Posted inଜାତୀୟ

ବିକାଶ ଦୁବେ ଏନକାଉଣ୍ଟର: ଭାଇରାଲ ହେଉଛି ଏହି ଆଇପିଏସ୍‌ ଅଧିକାରୀଙ୍କ ପୁରୁଣା ଟୁଇଟ

ନୂଆଦିଲ୍ଲୀ,୧୦।୭: କାନପୁର ଏନ୍‌କାଉଣ୍ଟର ଘଟଣା ପରେ ମୋଷ୍ଟ ଓ୍ବାଣ୍ଟେଡ୍‌ ବିକାଶ ଦୁବେଙ୍କ ଫେରାର ହେବାଠାରୁ ଆରମ୍ଭ କରି ତାଙ୍କ ଗିରଫଦାରୀ ଓ ଏନ୍‌କାଉଣ୍ଟର ଉପରେ ଏବେ ପ୍ରଶ୍ନ ଉଠିଛି। ଉତ୍ତରପ୍ରଦେଶ ପୋଲିସର କାର୍ଯ୍ୟଶେଳୀ ଉପରେ କେବଳ ବିରୋଧୀ ଦଳଗୁଡ଼ିକ ନୁହଁ ବରଂ କିଛି ଅଧିକାରୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଇତିମଧ୍ୟରେ ଗୋଟିଏ ଦିନ ପୂର୍ବରୁ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅମିତାଭ ଠାକୁରଙ୍କ କରିଥିବା ଏକ ପୁରୁଣା ଟ୍ବିଟ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ବିକାଶ ଦୁବେର ଏନ୍‌କାଉଣ୍ଟର ନେଇ ଆକଳନ କରିଥିଲେ। ଗୁରୁବାର ଅମିତାଭ ଟୁଇଟ କରି ଲେଖିଥିଲେ ଯେ, ବିକାଶ ଦୁବେ ଆତ୍ମସମର୍ପଣ କରିଦେଇଛି।

ହୋଇପାରେ ସେ କାଲି ପୋଲିସ ହାଜତରୁ ଖସି ପଳାଇବାକୁ ଉଦ୍ୟମ କରିବ ଏବଂ ତା’ଙ୍କୁ ମାରିଦିଆଯିବ। ଏହିପରି ଭାବେ ବିକାଶଙ୍କ ଅଧ୍ୟାୟ ଶେଷ ହୋଇଯିବ ବୋଲି ଅମିତାଭ ଟୁଇଟରେ କହିଥିଲେ। କିନ୍ତୁ ବିକାଶ ଦୁବେଙ୍କ ଘଟଣାରୁ ସାମ୍ନାକୁ ଆସିଥିବା ଉତ୍ତରପ୍ରଦେଶ ପୋଲିସର ଅସଲ ଚେହେରାକୁ ସଚ୍ଚୋଟତାର ସହ ନିରପେକ୍ଷ ତଥା କଠୋର କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି ସେ ମତ ପ୍ରକାଶ କରିଥିଲେ। ଶୁକ୍ରବାର ଏନ୍‌କାଉଣ୍ଟର ପରେ ଅମିତାଭଙ୍କ ଏହି ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହ ଲୋକମାନେ ଏହି ଟୁଇଟକୁ ରିଟୁଇଟ କରି ଉତ୍ତରପ୍ରଦେଶ ପୋଲିସ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ଅପରପକ୍ଷେ ବିକାଶ ଏନ୍‌କାଉଣ୍ଟର ପରେ ଅମିତାଭ ଆଉ ଏକ ଟୁଇଟ କରିଛନ୍ତି। ସେଥିରେ ସେ ପୋଲିସଙ୍କୁ ପ୍ରଶ୍ନ କରି କହିଛନ୍ତି ଏତେ ତରବର ହେବାର କ’ଣ ଥିଲା, କାହାକୁ ରକ୍ଷା କରାଯାଉଛି କି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦…

ଆଶ୍ଚର୍ଯ୍ୟ ହେଲେବି ସତ, ଏହି ରାଜ୍ୟରେ ୭ ହଜାର ଛାତ୍ର HIV ପଜିଟିଭ୍

ବେଙ୍ଗାଲୁରୁ,୨୯।୭: କର୍ନାଟକରୁ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ୧୮ ରୁ ୨୫ ବର୍ଷ ବୟସର ପ୍ରାୟ ୭ ହଜାର…

ପ୍ରବଳ ବର୍ଷା; କଳାହାଣ୍ଡିରେ ବଢ଼ିଲା ସ୍କୁଲ ଛୁଟି ଅବଧି, ଜିଲାପାଳ କହିଲେ…

ଭବାନୀପାଟଣା,୨୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଜାରି ରହିଛି ବର୍ଷା । ଏହାକୁ ଦୃଷ୍ଟିରେ ରଖି ଏବଂ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସ୍କୁଲ ଛୁଟି…

ଖେମୁଣ୍ଡି କଲେଜରେ ବନ ମହୋତ୍ସବ: ଅତିଥି ,ଅଧ୍ୟାପିକା,  ଅଧ୍ୟାପକ ମିଳିମିଶିକଲେ …

ଦିଗପହଣ୍ଡି,୨୯|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଯୁକ୍ତ ୨ ଏବଂ ଯୁକ୍ତ ୩ ଜାତୀୟ ସେବା ଯୋଜନା(ଏନଏସଏସ) ୟୁନିଟ ପକ୍ଷରୁ କଲେଜ ପରିସରରେ…

ହୁମାରେ ବଡ଼ ଧରଣର ସିରିଜ୍ ଚୋରି: ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହୁମା,୨୯।୭ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ହୁମା ଫାଣ୍ଡି ଅଧୀନ ପାଟଣା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସିରିଜ୍ ଚୋରି ଘଟିଛି। ଗୋଟିଏ…

କାଦୁଅ ପାଇଁ ହନ୍ତସନ୍ତ ରୋଗୀ, ଥୁଆମୂଳ ରାମପୁର CHC ରାସ୍ତାରେ ଅଟକୁଛି ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୯।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ରାସ୍ତା ଓ ଗେଟ୍ ସମ୍ମୁଖରେ ଏବେ ସ୍ଥିତି ଶୋଚନୀୟ ହୋଇପଡିଛି ।…

ଗର୍ଜିଲେ ରାହୁଲ; ଅମିତ ଶାହାଙ୍କୁ ପଦବୀରୁ ହଟାନ୍ତୁ, ଭାଜପାକୁ କ୍ଷମା ମାଗିବି….

ନୂଆଦିଲ୍ଲୀ,୨୯।୭: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଭାଜପା ତାଙ୍କୁ ଗୃହରେ କହିବାକୁ ଦେଲାନାହିଁ । ବାରମ୍ବାର ବାଚସ୍ପତିଙ୍କୁ ଅନୁରୋଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri