କରୋନା ମହାମାରୀ ଯୋଗୁ ସନ୍ତାନ ଚାହୁଁ ନାହାନ୍ତି ଚାଇନା ଦମ୍ପତି, ଜନସଂଖ୍ୟା ହ୍ରାସ ନେଇ ଚିନ୍ତାରେ ସରକାର…

ବେଜିଂ, ୬।୬ : ଚାଇନାର ଜନସଂଖ୍ୟା ହ୍ରାସ ପାଇବା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ନିକଟରେ ଚାଇନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ବେଜିଂ ଦ୍ୱାରା ଦିଆଯାଇଥିବା ସରକାରୀ ଆକଳନ ଅପେକ୍ଷା ଜନସଂଖ୍ୟା ସଙ୍କଟ ଅଧିକ ଖରାପ ସ୍ଥିତିରେ ରହିଛି। ପରିସଂଖ୍ୟାନ ଅଧିକାରୀଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ଏକ ବର୍ଷରେ ଚାଇନାର ୧୦ଟି ପ୍ରାଦେଶିକ ଅଞ୍ଚଳର ଜନସଂଖ୍ୟା ପୁଣି ହ୍ରାସ ପାଇଛି।

ଏହି ପରିପ୍ରେକ୍ଷୀରେ, ନ୍ୟୁଜ ଏଜେନ୍ସି ଏଏନଆଇର ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଯଦିଓ ଗତ କିଛି ବର୍ଷ ହେବ ଚାଇନାର ଜନସଂଖ୍ୟା ହ୍ରାସ ପାଉଛି, କିନ୍ତୁ ନିକଟରେ ଜନ୍ମ ହାର ଏବଂ ମୃତ୍ୟୁ ହାର ମଧ୍ୟରେ ପାର୍ଥକ୍ୟ କମିବାରେ ଲାଗିଛି। ଜାତୀୟ ପରିସଂଖ୍ୟାନ ବ୍ୟୁରୋ ଅନୁଯାୟୀ, ଚାଇନାର ଜନ୍ମ ହାର ୦.୭୫୨ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ୦.୭୧୮ ପ୍ରତିଶତ ରହିଛି। ଫଳସ୍ବରୂପ ପ୍ରାକୃତିକ ଅଭିବୃଦ୍ଧି ହାର ୦.୦୩୪ ପ୍ରତିଶତ ରହିଛି। ୨୦୨୦ରେ ପ୍ରାକୃତିକ ଅଭିବୃଦ୍ଧି ହାର ୦.୧୪୫ ପ୍ରତିଶତ ଥିଲା।

ନ୍ୟାଶନାଲ ଷ୍ଟାଟିଷ୍ଟିକ୍ସ ବ୍ୟୁରୋ ଅଫ ଚାଇନାର ସର୍ବଶେଷ ଆକଳନ ଅନୁଯାୟୀ, ୨୦୨୧ରେ ଚାଇନାର ଜନସଂଖ୍ୟା ୧୪୧ କୋଟି ୧୨ ଲକ୍ଷ ୨୧୨ ଥିଲା। ୨୦୨୧ରେ ଚାଇନାର ଜନସଂଖ୍ୟା ମାତ୍ର ୪ ଲକ୍ଷ ୮୦ ହଜାର ବୃଦ୍ଧି ପାଇଥିଲା। କୁହାଯାଉଛି ଯେ କରୋନା ମହାମାରୀ କାରଣରୁ ଲୋକମାନେ ସନ୍ତାନ ପ୍ରସବ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି।

ଅପରପକ୍ଷରେ, ଗତ ଏକ ବର୍ଷ ମଧ୍ୟରେ ଚାଇନାର ଅର୍ଥନୀତିର ହ୍ରାସ ଯୋଗୁ ଲୋକେ ସନ୍ତାନ ଚାହୁଁ ନାହାନ୍ତି। ଚାଇନାର ସରକାରୀ ପରିସଂଖ୍ୟାନ ଅନୁଯାୟୀ, ୧୯୮୦ ଦଶକର ଶେଷ ଭାଗରେ ଚାଇନାର ମୋଟ ପ୍ରଜନନ ହାର ପ୍ରତି ମହିଳାଙ୍କ ପିଛା ୨.୬ ପ୍ରତିଶତ ଥିଲା। ସେହିପରି ମୃତ୍ୟୁ ହାର ୨.୧ ପ୍ରତିଶତ ଥିଲା। କିନ୍ତୁ ୧୯୯୪ ପରଠାରୁ ଜନ୍ମ ହାର କମି ୧.୬ ରୁ ୧.୭ ପ୍ରତିଶତ ଛୁଇଁଛି।

ଏଥି ସହିତ, ୨୦୨୦ରେ ଚାଇନାରେ ଜନ୍ମ ହାର ୧.୩ ପ୍ରତିଶତକୁ ହ୍ରାସ ପାଇଛି। ୨୦୨୧ରେ ଜନ୍ମ ହାର ୧.୧୫ ପ୍ରତିଶତକୁ ଖସି ଆସିଥିଲା। ଯେତେବେଳେ କି ଆମେରିକା ଏବଂ ଅଷ୍ଟ୍ରେଲିଆରେ ଜନ୍ମ ହାର ୧.୬ ପ୍ରତିଶତ ଏବଂ ଜାପାନରେ ମଧ୍ୟ ଜନ୍ମ ହାର ୧.୩ ପ୍ରତିଶତ ରହିଛି।

ଗତ ବର୍ଷ ଚାଇନା ସକରାର ଏକ ନୂତନ ଜନସଂଖ୍ୟା ଏବଂ ପରିବାର ଯୋଜନା ଆଇନ ଜାରି କରିଥିଲେ। ଏହା ଅନ୍ତର୍ଗତ ଚାଇନାର ଦମ୍ପତିଙ୍କୁ ତିନିଟି ସନ୍ତାନ ଜନ୍ମ କରିବାକୁ ଅନୁମତି ଦିଆଯାଇଛି। ମାତ୍ର ଖର୍ଚ୍ଚ ବଢ଼ି଼ିବା ଯୋଗୁ ଦମ୍ପତିମାନେ ଅଧିକ ସନ୍ତାନ ନେଇ ଅନିଚ୍ଛା ପ୍ରକାଶ କରୂଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri