Posted inଫୁରସତ

ଧର୍ମର କି ପରିଭାଷା ତୁମେ ଜାଣିଛ ଭୀଷ୍ମ

ଉତ୍ତର ଦିଅ l ଯଥାଶୀଘ୍ର ମୋ ପ୍ରଶ୍ନର ଉତ୍ତର ଦିଅ ମହାମହିମ- ମହାଭାରତ ଯୁଦ୍ଧର ନବମ ଦିନରେ କ୍ରୁଦ୍ଧ କୃଷ୍ଣ ନିଜ ହାତରେ ରଥ ଚକଟିଏ ଧରି ଭୀଷ୍ମଙ୍କୁ ବଧ କରିବା ଉଦ୍ଦେଶ୍ୟରେ ଧାବମାନ ହେଉଥିବା ବେଳେ ସେ ଏ ପ୍ରଶ୍ନଟି ପଚାରିଥିଲେ ପିତାମହ ଭୀଷ୍ମଙ୍କୁ l ହେଲେ ପିତାମହଙ୍କୁ ଏ ପ୍ରଶ୍ନ କାହିଁକି?

ଆଜନ୍ମରୁ ଭୀଷ୍ମଙ୍କ ମଗଜରେ ଧର୍ମର ସ୍ବରୂପକୁ ନେଇ ଯେଉଁ ଧାରଣା ଥିଲା ଏବଂ ଯାହାକୁ ନେଇ ସେ ନିଜେ ଧର୍ମବାଟରେ ଅଛନ୍ତି ବୋଲି ମିଥ୍ୟା ଆଶ୍ୱସ୍ତିରେ ବାଟ ଚାଲୁଥିଲେ, ତାହା ଯେ ସମ୍ପୂର୍ଣ୍ଣ ଭୁଲ୍‌ ଥିଲା, ଯୁଦ୍ଧକ୍ଷେତ୍ରରେ ସେଦିନ ଭୀଷ୍ମ ଉପଲବ୍ଧି କରିପାରିଥିଲେ l ଅବଶ୍ୟ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା l ଧର୍ମର ମର୍ମକୁ ବୁଝୁ ବୁଝୁ ସେ ଜୀବନର ସାୟାହ୍ନରେ ପହଞ୍ଚି ଯାଇଥିଲେ l ନିଜ ଚେତନାରେ ଧର୍ମର ଏକ ସ୍ପଷ୍ଟ ରୂପ ନ ଥିବା ଯୋଗୁ ଯେ କେବଳ ଭୀଷ୍ମଙ୍କ ସମଗ୍ର ଜୀବନ ମୂଲ୍ୟହୀନ ହୋଇଗଲା ତା ନୁହେଁ, ବରଂ ସେଇ ଭ୍ରାନ୍ତ ଧାରଣା ହିଁ ମହାଭାରତ ପରି ଏକ ଅବାଞ୍ଛିତ ଯୁଦ୍ଧକୁ ଆମନ୍ତ୍ରଣ କରିଥିଲା ସେଦିନ l
ଇଚ୍ଛାମୃତ୍ୟୁଧାରୀ ଏଇ ମହାନ୍‌ ଯୋଦ୍ଧାଙ୍କ ବାହୁବଳର ଆଢୁଆଳରେ ରହି ଗଢ଼ିଉଠିଥିଲା ଅହଂକାର, ଅନ୍ୟାୟ ଆଉ ଅନୀତିର ଏକ ମହାନ୍‌ ଦୁର୍ଗ, ଯାହାର ମୁଖ୍ୟ ସ୍ଥପତି ଥିଲେ ମାନୀ ଦୁର୍ଯ୍ୟୋଧନ, ଶଠ ଶକୁନୀ ଆଉ କର୍ଣ୍ଣଙ୍କ ପରି ବିଧର୍ମୀ (!)ମାନେ l ଧର୍ମର ରାସ୍ତାରେ ଚାଲିବା ପାଇଁ ଅନେକବାର ପିତାମହଙ୍କୁ ଇଙ୍ଗିତ ଦେଇଛନ୍ତି ଭଗବାନ ଶ୍ରୀକୃଷ୍ଣ l କିନ୍ତୁ ସେ ବୁଝିନାହାନ୍ତି l ଓଲଟି କୌରବ ପକ୍ଷର ସେନାପତି ସାଜି ଯୁଦ୍ଧ କରିଛନ୍ତି ଧର୍ମପଥର ପଥିକ ଥିବା ପାଣ୍ଡବମାନଙ୍କ ସହିତ l

ମହାଭାରତ ଯୁଦ୍ଧର ନବମ ଦିନ ପର୍ଯ୍ୟନ୍ତ ଯୁଦ୍ଧକ୍ଷେତ୍ରରେ ଭୀଷ୍ମଙ୍କ ପ୍ରବଳ ପରାକ୍ରମରେ ପ୍ରମାଦ ଗଣିଲେ ପାଣ୍ଡବଗଣ l ପିତାମହଙ୍କ ହାତରେ ଶସ୍ତ୍ର ଥିବା ପର୍ଯ୍ୟନ୍ତ ସେ ଯେ ସମ୍ପୂର୍ଣ୍ଣ ଅପରାଜେୟ – ଏ ସିଦ୍ଧାନ୍ତରେ ସେମାନେ ପହଞ୍ଚି ଯାଇଥିଲେ ସେଦିନ l ସତରେ, ମିଥ୍ୟା-ଧର୍ମର ଢାଲ ସାଜି ଅଧର୍ମକୁ ସୁରକ୍ଷା ପ୍ରଦାନ କରୁଥିବା ଭୀଷ୍ମଙ୍କୁ ଏବେ ରୋକା ନ ଗଲେ ଧର୍ମ ପ୍ରତିଷ୍ଠାର ଲକ୍ଷ୍ୟ ସାଧିତ ହେବ ନାହିଁ ବୋଲି ମନେକରି ଅଣ୍ଟାଭିଡ଼ିଲେ ଚକ୍ରି l ସାରଥି ଶ୍ରୀକୃଷ୍ଣଙ୍କ ପ୍ରଥମ ପ୍ରଶ୍ନ ଥିଲା – ଅଧର୍ମ ଶିକୁଳିରୁ ବାହାରି ଆସି ଧର୍ମର ପଞ୍ଜୁରିରେ ପ୍ରବେଶ କରିଯାଅ ପିତାମହ l ଏବେ ବି ସମୟ ଅଛି l

ଆଜି ପର୍ଯ୍ୟନ୍ତ ଜୀବନର ଛତ୍ରେ ଛତ୍ରେ ମୁଁ ମୋ ପୂର୍ବଜଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳି ଧର୍ମର ରାସ୍ତାରେ ଚାଲିଆସିଛି l ମୁଁ ମୋ ଧର୍ମର ଶିକୁଳିରେ ବନ୍ଧା କୃଷ୍ଣ l ମୁଁ ଏଥିରୁ ହଟିପାରିବି ନାହିଁ l – ସଗର୍ବେ ଉତ୍ତର ଦେଲେ ଭୀଷ୍ମ l ଧର୍ମ କେବେ କାହା ପାଇଁ ବନ୍ଧନ ସାଜେନାହିଁ ପିତାମହ l ନିଜ ବ୍ୟକ୍ତିଗତ ଧର୍ମ ପାଳନ ଯେତେବେଳେ ସମାଜର ମହା ଅନିଷ୍ଟ ସାଧନ କରିବାର କାରଣ ସାଜି ଥାଏ, ସେତେବେଳେ ନିଜ ଧର୍ମରୁ ବିଚ୍ୟୁତ ହେବାକୁ ଶାସ୍ତ୍ର କେବେ ବି ‘ଅଧର୍ମ ’ ଆଖ୍ୟା ପ୍ରଦାନ କରେନାହିଁ l ହସ୍ତିନା ସିଂହାସନର ସୁରକ୍ଷା ଏବଂ ସେଥିରେ ଆସୀନ ରାଜାଙ୍କ ସେବକ ବା ଦାସ ହୋଇ ରହିବାର ଅର୍ଥ ଏଇୟା ନୁହେଁ ଯେ ଭାରି ସଭାରେ ଦ୍ରୌପଦୀ ବିବସନା ବେଳେ ମୁହଁକୁ ତଳକୁ କରି ନୀରବଦ୍ରଷ୍ଟା ସାଜିବା – ଦୁଷ୍ଟ ଦୁର୍ଯ୍ୟୋଧନର ଯାବତୀୟ କୁକାର୍ଯ୍ୟକୁ ପ୍ରବଳ ପ୍ରତିହତ ନ କରିବା – ଅନ୍ଧ ରାଜାର ଅନ୍ୟାୟ ଆଦେଶକୁ ଦାସ ପଣେ ମାନ୍ୟ କରିବା l ଏତେଗୁଡ଼ିଏ ଅଧର୍ମ ଭିତରେ ରହି ତୁମେ ପ୍ରାଣତ୍ୟାଗ ନ କରି ଓଲଟି ନିଜ ପୌତ୍ରମାନଙ୍କ ସହ ଯୁଦ୍ଧ କରିବା ପାଇଁ ଆଗେଇ ଆସିଛ? ଧିକାର ତୁମକୁ l ହେଲେ ଆଉ ନୁହେଁ ହେ ପିତାମହ! ତୁମକୁ କେହି ବଧ ନ କରିପାରିଲେ ବି ମୁଁ ଆଜି ତୁମକୁ ବଧ କରିଦେବି l ଆପଣ ଭାବୁଛନ୍ତି କି ମୁଁ ଦେବକୀ ନନ୍ଦନ କୃଷ୍ଣ ବୋଲି? ନା, ମୁଁ କାହାର ପୁତ୍ର ନା କାହାର ପିତା, ମିତ୍ର ଅବା ବନ୍ଧୁ ନୁହେଁ l ମୁଁ ହିଁ ଈଶ୍ୱର l

ତୁମକୁ ବଧ କରିବା ମୋ ପାଇଁ କିଛି ଅସମ୍ଭବ ନୁହେଁ l ମୁଁ ପଣ କରିଥିଲି ଯୁଦ୍ଧରେ ଶସ୍ତ୍ର ନ ଧରିବା ପାଇଁ l କିନ୍ତୁ ଆଜି ଦେଖୁଛି ଧର୍ମ ସ୍ଥାପନା ଦିଗରେ ତୁମର ଉପସ୍ଥିତି ହିଁ ପ୍ରଧାନ ପ୍ରତିବନ୍ଧକ l ତୁମକୁ ଆଜି ମୁଁ ଏହିକ୍ଷଣି ବଧ କରିଦେବି କହି ଭୀଷ୍ମଙ୍କ ଆଡ଼କୁ ରଥର ଏକ ଚକକୁ ଚକ୍ର ରୂପେ ଧରି ପ୍ରଚଣ୍ଡ କ୍ରୋଧରେ ଧାବମାନ ହେବା ବେଳେ ଭୀଷ୍ମ ଧର୍ମର ମହାଶିକ୍ଷା ପାଇଗଲେ l
ଦୁଇ ହାତ ଯୋଡ଼ି ସମର୍ପିତ ହୋଇଗଲେ ପ୍ରଭୁଙ୍କ ପାଖେ l ଏତେଦିନ ପରେ ଶ୍ରୀକୃଷ୍ଣଙ୍କୁ ଭଗବାନ ବୋଲି ମାନିଲେ l ଧର୍ମ ପାଳନକୁ ନେଇ ନିଜ ମନ ଭିତରେ ଥିବା ଭ୍ରାନ୍ତି ନିମିଷକ ଭିତରେ କୁଆଡ଼େ ଉଭେଇଗଲା l ଯୁଦ୍ଧରେ ଶସ୍ତ୍ର ନ ଧରିବାକୁ କଥା ଦେଇଥିବା ଭଗବାନ ଆଜି ଯେତେବେଳେ ଧର୍ମ ସ୍ଥାପନା ପାଇଁ ନିଜ ପ୍ରତିଜ୍ଞାକୁ ଭଙ୍ଗ କରିପାରୁଛନ୍ତି, ସେତେବେଳେ ଧର୍ମ ପାଳନର ଭ୍ରାନ୍ତି ଭିତରେ ଏବଂ ”ଅଟଳ ଭୀଷ୍ମ ପ୍ରତିଜ୍ଞା“ ରୂପକ ମୋହାଭିମାନ ଭିତରେ ରହି ମୁଁ ସମାଜର ଯଥେଷ୍ଟ କ୍ଷତି ସାଧନ କରିସାରିଲିଣି l ମୋର ମୃତ୍ୟୁ ହେବା ଦରକାର ପ୍ରଭୁ l ଏ ଅଧର୍ମର ପ୍ରାୟଶ୍ଚିତ ସ୍ବରୂପ ପୌତ୍ର ପାଣ୍ଡବଙ୍କ ହସ୍ତରେ ବଧ ହେଉ ବୋଲି ମୁଁ ଚାହୁଁଛି l

କିନ୍ତୁ ଏତିକିବେଳେ ପଛରୁ ଅର୍ଜୁନ ଆସି ଶ୍ରୀକୃଷ୍ଣଙ୍କ ପଦକୁ ଜାବୁଡ଼ି ଧରି ପ୍ରାର୍ଥନା କଲେ – ହେ ସଖା ! ପିତାମହଙ୍କୁ ବଧ କରିବାକୁ ମୋତେ ଏବେ ଶେଷ ସୁଯୋଗ ଟିକକ ଦିଅନ୍ତୁ। ମୁଁ ଆଉ କୌଣସି ମୋହରେ ଭାସି ନ ଯାଇ ପୂର୍ବାପେକ୍ଷା ଅଧିକ ମନଯୋଗ ଦେଇ ଯୁଦ୍ଧ କରିବି l ବାସ୍‌, ନିଜ ଲକ୍ଷ୍ୟ ପୂରଣ ହୋଇଗଲା ବୋଲି ଜାଣି ପ୍ରଭୁ ମନେମନେ ଅବଶ୍ୟ ଖୁସି ହେଲେ l ଗୋଟିଏ ଗୁଳିରେ ଦୁଇଟି ଶିକାର ହୋଇଗଲା l ଏକ -ଭୀଷ୍ମଙ୍କୁ ଧର୍ମ ପାଳନ କରିବାରର ପ୍ରକୃତ ତରିକା ଜ୍ଞାତ ହୋଇଗଲା l
ଦୁଇ -ଅର୍ଜୁନଙ୍କୁ ନିଜ କର୍ତ୍ତବ୍ୟ ପାଳନ ବାବଦରେ ଆଉ ଟିକେ ସ୍ମରଣ କରାଯାଇପାରିଲା l

ପାଠକେ ! ଏ ପ୍ରସଙ୍ଗଟିକୁ ଆଜି ଆପଣମାନଙ୍କ ଆଗରେ କହିବାର ଲକ୍ଷ୍ୟ ହେଉଛି ଗୋଟିଏ- ଆମମାନଙ୍କ ଭିତରେ ଅନେକେ ଅଛନ୍ତି, ଯେଉଁମାନେ ବେଳେବେଳେ କହନ୍ତି ‘ମୁଁ ଆଜି ପର୍ଯ୍ୟନ୍ତ କିଛି ଅଧର୍ମ ବା ଅନ୍ୟାୟ କରିନି l ସବୁବେଳେ ଧର୍ମକାମ କରିଆସିଛି’ ବୋଲି। କେବଳ ସେଇମାନଙ୍କ ପାଇଁ ଏ ପ୍ରସଙ୍ଗଟି l ସେଦିନ ରାଜସଭାରେ ଭଗବାନଙ୍କ ବିରାଟ ରୂପକୁ ସନ୍ଦର୍ଶନ କରିପାରିବାର ଯୋଗ୍ୟତା ହାସଲ କରିଥିବା ଦିବ୍ୟମାତା ଗଙ୍ଗାଙ୍କ ପୁତ୍ର ଭୀଷ୍ମଙ୍କ ପରି ମହାତ୍ମା ଯେତେବେଳେ ପରିଣତ ବୟସ ପର୍ଯ୍ୟନ୍ତ ବି ଧର୍ମର ମର୍ମ ବୁଝିବାରେ ଅସମର୍ଥ ଥିଲେ, ଆମେ ଅବା କୋଉ ଗାଈର ଗୋବର ଯେ? ପ୍ରକୃତ ଧର୍ମକୁ ଜାଣିବାକୁ ହେଲେ ଶ୍ରୀକୃଷ୍ଣଙ୍କ ପରି ଜଣେ ମହାଜନ ଦରକାର l ସେଥିପାଇଁ ଶାସ୍ତ୍ର କହିଲେ -ମହାଜନ ଯେନ ଗତଃ ସଃ ପନ୍ଥା l ସେଇ ପଥ ହିଁ ହେଉଛି ଧର୍ମ ପାଳନର ଅସଲ ମାର୍ଗ l

-ଦିବ୍ୟାଲୋକ ସଂଧାନେ, ରାମ ନଗର, ତେଲେଙ୍ଗାପେଣ୍ଠ, କଟକ ମୋ: ୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri