ଚାଇନାର ବିସ୍ତାରବାଦୀ ନୀତି: ଏଲଏସିରେ ନୂଆ ରେଳଲାଇନ ନିର୍ମାଣ ଜାରି…

ବେଜିଂ,୧୮।୨ : ଚାଇନା ଏହାର ବିସ୍ତାରବାଦୀ ନୀତି ଜାରି ରଖିଛି। ବର୍ତ୍ତମାନ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ନିକଟରେ ଏକ ନୂତନ ରେଳ ଲାଇନ ସ୍ଥାପନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ରେଳ ଟେକ୍ନୋଲୋଜିର ରିପୋର୍ଟ ଅନୁଯାୟୀ, ଏହି ରେଳ ଲାଇନ ଏଲଏସି ନିକଟରେ ବିବାଦୀୟ ଆକସାଇ ଚାଇନା ଦେଇ ଯିବ।

ସୀମା ବିବାଦ ମଧ୍ୟରେ ଚାଇନାର ଏହି ପଦକ୍ଷେପ ଉଭୟ ଭାରତ ଏବଂ ତିବ୍ଦତ ପାଇଁ ଚିନ୍ତା ବଢ଼ାଇବାକୁ ଯାଉଛି। ଭାରତର ଆକସାଇ ଚାଇନାର ପ୍ରାୟ ୩୮ ହଜାର ବର୍ଗ କିଲୋମିଟର ଅଞ୍ଚଳ ଚାଇନା ଦଖଲ କରିଥିଲା। ଏହି କ୍ଷେତ୍ର ଦୁଇ ଦେଶ ମଧ୍ୟରେ ବିବାଦର ବିଷୟ ପାଲଟିଛି।
ରେଳ ଟେକ୍ନୋଲୋଜି ଅନୁଯାୟୀ ଚାଇନା ତିବ୍ବତ ସ୍ବୟଂଶାସିତ ଅଞ୍ଚଳରେ ବର୍ତ୍ତମାନ ୧୪୦୦ କିଲୋମିଟରରୁ ୪୦୦୦ କିଲୋମିଟର ପର୍ଯ୍ୟନ୍ତ ରେଳ ନେଟୱାର୍କକୁ ବିସ୍ତାର କରିବାକୁ ଚାହୁଁଛି। ଭାରତ-ନେପାଳ ସୀମାରେ ରେଳ ନେଟୱାର୍କକୁ ବିସ୍ତାର କରିବାକୁ ପ୍ରସ୍ତୁତି ଚାଲିଛି। ଏଥିରେ ସଫଳ ହେଲେ ଚାଇନା କହିପାରେ ଯେ ତିବ୍ବତରେ ଏକ ସ୍ବୟଂଶାସିତ ସରକାର ଅଛି, କିନ୍ତୁ ଚାଇନା ନିର୍ଦ୍ଦେଶରେ ଏହି ସରକାର ଚାଲିଛି।

ରେଳ ଳାଇନା ବିଛାଇବା ନାମରୋ ଚାଇନା ତିବ୍ଦତ ଦଖଲ କରିଛି। ପ୍ରସ୍ତାବିତ ରେଳ ଟ୍ରାକ ତିବ୍ଦତର ଶିଗାତ୍ସେ ଠାରୁ ଆରମ୍ଭ ହୋଇ ନେପାଳ ସୀମାରେ ଉତ୍ତର-ପଶ୍ଚିମ ଦିଗ ପର୍ଯ୍ୟନ୍ତ ଚାଲିବ। ଏହା ପରେ, ଏହି ରେଳ ଲାଇନ ଆକସାଇ ଚାଇନେ ଦେଇ ଯାଇ ହୋତାନ, ଝିନଜିଆଙ୍ଗରେ ପହଞ୍ଚିବ। ଏହି ରେଳ ଲାଇନ ମଧ୍ୟ ଏଲଏସି ନିକଟ ରୁତୋଗ ଏବଂ ପୈଙ୍ଗୋଙ୍ଗ ହ୍ରଦ ଦେଇ ଯିବ। ଶିଗାତ୍ସେ ଠାରୁ ପାଖୁକତ୍ସୋ ପର୍ଯ୍ୟନ୍ତ ପ୍ରଥମ ରେଳ ଲାଇନ ନିର୍ମାଣ କାର୍ଯ୍ୟ ୨୦୨୫ ସୁଦ୍ଧା ଶେଷ ହେବ। ଅବଶିଷ୍ଟ ରେଳ ଲାଇନ ନିର୍ମାଣ ୨୦୩୫ ସୁଦ୍ଧା ଶେଷ ହେବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂରର ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri