Posted inଜାତୀୟ

ଚାଇନା ସୈନ୍ୟ ଗଳିର ଗୁଣ୍ଡା ପରି ଆଚରଣ ପ୍ରଦର୍ଶନ କରୁଛନ୍ତି: ପୂର୍ବତନ ସେନା ମୁଖ୍ୟ…

ନୂଆଦିଲ୍ଲୀ,୧୫।୧୨ : ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ସେନା ସହ ହୋଇଥିବା ଚାଇନା ସୈନ୍ୟଙ୍କ ସଂଘର୍ଷ ନେଇ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରାଓ୍ବଣେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଚାଇନା ସୈନ୍ୟ ଗଳିର ଗୁଣ୍ଡାପରି ଆଚରଣ ପ୍ରଦର୍ଶନ କରୁଛନ୍ତି। ସେମାନେ ନିଜକୁ ଏକବିଂଶ ଶତାବ୍ଦୀର ସବୁଠାରୁ ସ୍ମାର୍ଟ ଏବଂ ପେଶାଦାର ସୈନିକ ଭାବରେ ବିବେଚନା କରୁଛନ୍ତି। କିନ୍ତୁ ସେମାନଙ୍କର କାର୍ଯ୍ୟକଳାପ ରାସ୍ତାଘାଟରେ ଘୂରିବୁଲୁଥିବା ଗୁଣ୍ଡାଙ୍କ ପରି ମନେହେଉଛି। ସେମାନେ ଏହାକୁ ଯୁଦ୍ଧ ଭାବୁଛନ୍ତି, କିନ୍ତୁ ଏଭଳି କାର୍ଯ୍ୟ କେବଳ ଗୁଣ୍ଡାଗିରି।

ତାଙ୍କୁ ପଚରାଯାଇଥିଲା କି ଡିସେମ୍ବର ୯ ରେ ତୱାଙ୍ଗ ସେକ୍ଟରର ୟାଙ୍ଗସେ ଅଞ୍ଚଳରେ ଚାଇନା ଏକପାଖିଆ ଭାବରେ ଏଲଏସି ସ୍ଥିତିକୁ ବଦଳାଇବାକୁ ଚେଷ୍ଟା କରିଛି। ଏହା ୨୦୨୦ ଗଲୱାନ ଘାଟି ହିଂସାତ୍ମକ ସଂଘର୍ଷ ସହିତ ସମାନ କି?

ଏହାର ଜବାବରେ ପୂର୍ବତନ ସେନା ମୁଖ୍ୟ କହିଛନ୍ତି, କେବଳ ୨୦୨୦ ଅବା ୨୦୨୨ ଚାଇନା ସୈନ୍ୟମାନେ ପ୍ରତିବର୍ଷ ଏଭଳି ଚେଷ୍ଟା କରନ୍ତି। ପ୍ରତିବର୍ଷ ସେମାନେ ଆମ ଅଞ୍ଚଳକୁ ପ୍ରବେଶ କରିବାକୁ ୨-୪ ଥର ପ୍ରୟାସ କରନ୍ତି ଏବଂ ପ୍ରତ୍ୟେକ ଥର ସେମାନେ ଏଭଳି ଲଜ୍ଜା ଜନକ ଘଟଣାର ସମ୍ମୁଖୀନ ହୋଇଥାନ୍ତି ।

ଚାଇନା ସୈନ୍ୟଙ୍କର ମାନସିକତା ଅତି ନିମ୍ନସ୍ତରକୁ ଖସି ଆସିଛି। ଗୋଟିଏ ପଟେ ସେମାନେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଅନ୍ୟ ପଟେ ସେମାନେ ବାଡ଼ି ଧରି ଲଢ଼ିବାକୁ ଆସୁଛନ୍ତି। ଏହା ହାସ୍ୟାସ୍ପଦ। ମୁଁ ଆତ୍ମବିଶ୍ୱାସରେ ସମଗ୍ର ଦେଶକୁ କହିପାରେ ଯେ ଆମେ ସବୁବେଳେ ପ୍ରସ୍ତୁତ, ଆମ ଉପରେ ଯାହା ଦାୟିତ୍ୱ ଦିଆଯାଏ ତାହାର ଜବାବ ଦେବାକୁ ଆମେ ସର୍ବଦା ସତର୍କ।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri