ପୁରୁଣା ଗାଡ଼ିକୁ ଫି ବୋଝ

ନୂଆଦିଲ୍ଲୀ,୬।୧୦: ପୁରୁଣା ଗାଡ଼ିର ପଞ୍ଜୀକରଣକୁ ନବୀକରଣ କରାଇବା ଏବେ ମହଙ୍ଗା ହେବ। ଏବେକାର ମୂଲ୍ୟର ପ୍ରାୟ ୮ଗୁଣ ଅଧିକ ଫି ଦେବାକୁ ପଡ଼ିବ। ଏନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପୁରୁଣା ଯାନ ଉପରେ ଏଭଳି ଅତ୍ୟଧିକ ଫି ବୋଝ ଗାଡ଼ି ମାଲିକମାନଙ୍କୁ ଚିନ୍ତାରେ ପ୍ରକାଇବ।
୧୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା କାର୍‌ କିମ୍ବା ବାଣିଜି୍ୟକ ଯାନଗୁଡିକର ନବୀକରଣ କରାଇବା ସମୟରେ ୨୦୨୨ ଏପ୍ରିଲରୁ ୮ ଗୁଣା ଅଧିକ ଦେୟ ଦେବାକୁ ପଡ଼ିବ। ଟ୍ରକ ଏବଂ ବସ୍‌ ଗୁଡ଼ିକର ଫିଟ୍‌ନେସ ପ୍ରମାଣପତ୍ର ନବୀକରଣ କରାଇବା କ୍ଷେତ୍ରରେ ମଧ୍ୟ ଏଭଳି ଉଚ୍ଚ ଦେୟ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଏହାକୁ କାର୍ଯ୍ୟକାରୀ କରାଇବା ଲାଗି କେନ୍ଦ୍ର ରାଜପଥ, ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିୟମ ଦିଲ୍ଲୀ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳଗୁଡିକ ପାଇଁ କାର୍ଯ୍ୟକାରୀ ହେବ ନାହିଁ। କାରଣ ଏହି ସ୍ଥାନଗୁଡ଼ିକରେ ୧୦ ବର୍ଷରୁ ଊର୍ଦ୍ଧ୍ୱ ଡିଜେଲ ଏବଂ ୧୫ ବର୍ଷରୁ ଊର୍ଦ୍ଧ୍ୱ ପେଟ୍ରୋଲ ଯାନଗୁଡିକୁ ବ୍ୟାନ କରାଯାଇଛି। ବର୍ତ୍ତମାନ ପୁରୁଣା କାର ପଞ୍ଜୀକରଣକୁ ନବୀକରଣ କଲେ ପ୍ରାୟ ୬୦୦ ଟଙ୍କା ଦେବାକୁ ପଡୁଛି। ନୂଆ ନିୟମ କାର୍ଯ୍ୟକାରୀ ହେଲେ ଏହା ୫ ହଜାର ଟଙ୍କା ପଡ଼ିବ। ସେହିଭଳି ପୁରୁଣା ବାଇକ୍‌ ଲାଗି ଏହା ବର୍ତ୍ତମାନ ୩୦୦ ଟଙ୍କା ଥିବା ବେଳେ ଆଗକୁ ୧ ହଜାର ଟଙ୍କା ଲାଗିବ। ୧୫ ବର୍ଷରୁ ଊର୍ଦ୍ଧ୍ୱ ଟ୍ରକ୍‌ ଏବଂ ବସ୍‌ କ୍ଷେତ୍ରରେ ଏହା ୧୫୦୦ ଟଙ୍କାରୁ ୧୨,୫୦୦ ଟଙ୍କାକୁ ବୃଦ୍ଧି ଘଟିବ। ଘରୋଇ ଯାନ ପଞ୍ଜୀକରଣର ନବୀକରଣ ବିଳମ୍ବ ହେଲେ ମାସିକ ୩୦୦ ଟଙ୍କା ଏବଂ ବାଣିଜି୍ୟକ ଯାନଗୁଡିକ ଲାଗି ୫୦୦ ଟଙ୍କା ଜରିମାନା ଦେବାକୁ ହେବ। ସେହିଭଳି ବାଣିଜି୍ୟକ
ଯାନଗୁଡ଼ିକର ଫିଟ୍‌ନେସ ପ୍ରମାଣପତ୍ରର ନବୀକରଣ ବିଳମ୍ବ ହେଲେ ଦୈନିକ ୫୦ ଟଙ୍କା ଜରିମାନା ଗଣିବାକୁ ପଡ଼ିବ। ପୁରୁଣା ଯାନଗୁଡ଼ିକୁ ବଜାରରୁ ହଟାଇବା ଲାଗି ସରକାର ଏଭଳି ନୀତି ଆପଣାଉଥିବା କୁହାଯାଇଛି। ଘରୋଇ ଯାନ ଅବଧି ୧୫ ବର୍ଷ ଟପିଥିଲେ ଯାନର ମାଲିକ ପ୍ରତି ୫ ବର୍ଷରେ ପଞ୍ଜୀକରଣ ନବୀକରଣ କରାଇବାକୁ ହେବ। ଏହାବାଦ ବାଣିଜି୍ୟକ ଯାନଗୁଡ଼ିକ ୮ ବର୍ଷ ଅବଧି ପୂରଣ କରିଥିଲେ ଫିଟ୍‌ନେସ ସାର୍ଟିଫିକେଟ ନବୀକରଣ କରାଇବେ। ସେହିଭଳି ଫିଟ୍‌ନେସ ପରୀକ୍ଷଣ ଲାଗି ମାନୁଆଲ ବ୍ୟବସ୍ଥାକୁ ଉଠାଇ ଦେବା ଉପରେ ସରକାର ବର୍ତ୍ତମାନ ଫୋକସ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri