ଆମେରିକା ନେଟ୍‌ଓ୍ବର୍କରେ ଚାଇନିଜ୍‌ ହ୍ୟାକର୍ସ

ସାନ୍‌ ଫ୍ରାନ୍ସିସ୍‌କୋ:  ଆମେରିକାକୁ ପୁଣି ଟାର୍ଗେଟ କରିଛନ୍ତି ଚାଇନା ଭିତ୍ତିକ ସାଇବର ଆକ୍ରମଣକାରୀ। ଦେଶର ସରକାରୀ ଓ ବେସରକାରୀ ପ୍ରାୟ ୩୦ ହଜାର ସଂସ୍ଥା ଉପରେ ଆକ୍ରମଣ ହୋଇଛି। ବିଭିନ୍ନ ସଂସ୍ଥାର ନେଟଓ୍ବର୍କ ମଧ୍ୟରେ ପ୍ରବେଶ ପାଇଁ ମାଇକ୍ରୋସଫ୍ଟ୍‌ର ଏକ୍ସଚେଞ୍ଜ ସର୍ଭର ସଫ୍ଟଓ୍ବେର ବ୍ୟବହାର କରାଯାଇଥିବା ଜଣାପଡିଛି। କ୍ରେବ୍‌ସ ଅନ୍‌ ସିକ୍ୟୁରିଟିକୁ ମିଳିଥିବା ସୂଚନା ଅନୁସାରେ ମାଇକ୍ରୋସଫ୍ଟ୍‌ ଏକ୍ସଚେଞ୍ଜ ସର୍ଭର ଇ-ମେଲ୍‌ ସଫ୍ଟଓ୍ବେରରେ ଥିବା ତ୍ରୁଟି ତଥା ଦୁର୍ବଳତାକୁ ହ୍ୟାକର୍ସ ଟାର୍ଗେଟ କରିଛନ୍ତି। ଏହାସହ ବିଶ୍ୱବ୍ୟାପୀ ହଜାର ହଜାର ମାଇକ୍ରୋସଫ୍ଟ୍‌ ଏକ୍ସଚେଞ୍ଜ ସର୍ଭରକୁ ମଧ୍ୟ ସେମାନେ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ଏ ନେଇ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ଅବଗତ କରାଯାଇଛି।
ସାଧାରଣତଃ ବ୍ୟବସାୟୀମାନେ ଏହି ସର୍ଭର ବ୍ୟବହାର କରିଥାନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ମାଇକ୍ରୋସଫ୍ଟ ପକ୍ଷରୁ ନୂଆ ସିକ୍ୟୁରିଟି ଅପଡେଟ୍‌ ଅଣାଯାଇଛି। ଏହାକୁ ଗ୍ରାହକମାନେ ତୁରନ୍ତ ଇନ୍‌ଷ୍ଟଲ କରିବାକୁ ପରାମର୍ଶ ଦିଆଯାଇଛି। ଏଭଳି ଆକ୍ରମଣ ସମ୍ପର୍କରେ ଚଳିତ ସପ୍ତାହରେ ମାଇକ୍ରୋସଫ୍ଟ ପକ୍ଷରୁ ଏହାର ଗ୍ରାହକମାନଙ୍କୁ ଚେତାବନୀ ଦିଆଯାଇଥିଲା। ଚାଇନାରୁ ପରିଚାଳିତ ‘ହାଫନିୟମ’ ବିଭିନ୍ନ ମେଡିକାଲ ରିସର୍ଚ୍ଚ ସଂସ୍ଥା, ଆଇନ ବ୍ୟବସ୍ଥା, ଶିକ୍ଷା, ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଟାର୍ଗେଟ କରି ତଥ୍ୟ ଚୋରି ପାଇଁ ଏଭଳି ଆକ୍ରମଣ ରଚୁଛି। ଗତ ୧୨ ମାସରେ ୮ ଥର ମାଇକ୍ରୋସଫ୍ଟ ପକ୍ଷରୁ ଏଭଳି ଘଟିବାକୁ ନେଇ ଚେତାବନୀ ଦେଇଛି।
ଏହା ପୂର୍ବରୁ ସୋଲାର୍‌ ଓ୍ବିଣ୍ଡ୍‌ସ ସଫ୍ଟଓ୍ବେର ମାଧ୍ୟମରେ ଆମେରିକାର ଫେଡେରାଲ ଏଜେନ୍ସି ଏବଂ ବିଭିନ୍ନ ଉଦ୍ୟୋଗ ଉପରେ ସାଇବର ଆଟାକ୍‌ ହୋଇଥିଲା। ହ୍ୟାକର୍ସ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏବଂ ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ (ଏଫ୍‌ଏଏ)ର ନେଟ୍‌ଓ୍ବର୍କରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗମରାରେ ପିଏନ୍‌ବି ଲୋନ୍‌ ପଏଣ୍ଟ

ଭୁବନେଶ୍ୱର,୨୩।୫: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ରାମ୍‌ (ରିଟେଲ,କୃଷି ଏବଂ ଏମ୍‌ଏସ୍‌ଏମ୍‌ଇ)ର ଲୋନ୍‌ ପଏଣ୍ଟ ସ୍ଥାନୀୟ ଜାଗମରା ସ୍ଥିତ ଓରିଏଣ୍ଟାଲ ବ୍ୟାଙ୍କ କ୍ୟାମ୍ପସ ପରିସରରେ ଉଦ୍‌ଘାଟିତ...

ପଶୁଙ୍କ ଗର୍ଭାଶୟରେ ଛଡ଼ାଯିବ ମଣିଷଙ୍କ ଭ୍ରୁଣ!

ଟୋକିଓ,୧୭।୩: ଜାପାନର ଜଣେ ଷ୍ଟେମ୍‌-ସେଲ୍‌ ବୈଜ୍ଞାନିକ ଏକ ଭିନ୍ନ ଧରଣର ଗବେଷଣା କରିଛନ୍ତି। ଏଠାକାର ସରକାର ଏଥିପାଇଁ ସହାୟତା ମଧ୍ୟ ଦେବା ଆରମ୍ଭ କରିଛନ୍ତି। ବୈଜ୍ଞାନିକ...

ପ୍ରିମିୟମ ଅବତାରରେ ମାରୁତି ସୁଜୁକି ଡିଜାୟାର

ନୂଆଦିଲ୍ଲୀ,୧୮।୪: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହାର ପ୍ରମୁଖ ମଡେଲ ଡିଜାୟାର ପ୍ରିମିୟମ ଅବତାରରେ ଆସିଛି। ଭାରତର ବେଷ୍ଟ ସେଲିଂ ସେଡାନ ଭାବେ ପରିଗଣିତ...

ରୁଷିଆ-ୟୁକ୍ରେନ ଯୁଦ୍ଧକୁ ପୂରିଲା ବର୍ଷେ

କିଭ୍‌,୨୪।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ଆଜି ବର୍ଷେ ପୂରଣ ହୋଇଛି। ୨୪ ଫେବୃଆରୀ ୨୦୨୨ରେ, ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ...

ପାକିସ୍ତାନ ଓ୍ବେବ୍‌ସାଇଟ୍‌ରେ ଶ୍ରୀରାମଙ୍କ ଫଟୋ, ହ୍ୟାକ୍‌ର ଲେଖିଲେ…

ଇସ୍‌ଲାମାବାଦ,୧୬ା୮: ସ୍ବାଧୀନତା ଦିବସ ଅବସରରେ, କେତେକ ହ୍ୟାକର ପାକିସ୍ତାନର ଅନେକ ଗୁରୁତ୍ୱପୂର୍ଣ୍ଣ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରିଥିଲେ। ଏହା ଅଗଷ୍ଟ ୧୫ର ଅଭିନନ୍ଦନ ବାର୍ତ୍ତା ଥିଲା। କେବଳ...

ଦିଲୀପ, ରାଜଙ୍କ ଘର କିଣିବ ପାକିସ୍ତାନ

ପେଶାଓ୍ବର, ୩ା୧: ପାକିସ୍ତାନର ଖାଇବର ପାଖ୍‌ତନଖୱା ରାଜ୍ୟ ସରକାର କିମ୍ବଦନ୍ତୀ ବଲିଉଡ ଅଭିନେତା ଦିଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ଘର କିଣିବେ। ଏଥି...

ଆଦିତ୍ୟ ହ୍ୟୁଣ୍ଡାଇରେ ଫ୍ରି କାର୍‌ କେୟାର କ୍ଲିନିକ କ୍ୟାମ୍ପ

ଭୁବନେଶ୍ୱର,୧୮-୪:ସ୍ଥାନୀୟ ଉତ୍ତରାସ୍ଥିତ ଆଦିତ୍ୟ ହ୍ୟୁଣ୍ଡାଇ ଶୋ’ରୁମରେ ଫ୍ରି କାର୍‌ କେୟାର କ୍ଲିନିକ ଶୁଭାରମ୍ଭ ହୋଇଛି। ଚଳିତ ମାସ ୨୧ ଯାଏ ଏହି କ୍ୟାମ୍ପ ଚାଲିବ। ହ୍ୟୁଣ୍ଡାଇ...

ଚେଙ୍ଗ୍‌ଡୁ କନ୍‌ସୁଲେଟ ବନ୍ଦ କରିବାକୁ ଆମେରିକାକୁ କହିଲା ଚାଇନା

ବେଜିଂ,୨୫ା୭: ହ୍ୟୁଷ୍ଟନରେ ଥିବା ଦୂତାବାସ ବନ୍ଦ କରିବାକୁ ଆମେରିକା ଚାଇନାକୁ ନିର୍ଦ୍ଦେଶ ଦେବା ପରେ ବେଜିଂ ଯେସାକୁ ତେସା ନୀତି ଆପଣାଇଛି। ଚେଙ୍ଗ୍‌ଡୁରେ ଥିବା ଦୂତାବାସ...

Advertisement
Archives

Model This Week