୧୦ ଛୋଟ ଦେଶ ସହିତ ଚାଇନାର ବୁଝାମଣା ଯୋଜନାକୁ ବିସ୍ତାରବାଦୀ ନୀତି କହିଲା ଆମେରିକା…

ଓ୍ବାଶିଂଟନ/ବେଜିଂ, ୨୬।୫ : ଚାଇନା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ୧୦ଟି ଛୋଟ ଦେଶ ସହିତ ବୁଝାମଣା କରିବା ଯୋଜନା କରିଛି। ଏସବୁ ଦେଶର ସୁରକ୍ଷା ଠାରୁ ଆରମ୍ଭ କରି ମତ୍ସ୍ୟ ପାଳନ ପର୍ଯ୍ୟନ୍ତ ଏକ ବ୍ୟାପକ ଚୁକ୍ତିନାମାକୁ ଚାଇନା ସମର୍ଥନ କରିବାକୁ ଚାହୁଁଛି। ତେବେ ଚାଇନା ଏଭଳି କରି ଏହି ଅଞ୍ଚଳ ଦଖଲ କରିବା ଲାଗି ଏକ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ଷଡ଼ଯନ୍ତ୍ର କରୁଥିବା ଆମେରିକା ଚେତାବନୀ ଦେଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଚାଇନା ପ୍ରତିପକ୍ଷ ଶି ଜିନ୍‌ ପିଙ୍ଗ୍‌ଙ୍କ ଏଭଳି ପଦକ୍ଷେପ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ଚୁକ୍ତିନାମା ଯୋଜନାରୁ ଜଣାପଡିଛି ଯେ ଚାଇନା ପ୍ରଶାନ୍ତମହାସାଗରୀୟ ଅଞ୍ଚଳରେ ଥିବା ଦେଶର ପୋଲିସ କର୍ମଚାରୀଙ୍କୁ ତାଲିମ ଦେବାକୁ, ସେମାନଙ୍କ ସହ ପାରମ୍ପାରିକ ତଥା ଅଣ ପରମ୍ପାରିକ ସୁରକ୍ଷା ସହ ଜଡିତ ହେବାକୁ ଏବଂ ଆଇନ ପ୍ରଣୟନରେ ସହଯୋଗ ବୃଦ୍ଧି କରିବାକୁ ଚାହୁଁଛି। ଚାଇନା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଲୋକପ୍ରିୟ ଟୁନା ମାଛ ଧରିବା ସହିତ ମତ୍ସ୍ୟଚାଷ ପାଇଁ ଏକ ସାମୁଦ୍ରିକ ଯୋଜନା ପ୍ରସ୍ତୁତ କରିବାକୁ ଚାହୁଁଛି। ସେହିପରି ଏହି ଅଞ୍ଚଳରେ ଇଣ୍ଟରନେଟ ନେଟୱାର୍କ ଚଳାଇବାରେ ସହଯୋଗ ବୃଦ୍ଧି କରିବାକୁ ଏବଂ ସାଂସ୍କୃତିକ କନଫୁସିଆନ ପ୍ରତିଷ୍ଠାନ ଏବଂ ଶ୍ରେଣୀଗୃହ ପ୍ରତିଷ୍ଠା କରିବାକୁ ଚାହୁଁଛି।

ଏକ ମୁକ୍ତ ବାଣିଜ୍ୟ କ୍ଷେତ୍ର ଏବଂ ପ୍ରଶାନ୍ତ ମହାସାଗରୀୟ ଦେଶ ସୃଷ୍ଟି କରିବାର ସମ୍ଭାବନାକୁ ଚାଇନା ମଧ୍ୟ ଉଲ୍ଲେଖ କରିଛି। ଚାଇନାର ଏହି ପଦକ୍ଷେପ ଅନ୍ତର୍ଗତ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଏବଂ ୨୦ ଜଣିଆ ନେତାଙ୍କ ଏକ ପ୍ରତିନିଧି ଦଳ ଚଳିତ ସପ୍ତାହରେ ଏହି ଅଞ୍ଚଳ ଗସ୍ତ ଆରମ୍ଭ କରିଛନ୍ତି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ ଚାଇନାର ଉଦ୍ଦେଶ୍ୟକୁ ନେଇ ବୁଧବାର ଉଦ୍‌ବେଗ ପ୍ରକାଶ କରି କହିଛନ୍ତି ଯେ ଦ୍ୱୀପପୁଞ୍ଜର ଲାଭ ଉଠାଇବା ଏବଂ ଏହି ଅଞ୍ଚଳକୁ ଅସ୍ଥିର କରିବା ପାଇଁ ବେଜିଂ ପ୍ରସ୍ତାବିତ ଚୁକ୍ତିନାମାକୁ ବ୍ୟବହାର କରିବାର ଆଶଙ୍କା ରହିଛି।

ପ୍ରାଇସ୍‌ କହିଛନ୍ତି ଯେ, ଚାଇନା ପ୍ରତିନିଧି ଦଳ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଥିବା ୱାଙ୍ଗ ସୋଲୋମନ ଦ୍ୱୀପପୁଞ୍ଜ, କିରିବାତି, ସାମୋଆ, ଫିଜି, ଟୋଙ୍ଗା, ବନାତୁ ଏବଂ ପାପୁଆ ନ୍ୟୁ ଗିନିକୁ ଯାତ୍ରା କରିଛନ୍ତି । ଏହି ଦେଶଗୁଡ଼ିକ ଚାଇନା ସହିତ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ ରାଜି ହେବାର ସମ୍ଭାବନା ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥକି ପଡିଲେଣି ଇସ୍ରାଏଲୀ ସେନା? ଫସିଗଲେ କି ନେତାନ୍ୟାହୁ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଜେରୁଜେଲମ,୨୮।୩: ଇସ୍ରାଏଲୀ ସାମରିକ ବାହିନୀ ସମ୍ପର୍କରେ ଏକ ବଡ଼ ଚେତାବନୀ ସାମ୍ନାକୁ ଆସିଛି। ଦେଶର ମୁଖ୍ୟ କର୍ମଚାରୀ ଇୟାଲ ଜମିର ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ଯେ…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ଘୋଷଣା, ଏପ୍ରିଲ ୧ରୁ ପେଟ୍ରୋଲ ରପ୍ତାନୀ ବନ୍ଦ; ଭାରତକୁ ଝଟ୍‌କା!

ମସ୍କୋ,୨୮।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ବିଶ୍ୱ ଅନିଶ୍ଚିତତା ଭିତରେ ରୁଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri