Posted inଜାତୀୟ

ଭୁଟାନ ସହ ଚାଇନାର ନୂଆ ସୀମା ବିବାଦ

ନୂଆଦିଲ୍ଲୀ,୧।୭(ଆଇଏଏନ୍‌ଏସ୍‌): ପୂର୍ବ ଲଦାଖରେ ଭାରତ ସହ ସୀମା ବିବାଦ ଲାଗି ରହିଥିବାବେଳେ ଏବେ ସହଯୋଗୀ ଭୁଟାନ ସହ ଚାଇନା ନୂଆ ସୀମା ବିବାଦ ଆରମ୍ଭ କରିଛି। ଜୁନ୍‌ ପ୍ରଥମ ସପ୍ତାହରେ ବିଶ୍ୱ ପରିବେଶ ସୁବିଧା (ଜିଇଏଫ୍‌) ପରିଷଦର ଭର୍ଚୁଆଲ ବୈଠକରେ ବିଭିନ୍ନ ପରିବେଶ ପ୍ରକଳ୍ପକୁ ଅନୁଦାନ ନେଇ ଆଲୋଚନା କରାଯାଇଥିଲା। ଭୁଟାନର ସକ୍‌ତେଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଅନୁଦାନ ପ୍ରଦାନ ପ୍ରସଙ୍ଗ ଉଠିବା ପରେ ଚାଇନା ଏହାକୁ ବିରୋଧ କରିଥିଲା। ଭାରତକୁ ଲାଗିଥିବା ପୂର୍ବ ଭୁଟାନର ଟ୍ରାଶିଗଙ୍ଗ ଜିଲାରେ ଏହି ଅଭୟାରଣ୍ୟ ଅବସ୍ଥିତ। ଏହି ଅଞ୍ଚଳ ବିବାଦୀୟ ବୋଲି ଚାଇନା ଦାବିକରି ଭୁଟାନ ସହ ସୀମା ବିବାଦକୁ ଜୋର୍‌ଦାର କରିଛି। ଜିଇଏଫ୍‌ ପରିଷଦର ଅଧିକାଂଶ ସଦସ୍ୟ ଚାଇନାର ଦାବିକୁ ଖଣ୍ଡନ କରି ଭୁଟାନକୁ ସମର୍ଥନ କରିଥିଲେ ହେଁ ଚାଇନାର ସାମ୍ରାଜ୍ୟବାଦୀ ଚିନ୍ତାଧାରା ସମସ୍ତଙ୍କୁ ଚକିତ କରିଛି। ଚାଇନାର ଜିଇଏଫ୍‌ ପରିଷଦ ସଦସ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ମତ ରଖିବେ ବୋଲି କହିଛନ୍ତି।
ଅନ୍ୟପକ୍ଷରେ ଚାଇନାର ଦାବିକୁ ଭୁଟାନ ଖଣ୍ଡନ କରିଛି। ଜିଇଏଫ୍‌ ପରିଷଦକୁ ଭୁଟାନ ସରକାର ଏକ ଚିଠି ଲେଖି ଦେଶର ସାର୍ବଭୌମତ୍ୱ ପ୍ରତି ସାଲିସ୍‌ କରାଯିବନାହିଁ ବୋଲି କହିଛି। ସକ୍‌ତେଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ଆମର ଓ ବେଜିଂର ଦାବିରେ କୌଣସି ସତ୍ୟତା ନାହିଁ ବୋଲି ଥିମ୍ପୁ ଦର୍ଶାଇଛି। ପ୍ରକାଶଥାଉ କି, ଭୁଟାନ ଓ ଚାଇନା ମଧ୍ୟରେ ୧୯୮୪ରୁ ସୀମା ବିବାଦ ରହିଆସିଛି। ଉତ୍ତର ଭୁଟାନର ଜକରଲୁଙ୍ଗ ଓ ବାସମ୍‌ଲୁଙ୍ଗ ଏବଂ ପଶ୍ଚିମ ଭୁଟାନ୍‌ର ଏକ ଅଞ୍ଚଳକୁ ନେଇ ବିବାଦ ରହିଥିବା ବେଳେ ଥିମ୍ପୁ ଓ ବେଜିଂ ମଧ୍ୟରେ ଏକାଧିକ ଥର ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ମୃତ୍ୟୁଖବର ଶୁଣି ଚେୟାରରୁ ଗଳି ପଡିଲେ ପୁଅ

ଲକ୍ଷ୍ନୌ,୨୯।୩: ଉତ୍ତରପ୍ରଦେଶର ପ୍ରଖ୍ୟାତ ମାଫିଆ ମୁଖତାର ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି। ଜେଲ୍‌ରେ ଥିବାବେଳେ ତାଙ୍କର ହୃଦ୍‌ଘାତ ହୋଇଥିଲା। ତାଙ୍କର ଜଣେ ପୁଅ ଅବ୍ବାସ ବର୍ତ୍ତମାନ କସଗଞ୍ଜ...

ଜଣେ ଅପରାଧୀଙ୍କ ମୃତ୍ୟୁକୁ ନେଇ ଲୁହ ଝରାଇବା ଠିକ୍‌ ନୁହେଁ

ଲକ୍ଷ୍ନୌ,୨୯।୩: ପ୍ରଖ୍ୟାତ ମାଫିଆ-ରାଜନେତା ମୁଖତାର୍‌ ଅନସାରୀ ହୃଦଘାତରେ ଜେଲ୍‌ରେ ମୃତ୍ୟୁ ଘଟିଛି। ଅନସାରୀଙ୍କ ମୃତ୍ୟୁକୁ ନେଇ ଭାଜପା ନେତା ସଂଗୀତ ସୋମଙ୍କ ବଡ ବିବୃତ୍ତି ପ୍ରକାଶ...

ବିହାରରେ ଛିଣ୍ଡିଲା ଆସନ ଭାଗବଣ୍ଟା, ଏତିକି ଆସନରେ ନିର୍ବାଚନ ଲଢିବେ ଆରଜେଡି, କଂଗ୍ରେସ, ଏଭଳି ରହିଛି ଫମୁର୍ଲା…

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ବିହାରରେ କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମଧ୍ୟରେ ଆସନ ଭାଗବଣ୍ଟା ଉପରେ ସମାଧାନ ହୋଇଯାଇଛି। ଆଜି...

ଜମ୍ମୁ-ଶ୍ରୀନଗର ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ୧୦ ମୃତ

ଶ୍ରୀନଗର,୨୯।୩: ଶୁକ୍ରବାର ଜମ୍ମୁ-କଶ୍ମୀରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରାମବନ ନିକଟ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ କ୍ୟାବ ଖାଲରେ ଖସିପଡିଛି। ଯେଉଁଥିରେ ୧୦ଜଣଙ୍କର...

ମୋଦି-ବିଲ୍‌ ଗେଟ୍ସ ଆଲୋଚନା: ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍‌ ସେବା

ନୂଆଦିଲ୍ଲୀ,୨୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ମଧ୍ୟରେ ଏକ ବଡ଼ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ବିଲ୍‌ ଗେଟ୍ସଙ୍କୁ କହିଛନ୍ତି,...

ବୁଥ୍‌ରେ ଭୋଟ ଦେବାକୁ ଅଫିସର ଭୋଟରଙ୍କୁ ବାଧ୍ୟ କରିପାରିବେ ନାହିଁ

କୋଲକାତା,୨୯।୩: ପ୍ରତ୍ୟେକ ଯୋଗ୍ୟ ଭୋଟର ଯେପରି ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ, ସେଥିପାଇଁ ନିର୍ବାଚନ କମିଶନ ଏଥର ସମସ୍ତ ଉଦ୍ୟମ ଜାରି ରଖିଛନ୍ତି। ଭୋଟରମାନଙ୍କୁ...

ଭାରତରେ ନିଯୁକ୍ତିର ଉତ୍କଟ ସ୍ଥିତି, ବେରୋଜଗାରିର ୮୩% ଯୁବବର୍ଗ

ନୂଆଦିଲ୍ଲୀ,୨୯।୩: ଭାରତରେ ନିଯୁକ୍ତି ସ୍ଥିତି ଅତ୍ୟନ୍ତ ଉତ୍କଟ ବୋଲି ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍‌ଓ) ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହ୍ୟୁମାନ୍‌ ଡେଭେଲପ୍‌ମେଣ୍ଟ (ଆଇଏଚ୍‌ଡି)ର ଏକ ରିପୋର୍ଟରୁ...

୯୬% ଭାରତୀୟ କମ୍ପାନୀ ସାଇବର ଆକ୍ରମଣ ମୁକାବିଲା ପାଇଁ ଅକ୍ଷମ

ନୂଆଦିଲ୍ଲୀ, ୨୯।୩:ଭାରତରେ ସାଇବର ଆକ୍ରମଣଜନିତ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି। ଏଭଳି ଆକ୍ରମଣର ମୁକାବିଲା ପାଇଁ ମାତ୍ର ୪ ପ୍ରତିଶତ ଭାରତୀୟ କମ୍ପାନୀ ସକ୍ଷମ। ଅର୍ଥାତ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri