ଚାଇନାର ବିସ୍ତାରବାଦୀ ନୀତି: ଏଲଏସିରେ ନୂଆ ରେଳଲାଇନ ନିର୍ମାଣ ଜାରି…

ବେଜିଂ,୧୮।୨ : ଚାଇନା ଏହାର ବିସ୍ତାରବାଦୀ ନୀତି ଜାରି ରଖିଛି। ବର୍ତ୍ତମାନ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ନିକଟରେ ଏକ ନୂତନ ରେଳ ଲାଇନ ସ୍ଥାପନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ରେଳ ଟେକ୍ନୋଲୋଜିର ରିପୋର୍ଟ ଅନୁଯାୟୀ, ଏହି ରେଳ ଲାଇନ ଏଲଏସି ନିକଟରେ ବିବାଦୀୟ ଆକସାଇ ଚାଇନା ଦେଇ ଯିବ।

ସୀମା ବିବାଦ ମଧ୍ୟରେ ଚାଇନାର ଏହି ପଦକ୍ଷେପ ଉଭୟ ଭାରତ ଏବଂ ତିବ୍ଦତ ପାଇଁ ଚିନ୍ତା ବଢ଼ାଇବାକୁ ଯାଉଛି। ଭାରତର ଆକସାଇ ଚାଇନାର ପ୍ରାୟ ୩୮ ହଜାର ବର୍ଗ କିଲୋମିଟର ଅଞ୍ଚଳ ଚାଇନା ଦଖଲ କରିଥିଲା। ଏହି କ୍ଷେତ୍ର ଦୁଇ ଦେଶ ମଧ୍ୟରେ ବିବାଦର ବିଷୟ ପାଲଟିଛି।
ରେଳ ଟେକ୍ନୋଲୋଜି ଅନୁଯାୟୀ ଚାଇନା ତିବ୍ବତ ସ୍ବୟଂଶାସିତ ଅଞ୍ଚଳରେ ବର୍ତ୍ତମାନ ୧୪୦୦ କିଲୋମିଟରରୁ ୪୦୦୦ କିଲୋମିଟର ପର୍ଯ୍ୟନ୍ତ ରେଳ ନେଟୱାର୍କକୁ ବିସ୍ତାର କରିବାକୁ ଚାହୁଁଛି। ଭାରତ-ନେପାଳ ସୀମାରେ ରେଳ ନେଟୱାର୍କକୁ ବିସ୍ତାର କରିବାକୁ ପ୍ରସ୍ତୁତି ଚାଲିଛି। ଏଥିରେ ସଫଳ ହେଲେ ଚାଇନା କହିପାରେ ଯେ ତିବ୍ବତରେ ଏକ ସ୍ବୟଂଶାସିତ ସରକାର ଅଛି, କିନ୍ତୁ ଚାଇନା ନିର୍ଦ୍ଦେଶରେ ଏହି ସରକାର ଚାଲିଛି।

ରେଳ ଳାଇନା ବିଛାଇବା ନାମରୋ ଚାଇନା ତିବ୍ଦତ ଦଖଲ କରିଛି। ପ୍ରସ୍ତାବିତ ରେଳ ଟ୍ରାକ ତିବ୍ଦତର ଶିଗାତ୍ସେ ଠାରୁ ଆରମ୍ଭ ହୋଇ ନେପାଳ ସୀମାରେ ଉତ୍ତର-ପଶ୍ଚିମ ଦିଗ ପର୍ଯ୍ୟନ୍ତ ଚାଲିବ। ଏହା ପରେ, ଏହି ରେଳ ଲାଇନ ଆକସାଇ ଚାଇନେ ଦେଇ ଯାଇ ହୋତାନ, ଝିନଜିଆଙ୍ଗରେ ପହଞ୍ଚିବ। ଏହି ରେଳ ଲାଇନ ମଧ୍ୟ ଏଲଏସି ନିକଟ ରୁତୋଗ ଏବଂ ପୈଙ୍ଗୋଙ୍ଗ ହ୍ରଦ ଦେଇ ଯିବ। ଶିଗାତ୍ସେ ଠାରୁ ପାଖୁକତ୍ସୋ ପର୍ଯ୍ୟନ୍ତ ପ୍ରଥମ ରେଳ ଲାଇନ ନିର୍ମାଣ କାର୍ଯ୍ୟ ୨୦୨୫ ସୁଦ୍ଧା ଶେଷ ହେବ। ଅବଶିଷ୍ଟ ରେଳ ଲାଇନ ନିର୍ମାଣ ୨୦୩୫ ସୁଦ୍ଧା ଶେଷ ହେବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

IPL 2026 Auction LIVE Updates: ଏଯାଏ ବିକ୍ରି ହୋଇଛନ୍ତି ଏସବୁ ଖେଳାଳି, ପ୍ରଶାନ୍ତ-କାର୍ତ୍ତିକଙ୍କ ଉପରେ CSKର ଟଙ୍କା ବର୍ଷା  

ଆବୁଧାବୀ,୧୬।୧୨: ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟ ପ୍ରିମିୟର୍‌ ଲିଗ୍‌ ଆଇପିଏଲ୍‌ର ୧୯ତମ ସିଜନ (୨୦୨୬) ପୂର୍ବରୁ ମିନି ନୀଲାମୀ ଆରମ୍ଭ ହୋଇଛି। ଏହି ନୀଲାମୀ ସଂଯୁକ୍ତ...

କିଏ ସେ ପ୍ରଶାନ୍ତ ବୀର? ୧୪ କୋଟିରୁ ଅଧିକ ଦେଇ CSK କିଣିବା ପରେ ବଢୁଛି ଚର୍ଚ୍ଚା…ଧୋନୀ କରିଦେଲେ …

ନୂଆଦିଲ୍ଲୀ,୧୬।୧୨: ଇଣ୍ଡିଆନ ପ୍ରିମିଅର୍‌ ଲିଗ୍‌(ଆଇପିଏଲ୍‌) ଇତିହାସରେ ସବୁଠାରୁ ମହଙ୍ଗା ଅନକ୍ୟାପ୍ଡ ଖେଳାଳି ଭାବେ ରେକର୍ଡ କରିଛନ୍ତି ଉତ୍ତର ପ୍ରଦେଶର ଅଲରାଉଣ୍ଡର ପ୍ରଶାନ୍ତ ବୀର। ଚେନ୍ନାଇ ସୁପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri