ନୟାଗଡ଼ ପାଇଁ ଗର୍ବ ଆଣିଲେ ଚିତ୍ତରଞ୍ଜନ

ନୟାଗଡ଼ ଅଫିସ,୨୯ା୯: ନୟାଗଡ଼ ଜିଲା ପାଇଁ ଗର୍ବ ଆଣିଛନ୍ତି ରାଜ ସୁନାଖଳା ପଞ୍ଚାୟତର ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଚିତ୍ତରଞ୍ଜନ ଆୟୋଜିତ ସ୍ବଚ୍ଛତା ଦିବସରେ ଯୋଗ ଦେବେ। ଏ ନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ତଥା ସଫେଇ ବିଭାଗ ପକ୍ଷରୁ ଚିଠି ନଂ. ୧୮୪୧୪ ସେପ୍ଟେମ୍ବର ୨୭ରେ ବିଭାଗୀୟ ନିର୍ଦ୍ଦେଶକ ନୟାଗଡ଼ ଜିଲାପାଳଙ୍କୁ ଚିଠି କରିଛନ୍ତି। ରାଜ୍ୟରେ ସ୍ବଚ୍ଛତା ପାଇଁ କାର୍ଯ୍ୟ କରି ଅନ୍ୟ ପାଇଁ ପ୍ରେରଣା ସାଜିଥିବା ୧୨ଜଣଙ୍କୁ ଏହି ଗସ୍ତ ପାଇଁ ମନୋନୀତ କରାଯାଇଛି। ମାତ୍ର ୨ଜଣ ସରପଞ୍ଚ ଏଥିପାଇଁ ଉପଯୁକ୍ତ ବିବେଚିତ ହୋଇଛନ୍ତି। ନୟାଗଡ଼ ଜିଲା ରଣପୁର ବ୍ଲକ ରାଜ ସୁନାଖଳା ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ଓ ସୁନ୍ଦରଗଡ଼ ଜିଲାର ଲେଧୀମାଙ୍ଗ ପଞ୍ଚାୟତର ସରପଞ୍ଚ ଅନିରୁଦ୍ଧ ଥେମେରିଆ ବିଜ୍ଞାନ ଭବନ ଯିବେ। ତେବେ ଚିତ୍ତରଞ୍ଜନ ରାଜ ସୁନାଖଳା ପଞ୍ଚାୟତର ଦାୟିତ୍ୱ ନେବା ଦିନଠାରୁ ସ୍ବଚ୍ଛତା ଅଭିଯାନକୁ ଗୁରୁତ୍ୱ ଦେଇଛନ୍ତି। ପ୍ରଥମେ ପଞ୍ଚାୟତର ସହରାଞ୍ଚଳରେ ନିଦ୍ଦିଷ୍ଟ ସ୍ଥାନରେ ଚିତ୍ତରଞ୍ଜନ ଡଷ୍ଟବିନ ସ୍ଥାପନା କରିଥିଲେ। ନିଜସ୍ବ ଅର୍ଥରେ ଏକ ଟ୍ରାକ୍ଟର କିଣି ଜଣେ ଚାଳକ, ଜଣେ ସଫେଇ କର୍ମଚାରୀଙ୍କୁ ନିଯୁକ୍ତ ଦେଇଥିଲେ। ପ୍ରତିଦିନ ସକାଳେ ଏହି ଟ୍ରାକ୍ଟରରେ ଡଷ୍ଟବିନରୁ ଅଳିଆ ସଂଗ୍ରହ କରାଯାଇ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ପକାଇବାର ବ୍ୟବସ୍ଥା କରିଛନ୍ତି। ଏ ନେଇ ପ୍ରତି ମାସରେ ୪୦ ହଜାର ଟଙ୍କା ନିଜ ପକେଟ ଖର୍ଚ୍ଚରୁ ବ୍ୟୟ କରୁଛନ୍ତି ବୋଲି ଚିତ୍ତରଞ୍ଜନ କୁହନ୍ତି। ତେବେ ନିଜେ ମଧ୍ୟ ପ୍ରତି ରବିବାର ଯୁବ ଗୋଷ୍ଠୀଙ୍କୁ ସାଙ୍ଗରେ ଧରି ସଫେଇ କରିବାକୁ ବାହାରି ପଡନ୍ତି। ଏପରି କି ଚିତ୍ତ ଟ୍ରଲି ଚଳାଇ ପଞ୍ଚାୟତକୁ ସଫା କରିବାକୁ ପ୍ରୟାସ କରି ବିଗତ ଦିନରେ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri