ଛିଣ୍ଡୁନି ଅଡୁଆ, ବଢୁଛି ଚିନ୍ତା

ଢେଙ୍କାନାଳ ଅଫିସ, ୨୨।୧୨ ଅମଳ ହୋଇ ଖଳାରେ ପଡ଼ିଛି ଧାନ। ଝାଳବୁହା ପରିଶ୍ରମର ମୂଲ୍ୟ ପାଇବାକୁ ଜଗିରହିଛନ୍ତି ଚାଷୀ। ଅଥଚ ଢେଙ୍କାନାଳ ଜିଲାରେ ମଣ୍ଡି କେବେ ଖୋଲିବ ଏବଂ କିପରି ଧାନ କିଣାଯିବ ତାହା ସ୍ପଷ୍ଟ ହୋଇପାରୁନାହିଁ। ଏପଟେ ଟୋକନ ଆସି ନ ଥିବାରୁ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ୨୭ ତାରିଖରେ ଧାନ କିଣାଯିବ କି ନାହିଁ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ।
ଖରିଫ୍‌ ଧାନକିଣା ଆରମ୍ଭରୁ ଆରମ୍ଭ ହୋଇଛି ଅବ୍ୟବସ୍ଥା। ସରକାରୀ ମାନ୍ୟତା ଦାବିରେ ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ଡାକରାରେ ରାଜ୍ୟର ପାକ୍ସ, ଲାମ୍ପ୍‌ସ କର୍ମଚାରୀ ଆନ୍ଦୋଳନ ଜାରି ରଖିଥିବାବେଳେ ଧାନକିଣା ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଇତିମଧ୍ୟରେ ଜିଲା ପ୍ରଶାସନ ପକ୍ଷରୁ ଡକାଯାଇଥିବା ଏକ ଜରୁରୀ ବୈଠକରେ ଆସନ୍ତା ୨୭ ତାରିଖରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବା ବୋଲି ନିଷ୍ପତ୍ତି ହୋଇଛି। ହେଲେ ସମବାୟ ସମ୍ପାଦକମାନେ ଆନ୍ଦୋଳନ ଜାରି ରଖିଥିବାରୁ ପ୍ରଶାସନର ଧାର୍ଯ୍ୟ ତାରିଖରେ ମଣ୍ଡିଖୋଲିବା ଏବଂ ସ୍ବାଭାବିକ ଭାବେ ଧାନ କିଣାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଜିଲା ଯୋଗାଣ ବିଭାଗ ପକ୍ଷରୁ ସୋମବାର ବିଳମ୍ବିତ ରାତି ଯାଏ ଆନ୍ଦୋଳନରତ ସମ୍ପାଦକଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ନିଷ୍କର୍ଷ ବାହାରି ନ ଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷେ ଧାନକିଣାକୁ ନେଇ ଚାପ ବଢୁଥିବାବେଳେ ପ୍ରଶାସନ ବିକଳ୍ପ ଖୋଜିବା ଆରମ୍ଭ କରିଛି। ଏଭଳି ସଙ୍କଟ ସମୟରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଉପରେ ଭରସା କରିଛି ପ୍ରଶାସନ। ତ୍ୱରିତ ପଦକ୍ଷେପ ସ୍ବରୂପ ଯୋଗାଣ ବିଭାଗ ୫୬ ଏସ୍‌ଏଚ୍‌ଜି ସହିତ ଆଲୋଚନା ଜାରିରଖିଛି। ହେଲେ ଏତେ କମ୍‌ ସମୟ ମଧ୍ୟରେ ଏଚ୍‌ଏଚ୍‌ଜି ଚୟନ, ସେମାନଙ୍କୁ ପ୍ରଶିକ୍ଷଣ, ଆନୁଷଙ୍ଗିକ ବ୍ୟବସ୍ଥା କରିବା ସହଜ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ସେହିପରି ଧାନକିଣା ପ୍ରକ୍ରିୟା ଚୂଡ଼ାନ୍ତ ହୋଇପାରୁ ନ ଥିବାରୁ ଟୋକନ ଆସିବାରେ ମଧ୍ୟ ଅହେତୁକ ବିଳମ୍ବ ହେଉଛି। ଏକକାଳୀନ ଟୋକନ ଆସି ପହଞ୍ଚତ୍ଲେ ମଣ୍ଡିରେ ଧାନକ୍ରୟକୁ ନେଇ ଅବ୍ୟବସ୍ଥା ବଢ଼ିବ ବୋଲି ଚାଷୀମହଲରେ ମତ ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଜିଲା ଯୋଗାଣ ବିଭାଗ ଅଧିକାରୀ ନିରଦ ରଞ୍ଜନ ଦାସ କୁହନ୍ତି, ୨୭ ତାରିଖରେ ଜିଲାରେ ଧାନକିଣା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଛି। ସୋସାଇଟି ସମ୍ପାଦକଙ୍କ ଆନ୍ଦୋଳନ ଜାରି ରହିଥିବାରୁ ସମସ୍ୟା ଉପୁଜିଛି। ବିକଳ୍ପ ବ୍ୟବସ୍ଥା ସ୍ବରୂପ ଏସ୍‌ଏଚ୍‌ଜିଙ୍କୁ ଯୋଗାଯୋଗ କରାଯାଉଛି। ପ୍ରାଥମିକ କାର୍ଯ୍ୟ ଶେଷ ହେବା ପରେ ଟୋକନ ଆସିବା ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଚଳିତ ଖରିଫ୍‌ ଋତୁରେ ଧାନ ବିକ୍ରି କରିବା ଲାଗି ଜିଲାର ୪୯,୩୫୮ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ମୋଟ୍‌ ୧୧ଲକ୍ଷ ୩୦ହଜାର ୮୮୨ କୁଇଣ୍ଟାଲ ଧାନ କିଣିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୭ ଏସ୍‌ଏଚ୍‌ଜିକୁ ଧାନକିଣା ପ୍ରକ୍ରିୟାରେ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri