୁଡିକ ତୁଳନାରେ ଏହା ଅଧିକ ଆକର୍ଷଣୀୟ, ଫ୍ଲେକ୍ସିବଲ୍‌ ଏବଂ ଆରାମଦାୟକ ମଧ୍ୟ।
ଦିବାନ୍‌: କେବଳ ଡ୍ରଇଁରୁମ୍‌ ନୁହେଁ ଅନ୍ୟ ରୁମ୍‌ରେ ବି ଅନେକେ ସୋଫା ପକାଇଥାନ୍ତି। ଯଦି ଆପଣ ବି ଏପରି କରିବାକୁ ଚାହାନ୍ତି ତେବେ ସୋଫା ବଦଳରେ ଦିବାନ୍‌ କିଣିପାରିବେ। ବିଶେଷ କରି ବେଡ୍‌ରୁମ୍‌ ଏବଂ ଲିଭିଙ୍ଗ୍‌ ରୁମ୍‌ ଲାଗି ଏହା ବେଷ୍ଟ ଅପ୍ସନ।
ସୋଫା କମ୍‌ ବେଡ୍‌: ଅନେକ ସମୟରେ ଘରକୁ ଗେଷ୍ଟ ଆସି ରହିଲେ ତାଙ୍କୁ କେଉଁ ଶୋଇବାକୁ ଦେବୁ ଭାବି କେହି କେହି ବ୍ୟସ୍ତ ହୋଇପଡନ୍ତି। ଯଦି ଆପଣଙ୍କ ଘରେ ଗେଷ୍ଟ ରୁମ୍‌ ନାହିଁ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ଡ୍ରଇଁରୁମ୍‌ରେ ସୋଫା କମ୍‌ ବେଡ୍‌ ପକାଇ ଦିଅନ୍ତୁ। ଏହା ଆପଣଙ୍କ ପାଇଁ ଗେଷ୍ଟରୁମ୍‌ର ବେଷ୍ଟ ବିକଳ୍ପ ସାଜିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ରହିବାକୁ ଚାହୁଁଥିଲେ ଖାଆନ୍ତୁ ଫଳ

ଫଳ ଓ ପନିପରିବାକୁ ନିତିଦିନିଆ ଖାଦ୍ୟରେ ସାମିଲ କଲେ ଏହା ଶରୀରକୁ ସୁସ୍ଥ ରଖିଥାଏ ବୋଲି କୁହାଯାଏ। ହେଲେ ଏହା ମନକୁ ମଧ୍ୟ ପ୍ରଫୁଲ୍ଲ ରଖିଥାଏ...

ଘରୋଇ ରୂପଚର୍ଯ୍ୟା

ସବୁଦିନ ଏମିତି କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ, ଯାହାର ସହଜ ସମାଧାନ ହୋଇପାରିବ। କିନ୍ତୁ ଏହା ଆମକୁ ଜଣା ନ ଥାଏ। ଏ ନେଇ...

ବ୍ଲାକ୍‌ ହେଡ୍ସରୁ ମୁକ୍ତି

ମୁହଁର ଗଢ଼ଣ ଯେତେ ଭଲ ହୋଇଥାଉ ନା କାହିଁକି ଏହା ଉପରେ ସାମାନ୍ୟ ବ୍ଲାକ୍‌ ହେଡ୍ସ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟକୁ ବିଗାଡ଼ିଦେଇଥାଏ। ଯଦି ଆପଣ ବି ବ୍ଲାକ୍‌...

ଜେଡ୍‌ଟିଏଫ୍‌ ଧୂମକେତୁ

ଆମ ଆକାଶରେ ନୂଆ ଆଗନ୍ତୁକ- ଜେଡ୍‌ଟିଏଫ୍‌ ଧୂମକେତୁ ଚଳିତ ବର୍ଷ ଜାନୁୟାରୀ ଓ ଫେବୃୟାରୀ ମାସରେ ଏକ ନୂତନ ଜ୍ୟୋତିଷ୍କ ଦୃଶ୍ୟମାନ ହେବାକୁ ଯାଉଛି। ଆକାଶରେ...

ଆପଣଙ୍କ ଘରେ ଅର୍ଥାଭାବ ଲାଗି ରହୁଛି କି? ଏଭଳି କଲେ ପାଇବେ ଲକ୍ଷ୍ମୀ, କୁବେରଙ୍କ କୃପା..

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନ ସହ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର ନିଜର ନୀତିଶାସ୍ତ୍ରରେ ଦେଇଛନ୍ତି। ରାଜନୀତିଠାରୁ ଆରମ୍ଭ କରି ସାମାଜିକ ଏବଂ...

ଫେଷ୍ଟିଭ୍‌ ଲୁକ୍‌

ପୂଜାପାର୍ବଣ ସମୟରେ ଶାଢି ପିନ୍ଧି କିପରି ସଜାଇ ହେଲେ ଆକର୍ଷଣୀୟ ଲୁକ୍‌ ପାଇହେବ ସେ ନେଇ ଅନେକଙ୍କର ଚିନ୍ତା ଥାଏ। ତେଣୁ ଏଠାରେ ସେମିତି କିଛି...

ସ୍ବା ସ୍ଥ୍ୟ ସୂ ଚ ନା

ବିଛଣାରୁ ଉଠିବା ପୂର୍ବରୁ କିଛି ସମୟ ଷ୍ଟ୍ରେଚିଙ୍ଗ ଏକ୍ସରସାଇଜ କରନ୍ତୁ। ଏହାଦ୍ୱାରା ରକ୍ତ ସଞ୍ଚାଳନ ଏବଂ ପାଚନକ୍ରିୟା ଆହୁରି ସକ୍ରିୟ ହୋଇଥାଏ। କେବଳ ସେତିକି ନୁହେଁ...

ଏସବୁ ରୋଗରୁ ମୁକ୍ତି ଲାଗି ଖାଦ୍ୟରେ ସାମିଲ କରନ୍ତୁ ମାଛ

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି କହିଛନ୍ତି, ପ୍ରତିଦିନ ଖାଦ୍ୟରେ ମାଛ ସାମିଲ କଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏଥିରେ ଅନେକ ପୌଷ୍ଟିକ ତତ୍ତ୍ୱ...

Advertisement
Archives

Model This Week