Posted inଜାତୀୟ

ଅରୁଣାଚଳକୁ ନେଇ ଚାଇନାର ଦାଦାଗିରି

ନୂଆଦିଲ୍ଲୀ, ୧୪ା୧୦: ବିସ୍ତାରବାଦୀ ଚିନ୍ତାଧାରା ରଖି ଦାଦାଗିରି ଦେଖାଇବାରେ ଲାଗିଛି ଚାଇନା। ଭାରତ ସୀମାରେ ବେଆଇନ ପ୍ରବେଶକୁ ନେଇ ଉଭୟ ଦେଶର ସୈନ୍ୟ ବାରମ୍ବାର ମୁହାଁମୁହିଁ ହେଉଛନ୍ତି। ଲଦାଖ ସୀମାରେ ବିବାଦ ସମାଧାନ ପାଇଁ କମାଣ୍ଡସ୍ତରୀୟ ବୈଠକ ବସୁଛି। ହେଲେ ସ୍ଥିରତା ବଜାୟ ମନୋବୃତ୍ତି ଚାଇନାର ନ ଥିବାରୁ ଆଲୋଚନା ବିଫଳ ହେଉଛି। ଏ ସବୁ ଭିତରେ ଅରୁଣାଚଳ ପ୍ରଦେଶକୁ ନେଇ ବେଜିଂ ପୁଣି ବିବାଦ ଆରମ୍ଭ କରିଛି। ନିକଟରେ ଭାରତ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ବୁଧବାର ଚାଇନା ବିରୋଧ କରିଛି। ତଥାକଥିତ ଅରୁଣାଚଳ ପ୍ରଦେଶକୁ ଚାଇନା ମାନ୍ୟତା ଦିଏ ନାହିଁ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜାନ କହିଛନ୍ତି। ଏହାର କଡ଼ା ଜବାବ ଦେଇଛି ଭାରତ। ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଏବଂ ଅବିଭାଜ୍ୟ ଅଙ୍ଗ। ଦେଶର ଅନ୍ୟ ଅଞ୍ଚଳକୁ ଗସ୍ତ କରିବା ପରି ଅରୁଣାଚଳକୁ ମଧ୍ୟ ନେତାମାନେ ଯାଉଛନ୍ତି। ଭାରତୀୟ ପ୍ରତିନିଧି ଭାରତର ଅଞ୍ଚଳକୁ ଯିବାକୁ ବିରୋଧ କରିବା ଅର୍ଥହୀନ। ବେଜିଂ ଏ ନେଇ କୌଣସି ଭୁଲଧାରଣା ନ ପାଳୁ ବୋଲି ଭାରତ ବହିର୍ବ୍ୟାପାର ମନ୍ତ୍ରଣାଳୟ ଜବାବ ରଖିଛି।
୯ ତାରିଖରେ ଉପରାଷ୍ଟ୍ରପତି ନାଇଡୁ ଅରୁଣାଚଳ ପ୍ରଦେଶ ଗସ୍ତ କରି ରାଜ୍ୟ ବିଧାନସଭାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦଶନ୍ଧି ଧରି ଅବହେଳିତ ରହିଥିବା ଉତ୍ତର-ପୂର୍ବାଞ୍ଚଳରେ ବିକାଶର ଗତି ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି ବୋଲି ସେ କହିଥିଲେ। ନାଇଡୁଙ୍କ ଏହି ଗସ୍ତକୁ ଚାଇନା ବିରୋଧ କରିଛି। ସୀମା ସମସ୍ୟାକୁ ଜଟିଳ କଲାଭଳି କାମ ଭାରତ ବନ୍ଦ କରୁ ବୋଲି ଚାଇନା କହିଛି। ଭାରତ ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଚାଇନାର ଏଭଳି ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି। ଚାଇନା ଦ୍ୱିପାକ୍ଷିକ ଚୁକ୍ତିର ଉଲ୍ଲଂଘନ କରିବା ଯୋଗୁ ଭାରତ-ଚାଇନା ସୀମାର ପଶ୍ଚିମ ସେକ୍ଟରରେ ବିବାଦ ଉପୁଜୁଛି। ସେହିପରି ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)କୁ ନେଇ ଚାଇନା ଏକପାଖିଆ ଭାବେ ନିଜ ହିସାବରେ ସ୍ଥିତି ବଦଳାଇବାକୁ ଉଦ୍ୟମ କରୁଛି। ତେଣୁ ପୂର୍ବ ଲଦାଖ ବିବାଦ ସମେତ ଅନ୍ୟ ସମସ୍ୟାଗୁଡ଼ିକର ସମାଧାନ ଏବଂ ଦ୍ୱିପାକ୍ଷିକ ଚୁକ୍ତି ଓ ପ୍ରୋଟୋକଲକୁ ସମ୍ମାନ ଜଣାଇ ଚାଇନା ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କରେ ସୁଧାର ଆଣିବାକୁ ଚେଷ୍ଟା କରିବ ବୋଲି ଆଶା ରହିଥିବା ବାଗ୍‌ଚୀ କହିଛନ୍ତି।
ଭାରତ-ଚାଇନା ମଧ୍ୟରେ ୩,୪୮୮ କିଲୋମିଟରକୁ ନେଇ ସୀମା ବିବାଦ ଲାଗିରହିଛି। ଅରୁଣାଚଳ ପ୍ରଦେଶକୁ ଭାରତର ନୁହେଁ ବରଂ ଦକ୍ଷିଣ ତିବ୍ବତର ଅଂଶ ବୋଲି ଦାବି କରିଆସୁଛି। ଅକ୍ସାଇ ଚୀନରେ ଚାଇନା ବେଆଇନ ଭାବେ ୩୮ ହଜାର ବର୍ଗକିଲୋମିଟର ଜାଗା ମାଡ଼ି ବସିଛି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri