ତିବ୍ବତରେ କରୋନା ଦ୍ୱାରା ନରସଂହାର ପାଇଁ ଚାଇନାର ଷଡ଼ଯନ୍ତ୍ର…

ବେଜିଂ/ଲାସା,୨୨।୧ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାର କଠୋର ଜିରୋ କୋଭିଡ ନୀତି ବିରୋଧରେ ସାଧାରଣ ଲୋକଙ୍କ ଆନ୍ଦୋଳନର ଚାପରେ କଟକଣାକୁ ଉଠାଇ ନେଇଛନ୍ତି। କିନ୍ତୁ ଏହାର ବାସ୍ତବତା ଅନ୍ୟ କିଛି ରହିଛି ବୋଲି ଅନ୍ତର୍ଜାତୀୟସ୍ତରରେ ଚvର୍ଚ୍ଚା ହେଉଛି। ଭଏସ ଏଗନେଷ୍ଟ ଅଟୋକ୍ରାସି ପକ୍ଷରୁ ଜିନପିଙ୍ଗ ପ୍ରଶାସନ ଉପରେ ଏକ ବଡ ଅଭିଯୋଗ ଆଣିଛି। ଏହା କହିଛି ଯେ କରୋନା ପ୍ରତିବନ୍ଧକକୁ ହଟିବା ଦ୍ୱାରା ତିବ୍ବତରେ ବାସ କରୁଥିବା ତିବ୍ଦତୀୟ ବାସିନ୍ଦାଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପୀବାରେ ଲାଗିଛି। ରେଡିଓ ଫ୍ରି ଏସିଆ ଅନୁସାରେ ଚାଇନା କରୋନା ପ୍ରତିବନ୍ଧକକୁ ହଟାଇବା ପରଠାରୁ କେବଳ ଲାସାରେ କୋଭିଡ ସଂକ୍ରମଣରେ ୧୦୦ଜଣଙ୍କର ମୃତ୍ୟୁ ଘଟିଛି।

ବେଜିଂର ଯୋଜନା ହେଉଛି ତିବ୍ଦତୀୟମାନଙ୍କର ନରସଂହାର କରୋନା ଦ୍ୱାରା କରିବା। ଚାଇନା ଏହାର ସମସ୍ତ ସୀମା ଖୋଲିଛି ଯାହା ଦ୍ୱାରା ନାଗରିକମାନଙ୍କୁ ଯାତ୍ରା କରିବାକୁ ଅନୁମତି ମିଳିଛି। ଏହି ପର୍ଯ୍ୟାୟରେ ପର୍ଯ୍ୟଟନ ବିଭାଗ କହିଛି ଯେ ୧ ଜାନୁୟାରୀ ୨୦୨୩ ରେ ଚାଇନାରୁ ଏକ କୋଟିରୁ ଅଧିକ ଲୋକ ତିବ୍ବତରେ ଶୀତକାଳୀନ ଯାତ୍ରା ଆରମ୍ଭ କରିଛନ୍ତି। ଏହି ପ୍ୟାକେଜରେ ଲାସାସ୍ଥିତ ପୋଟାଲା ପ୍ୟାଲେସ ଏବଂ ତିବ୍ବତର ଅନ୍ୟାନ୍ୟ ପ୍ରମୁଖ ସ୍ଥାନଗୁଡିକ ପାଇଁ ମାଗଣା ଟିକେଟ ଅନ୍ତର୍ଭୁକ୍ତ ଏବଂ ଏହି ଯୋଜନା ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଚାଲିବ।

କୋଭିଡ ସଂକ୍ରମଣ ମୃତ୍ୟୁ କେବଳ ଲାସା, ତିବ୍ବତ ଏବଂ ଚାଇନାରେ ବୃଦ୍ଧି ପାଉଛି। ଜିନପିଙ୍ଗ ସରକାରଙ୍କ କୋଭିଡ ସଂକ୍ରମଣ କରିବା ପାଇଁ ଏହି ରଣନୀତିର ଉଦ୍ଦେଶ୍ୟ ହେଉଛି ତିବ୍ବତର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ନୁହେଁ, ବରଂ ଶୀଘ୍ର ମହାମାରୀ ବିସ୍ତାର କରିବା ଏବଂ ଶେଷରେ ତିବ୍ବତରେ ତିବ୍ଦତୀୟମାନଙ୍କୁ ଧ୍ୱଂସ କରିବା।

ଭଏସ ଏଗନେଷ୍ଟ ଅଟୋକ୍ରାସି ରିପୋର୍ଟ କରିଛି ଯେ ଜିନପିଙ୍ଗଙ୍କ କୋଭିଡ ନୀତି ପିଆରସି ଅଧୀନରେ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟକାରୀ ହୋଇଛି। ବିଶେଷ ଭାବରେ, ତିବ୍ବତ ଅଧିକୃତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କଟକଣା କରାଯାଇ ନାହିଁ। ସୋସିଆଲ ମିଡିଆରେ ତିବ୍ବତୀୟମାନଙ୍କ ଦ୍ୱାରା ଅଂଶୀଦାର ହୋଇଥିବା ଭିଡିଓଗୁଡିକ ଦର୍ଶାଇଛି ଯେ ଏହାଦ୍ୱାରା କର୍ମଚାରୀ, ଖାଦ୍ୟ, ଚିକିତ୍ସା ସାମଗ୍ରୀ ଏବଂ ଭିତ୍ତିଭୂମି ଅଭାବ ଦେଖାଦେଇଛି। ଏପରିକି ଲାସା ଏବଂ ଶିଗାତ୍ସେ ଭଳି ବଡ ସହରରେ ମଧ୍ୟ ଏହା ଦେଖିବାକୁ ମିଳିଛି। ଲାସା ମେୟର ପ୍ରଶାସନିକ କାର୍ଯ୍ୟରେ ବିଫଳତା ପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି। ତେବେ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଜିନପିଙ୍ଗଙ୍କୁ ଦାୟୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri