କମ୍ ଜନସଂଖ୍ୟାକୁ ନେଇ ଚିନ୍ତାରେ ଚାଇନା ସରକାର, ଜନସଂଖ୍ୟା ବୃଦ୍ଧି ପାଇଁ ଲାଗୁ ହେବ ଯୋଜନା

ବେଜିଂ,୨୨ ।୨: ଚାଇନାରେ ବେଳକୁ ବେଳ ଜନସଂଖ୍ୟା କମ୍ ହେବାରେ ଲାଗିଛି । ଆଉ ଏବେ ଏହା ଜିନପିଙ୍ଗ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଦେଶରେ ଜନ୍ମହାରକୁ ବୃଦ୍ଧି କରିବାକୁ ଏବେ ନୂଆ ସ୍କିମ ଲାଗୁ କରାଯିବ । ଏହି କ୍ରମରେ ଏବେ ଚାଇନାରେ ନବବିବାହିତ ଯୋଡିଙ୍କୁ ୩୦ ଦିନିଆ ପେଡ ମ୍ୟାରେଜ ଲିଭ ଦିଆଯିବ । ଫଳରେ ପତ୍ନୀପତି ଏକାଠି ସମୟ କାଟିବା ସହ ଜନସଂଖ୍ୟା ବୃଦ୍ଧିରେ ସହଯୋଗ କରିପାରିବେ । ସୂଚନଯୋଗ୍ୟ, ପୂର୍ବରୁ ଚାଇନାରେ ବିବାହ ପାଇଁ କେବଳ ୩ ଦିନିଆ ପେଡ ଲିଭ ମିଳୁଥିଲା । ହେଲେ ଯେତେବେଳେ ଦେଶରେ ଜନସଂଖ୍ୟା ହ୍ରାସ ହେବାରେ ଲାଗିଲା ସେତେବେଳେ ସରକାର ତାଙ୍କର ନୀତିରେ ପରିବର୍ତ୍ତନ କରିଛନ୍ତି ।
ସୂଚନାଯୋଗ୍ୟ, ୧୯୮୦ରୁ ୨୦୧୫ ପର୍ଯ୍ୟନ୍ତ ଗୋଟିଏ ସନ୍ତାନ ନୀତି ଲାଗୁ କରାଯିବାରୁ ଚାଇନାରେ ଜନସଂଖ୍ୟା ହ୍ରାସ ପାଇଥିଲା । ୨୦୨୨ରେ ପ୍ରତି ୧,୦୦୦ ଲୋକରେ ଜନ୍ମ ହାର ଥିଲା ୬.୭୭ ପ୍ରତିଶତ ଯାହା ସବୁଠାରୁ କମ୍ । ଏହାପରେ ବିଶେଷଜ୍ଞମାନେ କହିଥିଲେ କି ଏହା ଦେଶର ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଇବ । ଚାଇନା ଦ୍ୱାରା ଘୋଷଣା କରାଯାଇଥିବା ଜନସଂଖ୍ୟା ଅନୁଯାୟୀ ଗତ ବର୍ଷ ଜନସଂଖ୍ୟା ୮.୫ ଲକ୍ଷ କମ୍ ହୋଇଥିଲା । ୧୯୬୦ ପରେ ଚାଇନା ଜନସଂଖ୍ୟାରେ ଏମିତି ହ୍ରାସ ପ୍ରଥମ ଥର ସାମ୍ନାକୁ ଆସିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri