ପୁରୁଣା ଗାଡ଼ିକୁ ଫି ବୋଝ

ନୂଆଦିଲ୍ଲୀ,୬।୧୦: ପୁରୁଣା ଗାଡ଼ିର ପଞ୍ଜୀକରଣକୁ ନବୀକରଣ କରାଇବା ଏବେ ମହଙ୍ଗା ହେବ। ଏବେକାର ମୂଲ୍ୟର ପ୍ରାୟ ୮ଗୁଣ ଅଧିକ ଫି ଦେବାକୁ ପଡ଼ିବ। ଏନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପୁରୁଣା ଯାନ ଉପରେ ଏଭଳି ଅତ୍ୟଧିକ ଫି ବୋଝ ଗାଡ଼ି ମାଲିକମାନଙ୍କୁ ଚିନ୍ତାରେ ପ୍ରକାଇବ।
୧୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା କାର୍‌ କିମ୍ବା ବାଣିଜି୍ୟକ ଯାନଗୁଡିକର ନବୀକରଣ କରାଇବା ସମୟରେ ୨୦୨୨ ଏପ୍ରିଲରୁ ୮ ଗୁଣା ଅଧିକ ଦେୟ ଦେବାକୁ ପଡ଼ିବ। ଟ୍ରକ ଏବଂ ବସ୍‌ ଗୁଡ଼ିକର ଫିଟ୍‌ନେସ ପ୍ରମାଣପତ୍ର ନବୀକରଣ କରାଇବା କ୍ଷେତ୍ରରେ ମଧ୍ୟ ଏଭଳି ଉଚ୍ଚ ଦେୟ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଏହାକୁ କାର୍ଯ୍ୟକାରୀ କରାଇବା ଲାଗି କେନ୍ଦ୍ର ରାଜପଥ, ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିୟମ ଦିଲ୍ଲୀ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳଗୁଡିକ ପାଇଁ କାର୍ଯ୍ୟକାରୀ ହେବ ନାହିଁ। କାରଣ ଏହି ସ୍ଥାନଗୁଡ଼ିକରେ ୧୦ ବର୍ଷରୁ ଊର୍ଦ୍ଧ୍ୱ ଡିଜେଲ ଏବଂ ୧୫ ବର୍ଷରୁ ଊର୍ଦ୍ଧ୍ୱ ପେଟ୍ରୋଲ ଯାନଗୁଡିକୁ ବ୍ୟାନ କରାଯାଇଛି। ବର୍ତ୍ତମାନ ପୁରୁଣା କାର ପଞ୍ଜୀକରଣକୁ ନବୀକରଣ କଲେ ପ୍ରାୟ ୬୦୦ ଟଙ୍କା ଦେବାକୁ ପଡୁଛି। ନୂଆ ନିୟମ କାର୍ଯ୍ୟକାରୀ ହେଲେ ଏହା ୫ ହଜାର ଟଙ୍କା ପଡ଼ିବ। ସେହିଭଳି ପୁରୁଣା ବାଇକ୍‌ ଲାଗି ଏହା ବର୍ତ୍ତମାନ ୩୦୦ ଟଙ୍କା ଥିବା ବେଳେ ଆଗକୁ ୧ ହଜାର ଟଙ୍କା ଲାଗିବ। ୧୫ ବର୍ଷରୁ ଊର୍ଦ୍ଧ୍ୱ ଟ୍ରକ୍‌ ଏବଂ ବସ୍‌ କ୍ଷେତ୍ରରେ ଏହା ୧୫୦୦ ଟଙ୍କାରୁ ୧୨,୫୦୦ ଟଙ୍କାକୁ ବୃଦ୍ଧି ଘଟିବ। ଘରୋଇ ଯାନ ପଞ୍ଜୀକରଣର ନବୀକରଣ ବିଳମ୍ବ ହେଲେ ମାସିକ ୩୦୦ ଟଙ୍କା ଏବଂ ବାଣିଜି୍ୟକ ଯାନଗୁଡିକ ଲାଗି ୫୦୦ ଟଙ୍କା ଜରିମାନା ଦେବାକୁ ହେବ। ସେହିଭଳି ବାଣିଜି୍ୟକ
ଯାନଗୁଡ଼ିକର ଫିଟ୍‌ନେସ ପ୍ରମାଣପତ୍ରର ନବୀକରଣ ବିଳମ୍ବ ହେଲେ ଦୈନିକ ୫୦ ଟଙ୍କା ଜରିମାନା ଗଣିବାକୁ ପଡ଼ିବ। ପୁରୁଣା ଯାନଗୁଡ଼ିକୁ ବଜାରରୁ ହଟାଇବା ଲାଗି ସରକାର ଏଭଳି ନୀତି ଆପଣାଉଥିବା କୁହାଯାଇଛି। ଘରୋଇ ଯାନ ଅବଧି ୧୫ ବର୍ଷ ଟପିଥିଲେ ଯାନର ମାଲିକ ପ୍ରତି ୫ ବର୍ଷରେ ପଞ୍ଜୀକରଣ ନବୀକରଣ କରାଇବାକୁ ହେବ। ଏହାବାଦ ବାଣିଜି୍ୟକ ଯାନଗୁଡ଼ିକ ୮ ବର୍ଷ ଅବଧି ପୂରଣ କରିଥିଲେ ଫିଟ୍‌ନେସ ସାର୍ଟିଫିକେଟ ନବୀକରଣ କରାଇବେ। ସେହିଭଳି ଫିଟ୍‌ନେସ ପରୀକ୍ଷଣ ଲାଗି ମାନୁଆଲ ବ୍ୟବସ୍ଥାକୁ ଉଠାଇ ଦେବା ଉପରେ ସରକାର ବର୍ତ୍ତମାନ ଫୋକସ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?