Posted inଜାତୀୟ

ଭୁଟାନ ସହ ଚାଇନାର ନୂଆ ସୀମା ବିବାଦ

ନୂଆଦିଲ୍ଲୀ,୧।୭(ଆଇଏଏନ୍‌ଏସ୍‌): ପୂର୍ବ ଲଦାଖରେ ଭାରତ ସହ ସୀମା ବିବାଦ ଲାଗି ରହିଥିବାବେଳେ ଏବେ ସହଯୋଗୀ ଭୁଟାନ ସହ ଚାଇନା ନୂଆ ସୀମା ବିବାଦ ଆରମ୍ଭ କରିଛି। ଜୁନ୍‌ ପ୍ରଥମ ସପ୍ତାହରେ ବିଶ୍ୱ ପରିବେଶ ସୁବିଧା (ଜିଇଏଫ୍‌) ପରିଷଦର ଭର୍ଚୁଆଲ ବୈଠକରେ ବିଭିନ୍ନ ପରିବେଶ ପ୍ରକଳ୍ପକୁ ଅନୁଦାନ ନେଇ ଆଲୋଚନା କରାଯାଇଥିଲା। ଭୁଟାନର ସକ୍‌ତେଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଅନୁଦାନ ପ୍ରଦାନ ପ୍ରସଙ୍ଗ ଉଠିବା ପରେ ଚାଇନା ଏହାକୁ ବିରୋଧ କରିଥିଲା। ଭାରତକୁ ଲାଗିଥିବା ପୂର୍ବ ଭୁଟାନର ଟ୍ରାଶିଗଙ୍ଗ ଜିଲାରେ ଏହି ଅଭୟାରଣ୍ୟ ଅବସ୍ଥିତ। ଏହି ଅଞ୍ଚଳ ବିବାଦୀୟ ବୋଲି ଚାଇନା ଦାବିକରି ଭୁଟାନ ସହ ସୀମା ବିବାଦକୁ ଜୋର୍‌ଦାର କରିଛି। ଜିଇଏଫ୍‌ ପରିଷଦର ଅଧିକାଂଶ ସଦସ୍ୟ ଚାଇନାର ଦାବିକୁ ଖଣ୍ଡନ କରି ଭୁଟାନକୁ ସମର୍ଥନ କରିଥିଲେ ହେଁ ଚାଇନାର ସାମ୍ରାଜ୍ୟବାଦୀ ଚିନ୍ତାଧାରା ସମସ୍ତଙ୍କୁ ଚକିତ କରିଛି। ଚାଇନାର ଜିଇଏଫ୍‌ ପରିଷଦ ସଦସ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ମତ ରଖିବେ ବୋଲି କହିଛନ୍ତି।
ଅନ୍ୟପକ୍ଷରେ ଚାଇନାର ଦାବିକୁ ଭୁଟାନ ଖଣ୍ଡନ କରିଛି। ଜିଇଏଫ୍‌ ପରିଷଦକୁ ଭୁଟାନ ସରକାର ଏକ ଚିଠି ଲେଖି ଦେଶର ସାର୍ବଭୌମତ୍ୱ ପ୍ରତି ସାଲିସ୍‌ କରାଯିବନାହିଁ ବୋଲି କହିଛି। ସକ୍‌ତେଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ଆମର ଓ ବେଜିଂର ଦାବିରେ କୌଣସି ସତ୍ୟତା ନାହିଁ ବୋଲି ଥିମ୍ପୁ ଦର୍ଶାଇଛି। ପ୍ରକାଶଥାଉ କି, ଭୁଟାନ ଓ ଚାଇନା ମଧ୍ୟରେ ୧୯୮୪ରୁ ସୀମା ବିବାଦ ରହିଆସିଛି। ଉତ୍ତର ଭୁଟାନର ଜକରଲୁଙ୍ଗ ଓ ବାସମ୍‌ଲୁଙ୍ଗ ଏବଂ ପଶ୍ଚିମ ଭୁଟାନ୍‌ର ଏକ ଅଞ୍ଚଳକୁ ନେଇ ବିବାଦ ରହିଥିବା ବେଳେ ଥିମ୍ପୁ ଓ ବେଜିଂ ମଧ୍ୟରେ ଏକାଧିକ ଥର ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri