ଚାଇନାର ଦାଦାଗିରି, ଦକ୍ଷିଣ ତିବ୍ବତ ଉପରେ କବ୍‌ଜା ଷଡ଼ଯନ୍ତ୍ର…

ବେଜିଂ, ୨।୧ : ତିବ୍ବତକୁ ନେଇ ଚାଇନା ପୁଣି ଦାଦାଗିରି ଆରମ୍ଭ କରିଛି। ଇତିମଧ୍ୟରେ ଚାଇନା ଅରୁଣାଚଳ ପ୍ରଦେଶରେ ଆଉ ୧୫ଟି ସ୍ଥାନର ନାମକରଣ କରିଛି। ଏହା ସହିତ ଦାବି କରିଛି ଯେ ତିବ୍ଦତର ଦକ୍ଷିଣ ଭାଗ ପ୍ରାଚୀନ କାଳରୁ ଚାଇନା ଅଞ୍ଚଳର ଅଂଶ ବିଶେଷ। ଦକ୍ଷିଣ ତିବ୍ବତ ଉପରେ କବ୍‌ଜା ଲାଗି ଚାଇନାର ଏଭଳି ଷଡ଼ଯନ୍ତ୍ରକୁ ନେଇ ଭାରତ ଦୃଢ଼ ଆପତ୍ତି ଉଠାଇଛି। ଏସବୁ ଅଞ୍ଚଳ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିବ ଏବଂ ଏହାର ନାମରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଭାରତ କହିଛି।

ବହିର୍ବ୍ୟପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଚାଇନାର ଏଭଳି କାର୍ଯ୍ୟର ରିପୋର୍ଟ ଆମର ଦୃଷ୍ଟିକୁ ଆସିଛି। ଚାଇନା ଅରୁଣାଚଳ ପ୍ରଦେଶର କେତେକ ସ୍ଥାନର ନାମ ବଦଳାଇବାକୁ ଚେଷ୍ଟା କରିବା ଉଦ୍ୟମ ପ୍ରଥମ ଘଟଣା ନୁହେଁ। ଏପ୍ରିଲ ୨୦୧୭ରେ ମଧ୍ୟ ଚାଇନା ଏଭଳି କରିବାକୁ ଉଦ୍ୟମ କରିଥିଲା। ସେ କହିଛନ୍ତି, ’ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ସର୍ବଦା ରହିବ। ଏହି ମନ୍ତବ୍ୟ ଉପରେ ଭାରତର ପ୍ରତିକ୍ରିୟା ବିଷୟରେ ପଚରାଯିବାରୁ ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି ଯେ ଜାଙ୍ଗନାନ ଯାହାକି ତିବ୍ଦତର ଦକ୍ଷିଣ ଭାଗ ଏହା ଚାଇନାର ତିବ୍ଦତ ସ୍ବୟଂଶାସିତ ଅଞ୍ଚଳରେ ଅବସ୍ଥିତ।

ପ୍ରାଚୀନ କାଳରୁ ଏହା ଚାଇନାର ଅଞ୍ଚଳ ହୋଇ ରହିଆସିଛି ବୋଲି ଚାଇନା ବୈଦେଶିକ ମନ୍ତ୍ରଣାଳୟର ୱେବସାଇଟରେ ପୋଷ୍ଟ କରାଯାଇଥିବା ତଥ୍ୟକୁ ନେଇ ମନ୍ତବ୍ୟରେ ଲିଜିଆନ ଏଭଳି କହିଛନ୍ତି। ଲିଜିଆନ କହିଛନ୍ତି ଚାଇନାର ଅନୁସୂଚିତ ଜାତିର ଜନଜାତି ଯେପରିକି ମୋଇନବା ଏବଂ ତିବ୍ଦତୀୟ ଗୋଷ୍ଠୀ ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ରହିଆସୁଛନ୍ତି ଏବଂ ଅନେକ ସ୍ଥାନର ନାମକରଣ ମଧ୍ୟ କରାଯାଇଛି।

ସେ କହିଛନ୍ତି ଯେ ଏହି ଅଞ୍ଚଳର ମାନକୀକୃତ ପରିଚାଳନା ପାଇଁ ଚାଇନାର ଦକ୍ଷ କର୍ତ୍ତୃପକ୍ଷ ନିୟମାବଳୀ ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳ ପାଇଁ ନାମକରଣ ତାଲିକା ପ୍ରକାଶ କରିଛନ୍ତି। ଏସବୁ ଅଞ୍ଚଳ ଚାଇନାର ସାର୍ବଭୌମତ୍ୱ ଅଧୀନରେ ରହିଛି। ତେବେ ଏହାକୁ ନେଇ ଏଲ୍‌ଏସିରେ ଉତ୍ତେଜନା ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri