ଚିତ୍ରକୋଣ୍ଡା ବିଡିଓ ନିଲମ୍ବିତ

ଚିତ୍ରକୋଣ୍ଡା,୧୬।୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ବିଡିଓ ଲରିମନ ଖରସେଲଙ୍କୁ ଶନିବାର ନିଲମ୍ବନ କରାଯାଇଛି। ପାଇଖାନା ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି। କିଛି ମାସ ହେବ ବିଡିଓ ପାଇଖାନା ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଯାଇଥିଲେ। ପରେ ରାଜ୍ୟ ସରକାର ଶନିବାର ତାଙ୍କୁ ନିଲମ୍ବନ କରିଥିବା ବେଳେ  ହେଡକ୍ୱାଟାର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।