କରୋନା ମହାମାରୀ ଯୋଗୁ ସନ୍ତାନ ଚାହୁଁ ନାହାନ୍ତି ଚାଇନା ଦମ୍ପତି, ଜନସଂଖ୍ୟା ହ୍ରାସ ନେଇ ଚିନ୍ତାରେ ସରକାର…

ବେଜିଂ, ୬।୬ : ଚାଇନାର ଜନସଂଖ୍ୟା ହ୍ରାସ ପାଇବା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ନିକଟରେ ଚାଇନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ବେଜିଂ ଦ୍ୱାରା ଦିଆଯାଇଥିବା ସରକାରୀ ଆକଳନ ଅପେକ୍ଷା ଜନସଂଖ୍ୟା ସଙ୍କଟ ଅଧିକ ଖରାପ ସ୍ଥିତିରେ ରହିଛି। ପରିସଂଖ୍ୟାନ ଅଧିକାରୀଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ଏକ ବର୍ଷରେ ଚାଇନାର ୧୦ଟି ପ୍ରାଦେଶିକ ଅଞ୍ଚଳର ଜନସଂଖ୍ୟା ପୁଣି ହ୍ରାସ ପାଇଛି।

ଏହି ପରିପ୍ରେକ୍ଷୀରେ, ନ୍ୟୁଜ ଏଜେନ୍ସି ଏଏନଆଇର ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଯଦିଓ ଗତ କିଛି ବର୍ଷ ହେବ ଚାଇନାର ଜନସଂଖ୍ୟା ହ୍ରାସ ପାଉଛି, କିନ୍ତୁ ନିକଟରେ ଜନ୍ମ ହାର ଏବଂ ମୃତ୍ୟୁ ହାର ମଧ୍ୟରେ ପାର୍ଥକ୍ୟ କମିବାରେ ଲାଗିଛି। ଜାତୀୟ ପରିସଂଖ୍ୟାନ ବ୍ୟୁରୋ ଅନୁଯାୟୀ, ଚାଇନାର ଜନ୍ମ ହାର ୦.୭୫୨ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ୦.୭୧୮ ପ୍ରତିଶତ ରହିଛି। ଫଳସ୍ବରୂପ ପ୍ରାକୃତିକ ଅଭିବୃଦ୍ଧି ହାର ୦.୦୩୪ ପ୍ରତିଶତ ରହିଛି। ୨୦୨୦ରେ ପ୍ରାକୃତିକ ଅଭିବୃଦ୍ଧି ହାର ୦.୧୪୫ ପ୍ରତିଶତ ଥିଲା।

ନ୍ୟାଶନାଲ ଷ୍ଟାଟିଷ୍ଟିକ୍ସ ବ୍ୟୁରୋ ଅଫ ଚାଇନାର ସର୍ବଶେଷ ଆକଳନ ଅନୁଯାୟୀ, ୨୦୨୧ରେ ଚାଇନାର ଜନସଂଖ୍ୟା ୧୪୧ କୋଟି ୧୨ ଲକ୍ଷ ୨୧୨ ଥିଲା। ୨୦୨୧ରେ ଚାଇନାର ଜନସଂଖ୍ୟା ମାତ୍ର ୪ ଲକ୍ଷ ୮୦ ହଜାର ବୃଦ୍ଧି ପାଇଥିଲା। କୁହାଯାଉଛି ଯେ କରୋନା ମହାମାରୀ କାରଣରୁ ଲୋକମାନେ ସନ୍ତାନ ପ୍ରସବ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି।

ଅପରପକ୍ଷରେ, ଗତ ଏକ ବର୍ଷ ମଧ୍ୟରେ ଚାଇନାର ଅର୍ଥନୀତିର ହ୍ରାସ ଯୋଗୁ ଲୋକେ ସନ୍ତାନ ଚାହୁଁ ନାହାନ୍ତି। ଚାଇନାର ସରକାରୀ ପରିସଂଖ୍ୟାନ ଅନୁଯାୟୀ, ୧୯୮୦ ଦଶକର ଶେଷ ଭାଗରେ ଚାଇନାର ମୋଟ ପ୍ରଜନନ ହାର ପ୍ରତି ମହିଳାଙ୍କ ପିଛା ୨.୬ ପ୍ରତିଶତ ଥିଲା। ସେହିପରି ମୃତ୍ୟୁ ହାର ୨.୧ ପ୍ରତିଶତ ଥିଲା। କିନ୍ତୁ ୧୯୯୪ ପରଠାରୁ ଜନ୍ମ ହାର କମି ୧.୬ ରୁ ୧.୭ ପ୍ରତିଶତ ଛୁଇଁଛି।

ଏଥି ସହିତ, ୨୦୨୦ରେ ଚାଇନାରେ ଜନ୍ମ ହାର ୧.୩ ପ୍ରତିଶତକୁ ହ୍ରାସ ପାଇଛି। ୨୦୨୧ରେ ଜନ୍ମ ହାର ୧.୧୫ ପ୍ରତିଶତକୁ ଖସି ଆସିଥିଲା। ଯେତେବେଳେ କି ଆମେରିକା ଏବଂ ଅଷ୍ଟ୍ରେଲିଆରେ ଜନ୍ମ ହାର ୧.୬ ପ୍ରତିଶତ ଏବଂ ଜାପାନରେ ମଧ୍ୟ ଜନ୍ମ ହାର ୧.୩ ପ୍ରତିଶତ ରହିଛି।

ଗତ ବର୍ଷ ଚାଇନା ସକରାର ଏକ ନୂତନ ଜନସଂଖ୍ୟା ଏବଂ ପରିବାର ଯୋଜନା ଆଇନ ଜାରି କରିଥିଲେ। ଏହା ଅନ୍ତର୍ଗତ ଚାଇନାର ଦମ୍ପତିଙ୍କୁ ତିନିଟି ସନ୍ତାନ ଜନ୍ମ କରିବାକୁ ଅନୁମତି ଦିଆଯାଇଛି। ମାତ୍ର ଖର୍ଚ୍ଚ ବଢ଼ି଼ିବା ଯୋଗୁ ଦମ୍ପତିମାନେ ଅଧିକ ସନ୍ତାନ ନେଇ ଅନିଚ୍ଛା ପ୍ରକାଶ କରୂଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri