Posted inଜାତୀୟ

ନଭେମ୍ବର-ଡିସେମ୍ବରରେ ଭୟରେ ଥରିବ ଚାଇନା

ନୂଆଦିଲ୍ଲୀ, ୨୦।୧୦: ନଭେମ୍ବର ଏବଂ ଡିସେମ୍ବର ମାସରେ ଚାଇନା ଭୟରେ ଥରିବ ବୋଲି କୁହାଯାଉଛି। ନଭେମ୍ବରରେ ବଙ୍ଗୋପ ସାଗର ଏବଂ ଆରବ ସାଗରରେ ମାଲାବାର ନୌସେନା ଯୁଦ୍ଧାଭ୍ୟାସ କରାଯିବ। ଏଥିରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ଯୋଗଦେବେ। ଏହି ଯୁଦ୍ଧାଭ୍ୟାସରେ ଅଷ୍ଟ୍ରୋଲିଆ ଯୋଗଦେବା ପାଇଁ ଅନୁରୋଧ କରିବା ପରେ ଅନୁମତି ପ୍ରଦାନ କରାଯାଇଛି। ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଏବଂ ଚାଇନା ମଧ୍ୟରେ ଉତ୍ତେଜନା ବଢୁଥିବାବେଳେ ଅଷ୍ଟ୍ରେଲିଆକୁ ମାଲାବାର ଯୁଦ୍ଧାଭ୍ୟାସରେ ସାମିଲ କରାଯିବା ନେଇ ଅନ୍ତର୍ଜାତୀୟସ୍ତରରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଭଳି ଯୁଦ୍ଧାଭ୍ୟାସ ଯୋଗୁ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ସେହିପରି ଡିସେମ୍ବରରେ ଭାରତ ଏବଂ ଆମେରିକା ମଧ୍ୟରେ ଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି କୁହାଯାଉଛି। ପୂର୍ବରୁ ଦୁଇଦେଶ ମଧ୍ୟରେ ଏଭଳି ୨ ଥର ଆଲୋଚନା ହୋଇସାରିଛି। ଏବେ ତୃତୀୟ ଥରର ଆଲୋଚନାର ଫଳାଫଳ ନେଇ ଚାଇନା ଆଖିରୁ ନିଦ ହଜିବାରେ ଲାଗିଛି। ଏହି ଆଲୋଚନାରେ ଯୋଗଦେବା ପାଇଁ ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ମାଇକ୍‌ ପୋମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର ଭାରତ ଆସିବେ। ଏହି ଆଲୋଚନାରେ ଦ୍ୱିପାକ୍ଷିକ ସୈନ୍ୟ ସହଯୋଗ ସହିତ ପ୍ରତିରକ୍ଷା ସରଞ୍ଜାମ କିଣା ସମ୍ପର୍କରେ ଚୁକ୍ତି ସ୍ବାକ୍ଷର ହେବାର ସମ୍ଭାବନା ରହିଛି। ଏହି ଅବସରରେ ଦୁଇଦେଶ ମଧ୍ୟରେ ବେସିକ୍‌ ଏକ୍ସଜେଞ୍ଜ୍‌ ଆଣ୍ଡ୍‌ କୋପରେଶନ ଏଗ୍ରିମେଣ୍ଟ୍‌୍‌(ବିଇସିଏ) ହେବାର ଆଶା ରହିଛି। ଏଥିରେ ସ୍ବାକ୍ଷର କରିବାକୁ ଭାରତ ଏବଂ ଆମେରିକା ଉଭୟ ରାଜି ଅଛନ୍ତି। ଭାରତ ଆମେରିକାଠାରୁ ମାନବ ରହିତ ବିମାନ ଏମ୍‌କ୍ୟୁ-୯-ବି କିଣିବା ନେଇ ଚୁକ୍ତି ହେବାର ଆଶା ମଧ୍ୟ ରହିଛି। ଏହାଦ୍ୱାରା ଏଲ୍‌ଏସିରେ ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇପାରିବ। ସେହିପରି ଆଲୋଚନାରେ ଲେମୋଆ ଏବଂ କୋମକାସା ଭଳି ଚୁକ୍ତି ହେବାର ସମ୍ଭାବନା ରହିଛି। ଲେମୋଆ ବୁଝାମଣା ଦ୍ୱାରା ଦୁଇଦେଶ ଆବଶ୍ୟକ ସମୟରେ ପରସ୍ପରର ବିମାନ ବନ୍ଦରର ବ୍ୟବହାର କରିପାରିବେ। ସେହିପରି କୋମକାସା ବୁଝାମଣା ଦ୍ୱାରା ଭାରତ ଆମେରିକାର ଅତ୍ୟାଧୁନିକ ପ୍ରତିରକ୍ଷା ଜ୍ଞାନକୌଶଳର ଉପଯୋଗ କରିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାବଦ୍ଧ ରଣନୀତି ସମ୍ମୁଖରେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଯୋଜନା ଫସର ଫାଟିବାରେ ଲାଗିଛି। ଚାଇନା ପାକିସ୍ତାନ ହାତ ଧରି ଏଲ୍‌ଏସି ଏବଂ ଏଲ୍‌ଓସିରେ ଉତ୍ତେଜନା ସୃଷ୍ଟି କରୁଥିବାବେଳେ ଭାରତ କୂଟନୀତି ସଫଳ ହେବାରେ ଲାଗିଥିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri