ଅଧ୍ୟାପିକାଙ୍କୁ ଚକୋଲେଟ୍‌ ଦେଇଛି ଭିନ୍ନ ଏକ ପରିଚୟ

ନବରଙ୍ଗପୁର,୧୦।୭ (ବି.ପ୍ର.): ପିଲାରୁ ବୟସ୍କ ଯାଏଁ ସମସ୍ତଙ୍କର ଚକୋଲେଟ୍‌ ପାଇଁ ଥାଏ ଦୁର୍ବଳତା। ବଜାରରେ ମଧ୍ୟ ଚକୋଲେଟ୍‌ର ଚାହିଦା ବେଶ୍‌ ରହିଛି। ସେଥିପାଇଁ ଏହାକୁ ରୋଜଗାର ମାଧ୍ୟମ କରିବାକୁ ମନ ବଳାଇଲେ ପାପଡ଼ାହାଣ୍ଡିର ସଙ୍ଗୀତା ସାହୁ। ସଙ୍ଗୀତା ପାପଡ଼ାହାଣ୍ଡିସ୍ଥିତ ଏକ ଘରୋଇ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ର ଅଧ୍ୟାପିକା। କଲେଜ କାମ ପରେ ସେ ଚକୋଲେଟ୍‌ ତିଆରିକୁ ଦିଅନ୍ତି ସମୟ। ଏବେ ଚକୋଲେଟ୍‌ ମେକରଭାବେ ପାପଡ଼ାହାଣ୍ଡିରେ ସେ ଜଣାଶୁଣା।
ନୂତନ ଜ୍ଞାନକୌଶଳ ଓ ବିଜ୍ଞାନ କାରିଗରି ମାଧ୍ୟମରେ ଲୋକଙ୍କ ଆର୍ଥତ୍କ ଓ ସାମାଜିକ ବିକାଶ ପାଇଁ ୨୦୧୮ରୁ ନବରଙ୍ଗପୁରରେ ୧୨ଟି କୃଷି ବୈଜ୍ଞାନିକ ସଂସ୍ଥା କାମ କରୁଛି। ଏହି ସଂସ୍ଥା ସବୁ ମହିଳାଙ୍କ ଆର୍ଥିକ ବିକାଶ ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ତାଲିମ ଦେଉଛି। ଘରୋଇ ଉଦ୍ୟୋଗ ମାଧ୍ୟମରେ ଆର୍ଥିକ ବିକାଶ ଲକ୍ଷ୍ୟ ନେଇ ହାଇଦ୍ରାବାଦର ସେଣ୍ଟ୍ରାଲ ଫୁଡ୍‌ ଟେକ୍ନୋଲୋଜିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ(ସିଏଫ୍‌ଟିଆର୍‌ଆଇ)ରେ ନବରଙ୍ଗପୁର ଜିଲାର ୨୪ ମହିଳାଙ୍କୁ ତାଲିମ ଦିଆଯାଇଥିଲା। ସେଠାରେ ଫ୍ରୁଟ୍‌ ଜୁସ୍‌, ଆଚାର, କେକ୍‌ ଓ ଚକୋଲେଟ୍‌ ତିଆରି ତାଲିମ ଦିଆଯାଇଥିଲା। ସଙ୍ଗୀତା ୨୦୧୯ରେ ସିଏଫ୍‌ଟିଆର୍‌ଆଇକୁ ତାଲିମ ପାଇଁ ଯାଇଥିଲେ। ସେଠାରୁ ପ୍ରଶିକ୍ଷଣ ନେଇ ଆସିବା ପରେ ସେ ଘରେ ବିଭିନ୍ନ ଫ୍ଲେବର ଚକୋଲେଟ୍‌ ତିଆରି କରିଥିଲେ। ହାତ ତିଆରି ଚକୋଲେଟ୍‌ର ନାମ ‘ଗୋଲୁସ ଚକ୍କି’ ରଖିଛନ୍ତି ସଙ୍ଗୀତା। ଚକୋଲେଟ ତିଆରିରେ ଶାଶୁ ଓ ସ୍ବାମୀ ସହଯୋଗ କରୁଛନ୍ତି। ଏହି ଗୋଲୁସ ଚକ୍କିର ଚାହିଦା ପାପଡ଼ାହାଣ୍ଡି ବଜାରରେ ବେଶ୍‌ ରହିଛି। ପ୍ରତ୍ୟେକ ଚକୋଲେଟ୍‌ର ଦାମ ରହିଛି ମାତ୍ର ୫ଟଙ୍କା। ଜନ୍ମଦିନ ଓ ଅନ୍ୟାନ୍ୟ ଉତ୍ସବ ଅବସରରେ ଲୋକେ ଅର୍ଡର ଦେଇ ଚକୋଲେଟ୍‌ ନେଉଛନ୍ତି ବୋଲି ସଙ୍ଗୀତା କହିଛନ୍ତି। ଚକୋଲେଟ୍‌ରୁ ମାସିକ ୧୦ହଜାର ଟଙ୍କା ରୋଜଗାର କରୁଥିବା ସେ କହିଛନ୍ତି। ୫୦ ଓ ୧୦୦ଟି ଚକୋଲେଟ୍‌କୁ ନେଇ ଦୁଇ ପ୍ରକାର ଆକର୍ଷଣୀୟ ପ୍ୟାକିଂ କରାଯାଉଛି। ଏଥିରେ କୌଣସି କେମିକାଲ ବ୍ୟବହାର କରାଯାଉନାହିଁ। ୨କିଲୋ ଚକୋଲେଟ୍‌ ହାତରେ ତିଆରି କଲେ ୩ ଘଣ୍ଟା ଲାଗୁଛି। ମେଶିନ ସାହାଯ୍ୟରେ ହେଲେ ଉକ୍ତ ୨ କିଲୋକୁ ୭ ମିନିଟ ଲାଗିବ ବୋଲି ସଙ୍ଗୀତା କହିଛନ୍ତି। ଚକୋଲେଟକୁ ନେଇ ଘରୋଇ କୁଟୀରଶିଳ୍ପ ମାଧ୍ୟମରେ ମହିଳାମାନଙ୍କୁ ରୋଜଗାର ପ୍ରଦାନ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ସଙ୍ଗୀତା। ଘରୋଇ ଉଦ୍ୟୋଗ ସ୍ଥାପନ ପାଇଁ ପ୍ରଶାସନ ଆର୍ଥିକ ସହାୟତା ପ୍ରଦାନ କଲେ ଅଧିକ ଉନ୍ନତି ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri