ଆମେରିକା ନେଟ୍‌ଓ୍ବର୍କରେ ଚାଇନିଜ୍‌ ହ୍ୟାକର୍ସ

ସାନ୍‌ ଫ୍ରାନ୍ସିସ୍‌କୋ:  ଆମେରିକାକୁ ପୁଣି ଟାର୍ଗେଟ କରିଛନ୍ତି ଚାଇନା ଭିତ୍ତିକ ସାଇବର ଆକ୍ରମଣକାରୀ। ଦେଶର ସରକାରୀ ଓ ବେସରକାରୀ ପ୍ରାୟ ୩୦ ହଜାର ସଂସ୍ଥା ଉପରେ ଆକ୍ରମଣ ହୋଇଛି। ବିଭିନ୍ନ ସଂସ୍ଥାର ନେଟଓ୍ବର୍କ ମଧ୍ୟରେ ପ୍ରବେଶ ପାଇଁ ମାଇକ୍ରୋସଫ୍ଟ୍‌ର ଏକ୍ସଚେଞ୍ଜ ସର୍ଭର ସଫ୍ଟଓ୍ବେର ବ୍ୟବହାର କରାଯାଇଥିବା ଜଣାପଡିଛି। କ୍ରେବ୍‌ସ ଅନ୍‌ ସିକ୍ୟୁରିଟିକୁ ମିଳିଥିବା ସୂଚନା ଅନୁସାରେ ମାଇକ୍ରୋସଫ୍ଟ୍‌ ଏକ୍ସଚେଞ୍ଜ ସର୍ଭର ଇ-ମେଲ୍‌ ସଫ୍ଟଓ୍ବେରରେ ଥିବା ତ୍ରୁଟି ତଥା ଦୁର୍ବଳତାକୁ ହ୍ୟାକର୍ସ ଟାର୍ଗେଟ କରିଛନ୍ତି। ଏହାସହ ବିଶ୍ୱବ୍ୟାପୀ ହଜାର ହଜାର ମାଇକ୍ରୋସଫ୍ଟ୍‌ ଏକ୍ସଚେଞ୍ଜ ସର୍ଭରକୁ ମଧ୍ୟ ସେମାନେ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ଏ ନେଇ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ଅବଗତ କରାଯାଇଛି।
ସାଧାରଣତଃ ବ୍ୟବସାୟୀମାନେ ଏହି ସର୍ଭର ବ୍ୟବହାର କରିଥାନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ମାଇକ୍ରୋସଫ୍ଟ ପକ୍ଷରୁ ନୂଆ ସିକ୍ୟୁରିଟି ଅପଡେଟ୍‌ ଅଣାଯାଇଛି। ଏହାକୁ ଗ୍ରାହକମାନେ ତୁରନ୍ତ ଇନ୍‌ଷ୍ଟଲ କରିବାକୁ ପରାମର୍ଶ ଦିଆଯାଇଛି। ଏଭଳି ଆକ୍ରମଣ ସମ୍ପର୍କରେ ଚଳିତ ସପ୍ତାହରେ ମାଇକ୍ରୋସଫ୍ଟ ପକ୍ଷରୁ ଏହାର ଗ୍ରାହକମାନଙ୍କୁ ଚେତାବନୀ ଦିଆଯାଇଥିଲା। ଚାଇନାରୁ ପରିଚାଳିତ ‘ହାଫନିୟମ’ ବିଭିନ୍ନ ମେଡିକାଲ ରିସର୍ଚ୍ଚ ସଂସ୍ଥା, ଆଇନ ବ୍ୟବସ୍ଥା, ଶିକ୍ଷା, ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଟାର୍ଗେଟ କରି ତଥ୍ୟ ଚୋରି ପାଇଁ ଏଭଳି ଆକ୍ରମଣ ରଚୁଛି। ଗତ ୧୨ ମାସରେ ୮ ଥର ମାଇକ୍ରୋସଫ୍ଟ ପକ୍ଷରୁ ଏଭଳି ଘଟିବାକୁ ନେଇ ଚେତାବନୀ ଦେଇଛି।
ଏହା ପୂର୍ବରୁ ସୋଲାର୍‌ ଓ୍ବିଣ୍ଡ୍‌ସ ସଫ୍ଟଓ୍ବେର ମାଧ୍ୟମରେ ଆମେରିକାର ଫେଡେରାଲ ଏଜେନ୍ସି ଏବଂ ବିଭିନ୍ନ ଉଦ୍ୟୋଗ ଉପରେ ସାଇବର ଆଟାକ୍‌ ହୋଇଥିଲା। ହ୍ୟାକର୍ସ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏବଂ ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ (ଏଫ୍‌ଏଏ)ର ନେଟ୍‌ଓ୍ବର୍କରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri