Posted inଜାତୀୟ

ଏଲଏଏସିରେ ଚାଇନା ପରୀକ୍ଷା କଲା ଏଚକ୍ୟୁ-୧୭-ଏ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ, ଭାରତର ବଢ଼ିଲା ଚିନ୍ତା…

ବେଜିଂ, ୧୮।୮ : ଚାଇନା ପିପୁଲ୍ସ ଲିବରେସନ ଆର୍ମି କ୍ରମାଗତ ଭାବରେ ପୂର୍ବ ଲଦାଖର ବିଭିନ୍ନ ସ୍ଥାନରେ ସୀମା ବିବାଦ ମଧ୍ୟରେ ଭାରତର ଏଲଏସି ନିକଟରେ ଥିବା ସାମରିକ ବେସରେ ଆଧୁନିକ ଅସ୍ତ୍ରଶସ୍ତ୍ର ଠୁଳ କରିଆସୁଛି। ସମ୍ପ୍ରତି ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ଜିନଜିଆଙ୍ଗ ମିଲିଟାରୀ କମାଣ୍ଡ ଏକ ଉଚ୍ଚ ଉଚ୍ଚତା ଅଞ୍ଚଳରେ ଏଚକ୍ୟୁ-୧୭-ଏ ନାମକ ଏକ ଭୂପୃଷ୍ଠରୁ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ପରୀକ୍ଷା କରିଛି। ଭାରତ-ଆମେରିକା ମିଳିତ ସାମରିକ ଅଭ୍ୟାସ ଆରମ୍ଭ ହେବା ପୂର୍ବରୁ ଚାଇନା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ ନିକଟରେ (ଏଲଏସି)ରେ ଏଭଳି କରିଛି।

ଅକ୍ଟୋବର ୨୦୧୯ ରେ ଏହାର ଜାତୀୟ ସାମରିକ ଦିବସ ପରେଡରେ ଚାଇନା ଦ୍ୱାରା ଏଚକ୍ୟୁ-୧ର୍୭ଏ ଏୟାର ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ପ୍ରଥମେ ପ୍ରଦର୍ଶନ କରାଯାଇଥିଲା। ରଣନୀତିକ ବିଶେଷଜ୍ଞଙ୍କ ଅନୁଯାୟୀ, ଭାରତ-ଆମେରିକା ଆସନ୍ତା ମାସରେ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ ନିକଟରେ ଉତ୍ତରାଖଣ୍ଡରେ ସାମରିକ ଅଭ୍ୟାସ କରିବେ। ଏହା ପୂର୍ବରୁ ଚାଇନା ସୈନ୍ୟ ଏଭଳି କରି ଏଲଏସିରେ ଉତ୍ତେଜନା ସୃଷ୍ଟି କରିଛନ୍ତି।

ପିଏଲଏର ଜିନଜିଆଙ୍ଗ ମିଲିଟାରୀ କମାଣ୍ଡ ଚଳିତ ବର୍ଷ ଏଚକ୍ୟୁ-୧୭-ଏ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀକୁ ସାମିଲ କରିଛି। ବେଜିଂ ପ୍ରଶାସନର ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ଅନୁଯାୟୀ,ଏଚକ୍ୟୁ-୧୭-ଏ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ହେଉଛି ସର୍ଚ୍ଚ ରାଡାର, ଗାଇଡ ରାଡାର, ଏୟାର ଡିଫେନ୍ସ ରାଡାର ଏବଂ କମାଣ୍ଡ ସିଷ୍ଟମର ମିଶ୍ରଣ। ଏହା ଏକ ସାମରିକ ଗାଡିରେ ନିୟୋଜିତ ହୋଇପାରିବ, ଯାହା ଚାଲିବା ସମୟରେ ଦୂର ଦୂରାନ୍ତରୁ କ୍ଷେପଣାସ୍ତ୍ରଗୁଡ଼ିକୁ ଚିହ୍ନିବା ଏବଂ ନଷ୍ଟ କରିବା ପାଇଁ କ୍ଷେପଣାସ୍ତ୍ର ନିକ୍ଷେପ କରିବାରେ ସକ୍ଷମ । କେତେକ ରିପୋର୍ଟରେ ଦର୍ଶାଯାଇଛି ଯେ ଚାଇନାର ଏଚକ୍ୟୁ-୧୭-ଏ କ୍ଷେପଣାସ୍ତ୍ର ପ୍ରଣାଳୀ ପ୍ରକୃତରେ ରୁଷିଆର ଟୋର ଏମ-୧ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀର ପ୍ରତିକୃତି । ଏହାର ଅନ୍ୟ ବୈଶିଷ୍ଟ୍ୟ ହେଉଛି ଅନ୍ୟ ଚାଇନିଜ ଡିଭାଇସ ସହିତ ଡାଟା ଲିଙ୍କ ଅଂଶୀଦାର କରିବା। ଏଚକ୍ୟୁ-୧୭-ଏ କ୍ଷେପଣାସ୍ତ୍ର ପ୍ରଣାଳୀର ଓଜନ ପ୍ରାୟ ୧୬୫ କିଲୋଗ୍ରାମ। ଏହାର ଲମ୍ବ ୨.୯ ମିଟର, ବ୍ୟାସ ୦.୨୩ ମିଟର । ଏହା ଦେଢ଼ କିଲୋମିଟରରୁ ୧୫ କିଲୋମିଟର ଦୂରରୁ ଉଡ଼ୁଥିବା ବସ୍ତୁଗୁଡ଼ିକୁ ଚିହ୍ନଟ ଏବଂ ନଷ୍ଟ କରିବାରେ ସକ୍ଷମ। ଏହା ଚାଇନା ଏରୋସ୍ପେସ ସାଇନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି କର୍ପୋରେଶନ ଦ୍ୱାରା ନିର୍ମିତ, ଯାହା ଚାଇନା ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଏହା ନିମ୍ନ ଉଚ୍ଚତା ବିମାନ ହଣ୍ଟର୍‌ ଭାବରେ ମଧ୍ୟ ଜଣାଶୁଣା।

 

ଜିନଜିଆଙ୍ଗ ମିଲିଟାରୀ କମାଣ୍ଡର ଦାୟିତ୍ୱରେ ଭାରତ-ଚାଇନା ସୀମାର କ୍ଷେତ୍ର ରହିଛି। ରିପୋର୍ଟ ଅନୁଯାୟୀ, ୩,୪୮୮ କିଲୋମିଟର ଲମ୍ବା ଭାରତ-ଚାଇନା ସୀମାକୁ ଏଲଏସି ବୋଲି କୁହାଯାଉଥିବାବେଳେ ଚାଇନା ଏହାକୁ ମାତ୍ର ୨ ହଜାର କିଲୋମିଟର ବୋଲି ବିବେଚନା କରୁଛି। ଜୁନ ୨୦୨୦ ସଶସ୍ତ୍ର ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଏହି ସଂଘର୍ଷରେ ଭାରତୀୟ ସେନାର ୨୦ ଶହୀଦ ହୋଇଥିଲେ। ଚାଇନେ କେବେ ବି ଏହାର ସୈନ୍ୟବାହିନୀର ସବିଶେଷ ତଥ୍ୟ ସାର୍ବଜନୀନ କରିନାହିଁ। କିନ୍ତୁ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ସଂଘର୍ଷ ରେ ଚାଇନା ଭାରତୀୟ ଦଳ ଅପେକ୍ଷା ଅଧିକ କ୍ଷତିଗ୍ରସ୍ତ ହୋଇଛି।

କେବଳ ଏଚକ୍ୟୁ-୧୭-ଏ ସିଷ୍ଟମ ନୁହେଁ, ପିଏଲଏର ଜିନଜିଆଙ୍ଗ ମିଲିଟାରୀ କମାଣ୍ଡ ମଧ୍ୟ ଚଳିତ ବର୍ଷ ଜାନୁଆରୀରେ ହୱିଜର ଆର୍ଟିଲିରି ଏବଂ ଏକାଧିକ ରକେଟ ଲଞ୍ଚ ସିଷ୍ଟମ ସହିତ ସଜ୍ଜିତ ହୋଇଛି। ସେଥିମଧ୍ୟରେ ସ୍ବୟଂ ଚାଳିତ ହୱିଜର ଆର୍ଟିଲିରି ଏବଂ ଅତ୍ୟାଧୁନିକ ରକେଟ ଲଞ୍ଚର୍‌ ସିଷ୍ଟମ ଅନ୍ତର୍ଭୁକ୍ତ। ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ପିଏଲଏ ନିଜର ସେନାକୁ ଭାରତୀୟ ସୀମାରେ ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଉଛି। ଏଭଳି ପରିସ୍ଥିତିରେ, ଏହି ଅଞ୍ଚଳରେ ସ୍ଥାପିତ ଚାଇନାର ୟୁନିଟ ଗୁଡିକ ଆଗାମୀ ସମୟରେ ଅଧିକ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ସହିତ ସଜ୍ଜିତ ହେବେ। ଏହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ଏଲଏସିରେ ଏହାର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଗୁରୁତ୍ୱାରୋପ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri