ଚାଇନାର ଦାଦାଗିରି, ଦକ୍ଷିଣ ତିବ୍ବତ ଉପରେ କବ୍‌ଜା ଷଡ଼ଯନ୍ତ୍ର…

ବେଜିଂ, ୨।୧ : ତିବ୍ବତକୁ ନେଇ ଚାଇନା ପୁଣି ଦାଦାଗିରି ଆରମ୍ଭ କରିଛି। ଇତିମଧ୍ୟରେ ଚାଇନା ଅରୁଣାଚଳ ପ୍ରଦେଶରେ ଆଉ ୧୫ଟି ସ୍ଥାନର ନାମକରଣ କରିଛି। ଏହା ସହିତ ଦାବି କରିଛି ଯେ ତିବ୍ଦତର ଦକ୍ଷିଣ ଭାଗ ପ୍ରାଚୀନ କାଳରୁ ଚାଇନା ଅଞ୍ଚଳର ଅଂଶ ବିଶେଷ। ଦକ୍ଷିଣ ତିବ୍ବତ ଉପରେ କବ୍‌ଜା ଲାଗି ଚାଇନାର ଏଭଳି ଷଡ଼ଯନ୍ତ୍ରକୁ ନେଇ ଭାରତ ଦୃଢ଼ ଆପତ୍ତି ଉଠାଇଛି। ଏସବୁ ଅଞ୍ଚଳ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିବ ଏବଂ ଏହାର ନାମରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଭାରତ କହିଛି।

ବହିର୍ବ୍ୟପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଚାଇନାର ଏଭଳି କାର୍ଯ୍ୟର ରିପୋର୍ଟ ଆମର ଦୃଷ୍ଟିକୁ ଆସିଛି। ଚାଇନା ଅରୁଣାଚଳ ପ୍ରଦେଶର କେତେକ ସ୍ଥାନର ନାମ ବଦଳାଇବାକୁ ଚେଷ୍ଟା କରିବା ଉଦ୍ୟମ ପ୍ରଥମ ଘଟଣା ନୁହେଁ। ଏପ୍ରିଲ ୨୦୧୭ରେ ମଧ୍ୟ ଚାଇନା ଏଭଳି କରିବାକୁ ଉଦ୍ୟମ କରିଥିଲା। ସେ କହିଛନ୍ତି, ’ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ସର୍ବଦା ରହିବ। ଏହି ମନ୍ତବ୍ୟ ଉପରେ ଭାରତର ପ୍ରତିକ୍ରିୟା ବିଷୟରେ ପଚରାଯିବାରୁ ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି ଯେ ଜାଙ୍ଗନାନ ଯାହାକି ତିବ୍ଦତର ଦକ୍ଷିଣ ଭାଗ ଏହା ଚାଇନାର ତିବ୍ଦତ ସ୍ବୟଂଶାସିତ ଅଞ୍ଚଳରେ ଅବସ୍ଥିତ।

ପ୍ରାଚୀନ କାଳରୁ ଏହା ଚାଇନାର ଅଞ୍ଚଳ ହୋଇ ରହିଆସିଛି ବୋଲି ଚାଇନା ବୈଦେଶିକ ମନ୍ତ୍ରଣାଳୟର ୱେବସାଇଟରେ ପୋଷ୍ଟ କରାଯାଇଥିବା ତଥ୍ୟକୁ ନେଇ ମନ୍ତବ୍ୟରେ ଲିଜିଆନ ଏଭଳି କହିଛନ୍ତି। ଲିଜିଆନ କହିଛନ୍ତି ଚାଇନାର ଅନୁସୂଚିତ ଜାତିର ଜନଜାତି ଯେପରିକି ମୋଇନବା ଏବଂ ତିବ୍ଦତୀୟ ଗୋଷ୍ଠୀ ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ରହିଆସୁଛନ୍ତି ଏବଂ ଅନେକ ସ୍ଥାନର ନାମକରଣ ମଧ୍ୟ କରାଯାଇଛି।

ସେ କହିଛନ୍ତି ଯେ ଏହି ଅଞ୍ଚଳର ମାନକୀକୃତ ପରିଚାଳନା ପାଇଁ ଚାଇନାର ଦକ୍ଷ କର୍ତ୍ତୃପକ୍ଷ ନିୟମାବଳୀ ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳ ପାଇଁ ନାମକରଣ ତାଲିକା ପ୍ରକାଶ କରିଛନ୍ତି। ଏସବୁ ଅଞ୍ଚଳ ଚାଇନାର ସାର୍ବଭୌମତ୍ୱ ଅଧୀନରେ ରହିଛି। ତେବେ ଏହାକୁ ନେଇ ଏଲ୍‌ଏସିରେ ଉତ୍ତେଜନା ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri