Posted inଫୁରସତ

ରାଷ୍ଟ୍ରପତିଙ୍କ ଭଳି ଦେଖାଯାଉଥିବାରୁ ଗାୟକଙ୍କ ସହ ଏଭଳି କଲା ଚାଇନା

ଚାଇନାର ଅଜବ ନିୟମ। ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଭଳି ଦେଖାଯାଉଥିବା କାରଣରୁ ଜଣେ କଳାକାରଙ୍କ ଉପରେ ରୋକ ଲାଗିଛି। ତାଙ୍କର ଦୋଷ ଏତିକି ଯେ, ସେ ରାଷ୍ଟ୍ରପତିଙ୍କ ଭଳି ନଜର ଆସୁଛନ୍ତି। ଏଣୁ ସେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ ବୋଲି କଟକଣା ଲଗାଯାଇଛି।

ଯଦି କେହି ରାଷ୍ଟ୍ରପତିଙ୍କ ଭଳି ଦେଖାଯାନ୍ତି, ତେବେ ଆପଣ ସୋସିଆଲ ମିଡିଆରେ ଆସିପାରିବେ ନାହିଁ ବୋଲି ଚାଇନାରେ ନିୟମ ରହିଛି। ଏଠାକାର ପ୍ରସିଦ୍ଧ ଅପେରା ଗାୟକଙ୍କ ସହ ଏଭଳି ଘଟଣା ଘଟିଛି। ଅପେରା ଗାୟକଙ୍କ ଚେହେରା ରାଷ୍ଟ୍ରପତି ଜିନପିଙ୍ଗଙ୍କ ଚେହେରା ସହ ମିଶୁଛି। ତେଣୁ ତାଙ୍କର ସୋସିଆଲ ମିଡିଆ ବ୍ୟବହାର ଉପରେ ବାରଣ କରାଯାଇଛି।
ସେ ହେଲେ ଗାୟକ ଲିୟୁ କେକିଙ୍ଗ। ତାଙ୍କୁ ଏବେ ୬୩ ବର୍ଷ।

ସେ କେକିଙ୍ଗ ବର୍ଲିନରେ ରୁହନ୍ତି। ସେ କ୍ରମାଗତ ଭାବରେ ଟିକ୍‌ଟକ୍‌ରେ ଭିଡିଓ କରି ଆସୁଥିଲେ। ଭିଡିଓରେ ସେ ଅପେରା ଗାଉଥିବାର ନଜର ଆସୁଥିଲା। ଆପ୍‌ରେ ୪୧ହଜାର ଲୋକ ତାଙ୍କୁ ଅନୁସରଣ କରୁଥିଲେ। ହେଲେ ୨୦୧୯ରୁ ତାଙ୍କ ଆକାଉଣ୍ଟ ଅନେକ ଥର ବନ୍ଦ ହୋଇଯାଇଥିଲା। ଏବେ ତାଙ୍କୁ ଏଭଳି କରିବାକୁ ବାରଣ କରାଯାଇଛି।

ମେ ୧୦ ତାରିଖରେ ଲିୟୁ ଏକ ଭିଡିଓ କରି ନିଜ ପକ୍ଷ ରଖିଥିଲେ। ତାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଛି। ଏହାକୁ ସେନ୍ସର କରାଯାଇଛି। କାରଣ ସେ ଇମେଜ୍‌ ଭାଓଲେସନ୍‌ କରିଥିବା କୁହାଯାଇଛି। ତାଙ୍କ ଚେହେରା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ମିଶୁଛି। ହେଲେ ସେ ସରକାରଙ୍କୁ ଅନେକ ଥର ନିଜର ପରିଚୟ ଦେଖାଇଛନ୍ତି। ଏବେ ସେ ନିଜର ଆକାଉଣ୍ଟ ପୁଣି ଥରେ ଖୋଲିବାକୁ ଅପେକ୍ଷା କରିଛନ୍ତି ବୋଲି କହିଥିଲେ।

ଏବେ ତାଙ୍କର ଶେଷ ଭିଡିଓକୁ ମଧ୍ୟ ସୋସିଆଲ ମିଡିଆରୁ ମଧ୍ୟ ହଟାଇ ଦିଆଯାଇଛି। ସେ ଏକ ପୃଥକ ଡୋଇନ ଆକାଉଣ୍ଟ ଖୋଲିଥିଲେ ହେଁ କିନ୍ତୁ ତାହା ମଧ୍ୟ କିଛି ସମୟ ପରେ ଡିଲିଟ ହୋଇଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri