ତାଇଓ୍ବାନ ସୀମାରେ ଚାଇନା ଯୁଦ୍ଧବିମାନ

ତାଇପେଇ/ବେଜିଂ/ ଓ୍ବାଶିଂଟନ,୬।୧୦: ତାଇଓ୍ବାନର ଏୟାର ଡିଫେନ୍ସ ଆଇଡେଣ୍ଟିଫିକେଶନ ଜୋନ୍‌ (ଏଡିଆଇଜେଡ୍‌)ରେ ଚାଇନାର ୫୬ ଯୁଦ୍ଧବିମାନ ଅନୁପ୍ରବେଶ କରିଛି। ଏହାକୁ ନେଇ ଦୁଇ ପଡ଼ୋଶୀ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଦାୟିତ୍ୱହୀନ ତଥା ଉତ୍ତେଜନାମୂଳକ କାର୍ଯ୍ୟରୁ କ୍ଷାନ୍ତ ରହିବା ପାଇଁ ତାଇପେଇ ସିଟି ବେଜିଂକୁ ତାଗିଦ୍‌ କରିଛି। ଆମେରିକା ମଧ୍ୟ ତାଇଓ୍ବାନ ନିକଟରେ ଚାଇନାର ସାମରିକ ଗତିବିଧିକୁ ଉତ୍ତେଜନାମୂଳକ ଓ ଅସ୍ଥିରତା ସୃଷ୍ଟିକାରୀ ବୋଲି ନିନ୍ଦା କରିଛି।

ଗତବର୍ଷ ୩୮୦ ଏବଂ ଚଳିତବର୍ଷ ଅଦ୍ୟାବଧି ୬୦୦ ଥର ତାଇଓ୍ବାନ ଏୟାର ଡିଫେନ୍ସ ଆଇଡେଣ୍ଟିଫିକେଶନ ଜୋନ୍‌କୁ ଅନୁପ୍ରବେଶ କଲାଣି ଚାଇନାର ଯୁଦ୍ଧବିମାନ। ଏଥିରୁ ସର୍ବାଧିକ ୫୬ ଫାଇଟର ଜେଟ୍‌ କେବଳ ସୋମବାର ଦେଖାଯାଇଥିଲା। ସେଗୁଡ଼ିକ ହେଲା ୩୪ ଜେ-୧୬ ଫାଇଟର ଏବଂ ୧୨ ଅଣବିକ ଶକ୍ତି ସମ୍ପନ୍ନ ବୋମା ନିକ୍ଷେପକାରୀ ଏଚ୍‌-୬। ତାଇଓ୍ବାନ ନିୟନ୍ତ୍ରଣାଧୀନ ପ୍ରାଟାସ୍‌ ଆଇଲାଣ୍ଡରେ ଏହି ଯୁଦ୍ଧବିମାନଗୁଡ଼ିକ ଉଡ଼ିଥିବା ତାଇଓ୍ବାନ ସରକାରଙ୍କ ପକ୍ଷରୁ ଜାରି ଏକ ମ୍ୟାପ୍‌ରେ ଦର୍ଶାଯାଇଛି। ଅଧିକାଂଶ ସମୟରେ ଚାଇନାର ଏଭଳି ସାମରିକ ଗତିବିଧି ଯୋଗୁ ତାଇଓ୍ବାନ ଲଗାତର ଆକ୍ରମଣ ଆଶଙ୍କା ଭିତରେ ରହିଥାଏ। ଏହି ସ୍ବୟଂଶାସିତ ଗଣତାନ୍ତ୍ରିକ ଦ୍ୱୀପରାଷ୍ଟ୍ରକୁ ଚାଇନା ବଳପୂର୍ବକ ପୁନଃ ଦଖଲ କରି ନେଇଯିବ ବୋଲି ତାଇପେଇ ସିଟିର ଭୟ ରହିଛି। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତାଇଓ୍ବାନ ଦଖଲକୁ ଅବଶ୍ୟମ୍ଭାବୀ ବୋଲି ଘୋଷଣା କରିଥିବାବେଳେ ବେଜିଂ ଏହା ଉପରେ ସାମରିକ, କୂଟନୈତିକ ଓ ଆର୍ଥିକ ଚାପ ପକାଇଆସୁଛି। ବିଶେଷକରି ୨୦୧୬ରେ ସାଇ ଇଙ୍ଗ୍‌-ଓ୍ବେନ୍‌ ରାଷ୍ଟ୍ରପତି ହେବା ପରଠାରୁ ଚାଇନାର ଦୌରାମତ୍‌ୟ ବଢ଼ିବାରେ ଲାଗିଛି। କାରଣ ସେ ତାଇଓ୍ବାନକୁ ଚାଇନାର ଏକ ଅଂଶ ଭାବେ ନ ମାନି ଏକ ସ୍ବାଧୀନ ରାଷ୍ଟ୍ର ବିବେଚନା କରିଥାଆନ୍ତି। ଗତ ଶୁକ୍ରବାର ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନା ନିଜର ୭୨ତମ ଜାତୀୟ ଦିବସ ପାଳନ କରିବା ପରଠାରୁ ତାଇଓ୍ବାନ ବାୟୁସୀମାରେ ୧୫୦ ଚାଇନା ଯୁଦ୍ଧବିମାନ ଉଡ଼ିସାରିଲାଣି। କେବଳ ସେହିଦିନ ୩୮ ପ୍ଲେନ୍‌କୁ ନେଇ ଆକାଶମାର୍ଗରେ ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯାଇଥିଲା। ତେବେ ବେଜିଂ ପକ୍ଷରୁ ଆକ୍ରମଣ କରାଗଲେ ଚାଇନା ଏହାର ପରିଣାମ ଭୋଗିବ ବୋଲି ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ ଚେତାବନୀ ଦେଇଛନ୍ତି। ଚାଇନାର ଏଭଳି କାର୍ଯ୍ୟ ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତାକୁ ବିପନ୍ନ କରିବା ସହ ଗଣତାନ୍ତ୍ରିକ ମେଣ୍ଟ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିବ। ମୂଲ୍ୟବୋଧକୁ ନେଇ ଆଜିର ବୈଶ୍ୱିକ ପ୍ରତିଦ୍ୱନ୍ଦ୍ୱିତା ଏକଚ୍ଛତ୍ରବାଦରେ ପରିଣତ ହୋଇ ଗଣତନ୍ତ୍ର ପ୍ରତି ବିପଦ ସାଜିବାକୁ ଯାଉଛି। ଚାଇନାର ଗତିବିଧିରୁ ଏହା ସ୍ପଷ୍ଟ ହେଉଥିବା ସେ କହିଛନ୍ତି। ଚାଇନା ସହ ଶାନ୍ତି ଓ ସହବସ୍ଥାନରେ ତାଇଓ୍ବାନ ବିଶ୍ୱାସ କରେ। ଯଦି ତାଇଓ୍ବାନର ଗଣତନ୍ତ୍ର ଓ ଲୋକଙ୍କ ଜୀବନଶୈଳୀ ଉପରେ ବିପଦ ଆସେ ତେବେ ନିଜ ସୁରକ୍ଷା ପାଇଁ ଯାହା ଆବଶ୍ୟକ ସେସବୁ କରିବା ପାଇଁ ପଛଘୁଞ୍ଚା ଦେବନାହିଁ।

ବିବାଦ କ’ଣ

-ଚାଇନା ଓ ତାଇଓ୍ବାନ ମଧ୍ୟରେ ଦିନକୁ ଦିନ ସମ୍ପର୍କ ଖରାପ ହେବାରେ ଲାଗିଛି। ଏହାର ମୂଳ କାରଣ ହେଉଛି ଏହି ଦୁଇଦେଶ ପୂର୍ବରୁ ଗୋଟିଏ ରାଷ୍ଟ୍ର ଥିଲା।

-ଦଶକର ଗୃହଯୁଦ୍ଧ ପରେ ତାଇଓ୍ବାନ ସ୍ବତନ୍ତ୍ର ରାଷ୍ଟ୍ର ହୋଇଥିଲା। କିନ୍ତୁ ବେଜିଂ ଏହି ଦ୍ୱୀପଦେଶକୁ ଦିନେ ନା ଦିନେ ପୁଣି ଦଖଲ କରି ପୂର୍ବାବସ୍ଥା ଫେରାଇ ଆଣିବାକୁ ଉଦ୍ୟମ ଚଳାଇଛି। ଏପରି କି ଆବଶ୍ୟକ ହେଲେ ବଳ ପ୍ରୟୋଗ କରି ତାଇଓ୍ବାନକୁ ହାସଲ କରିବା ହେଉଛି ଚାଇନାର ଲକ୍ଷ୍ୟ।

-ଝ୍ରତାଇଓ୍ବାନର ନିଜସ୍ବ ସମ୍ବିଧାନ ରହିଛି। ସେଠାରେ ଗଣତାନ୍ତ୍ରିକ ପଦ୍ଧତିରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି। ଏହାର ସ୍ବତନ୍ତ୍ର ବଳରେ ୩ ଲକ୍ଷ ସୈନ୍ୟ ଅଛନ୍ତି।

-କମ୍‌ ସଂଖ୍ୟକ ଦେଶ ତାଇଓ୍ବାନକୁ ଏକ ରାଷ୍ଟ୍ର ରୂପେ ସ୍ବୀକୃତି ଦେଇଥାଆନ୍ତି। ଅନ୍ୟପକ୍ଷେ ଚାଇନା ସରକାର ପ୍ରତି ଅଧିକ ରାଷ୍ଟ୍ରର ସମର୍ଥନ ରହିଛି।

-ସହ ଆମେରିକାର କୌଣସି ଆନୁଷ୍ଠାନିକ ସମ୍ପର୍କ ନାହିଁ। କିନ୍ତୁ ଓ୍ବାଶିଂଟନ ଏକ ଆଇନାନୁସାରେ ଏହାକୁ ରାଷ୍ଟ୍ର ରୂପେ ଆମତ୍ରକ୍ଷା ପାଇଁ ସମର୍ଥନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୩(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ବାମୁନି ଗ୍ରାମରେ ମରିଲେଣି ୨୫ରୁ ଉର୍ଦ୍ଧ୍ବ ଗୋରୁ, ମକା କାରଖାନାକୁ ଦାୟୀ କରୁଛନ୍ତି ଗ୍ରାମବାସୀ

ନବରଙ୍ଗପୁର,୧।୪(ସଦାଶିବ ପ୍ରହରାଜ): ମକା କାରଖାନାରୁ ବାହାରୁଛି ଦୂଷିତ ପାଣି । ତେବେ ଏହା ପିଇ ୨୫ରୁ ଉର୍ଦ୍ଧ୍ବ ଗାଈ, ବଳଦ, ବାଛୁରୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି…

ମାସକରେ ତୃତୀୟ ଥର ପାଇଁ ବଢ଼ିଲା LPG ଦର, ଜାଣନ୍ତୁ ୧୧ କେଜି ସିଲିଣ୍ଡରର ଦାମ୍?

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ ପରେ, ବିଶ୍ୱର ଅନେକ ଦେଶରେ ତୈଳ ଏବଂ ଘରୋଇ ଗ୍ୟାସ (LPG) ସମ୍ବନ୍ଧୀୟ ସଙ୍କଟ ଦେଖାଦେଇଛି। ପାକିସ୍ତାନ ପୂର୍ବରୁ ଆର୍ଥିକ କ୍ଷେତ୍ରରେ…

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri