Posted inଫୁରସତ

ସାଙ୍ଗରେ ଯୁବତୀଙ୍କ ଡ୍ୟାନ୍ସ ଗ୍ରୁପ ନେଇ ଯାତ୍ରା କରନ୍ତି ଚାଇନାର ଏହି ନେତା !

ବେଜିଂ: ଚାଇନାର ଶାସକ ମାଓ ଜେଡୋଙ୍ଗ ତାଙ୍କ ଲାଇଫ୍‌ ଷ୍ଟାଇଲକୁ ନେଇ ଖୁବ୍‌ ଚର୍ଚ୍ଚିତ। ତାଙ୍କ ଫିଜିସିୟାନ୍‌ ତଥା ଅତି ନିକଟତର ଲି ଝିସୁଇ ତାଙ୍କ ପୁସ୍ତକ ‘The Private Life of Chairman Mao’ରେ ମାଓଙ୍କ ଜୀବନଶୈଳି ବିଷୟରେ ଉଲ୍ଲେଖ କରିଛନ୍ତି। ମାଓ ଯାତ୍ରା କରିବା ସମୟରେ ସାଙ୍ଗରେ ଯୁବତୀଙ୍କ ଏକ ଡ୍ୟାନ୍ସ ଗ୍ରୁପ ନେଇ ଯାତ୍ରା କରନ୍ତି ବୋଲି କୁହାଯାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥାଏ ଯୁବତୀମାନଙ୍କ ସହ ଡ୍ୟାନ୍ସ କରିବା। ଆଉ ଡ୍ୟାନ୍ସ ସରିବା ପରେ ସେମାନଙ୍କ ମଧ୍ୟରୁ ଜଣକୁ ବାଛି ମାଓ କୁଆଡେ ତାଙ୍କ ବେଡ୍‌ରୁମକୁ ଚାଲି ଯାଆନ୍ତି। ସବୁବେଳେ ମାଓଙ୍କୁ କୁଆଡେ ଦରକାର ପଡେ ଯୁବତୀ ପ୍ରେମିକା। କୁହଯାଏ ପରିଷ୍କାର ପରିଚ୍ଛନ୍ନତାକୁ ଏତେଟା ଦୃଷ୍ଟି ଦେଉ ନ ଥିବା ମାଓ କିନ୍ତୁ ବହୁ ଯୁବତୀଙ୍କ ସହ ସମ୍ପର୍କ ରଖନ୍ତି। ପରେ ଏମାନଙ୍କ ମଧ୍ୟରୁ ଅନେକଙ୍କ ସଂକ୍ରମଣ ସମସ୍ୟା ଦେଖାଯାଏ ବୋଲି କୁହାଯାଏ। ତେବେ ଚାଇନାର ଲୋକକଥା ଅନୁଯାୟୀ ବହୁ ନାରୀଙ୍କ ସହ ସମ୍ପର୍କ ରଖିଲେ କୁଆଡେ ତାଙ୍କର ପୁରୁଷତ୍ୱ ଫେରି ଆସିଥାଏ ବୋଲି କୁହାଯାଏ। ତେବେ ମାଓ ସେ ସମୟରେ ସବୁଠାରୁ ଶକ୍ତିଶାଳୀ ନେତା ଥିବାରୁ କେହି ଯୁବତୀ ମଧ୍ୟ ମାଓଙ୍କୁ ଖୋଲାଖୋଲି ବିରୋଧ କରି ପାରନ୍ତି ନାହିଁ। ମାଓ ଆଦୌ ଦାନ୍ତ ଘଷନ୍ତି ନାହିଁ। ତାଙ୍କ ମତରେ ପ୍ରତିଦିନ ସକାଳୁ ସେ ଗରମ ଚା’ରେ ଦାନ୍‌ ସଫା କରନ୍ତି। ହେଲେ ତାହା ଠିକ୍‌ ନୁହେଁ ବୋଲି ଡାକ୍ତର କହିବା ପରେ ବି ସେ ଏହାକୁ ଖାତିର କରନ୍ତି ନାହିଁ। ଶୁଣିବାକୁ ମିଳେ ମାଓ ୧୯୬୬ରେ ୭୦ ବର୍ଷ ବୟସରେ ପଦାର୍ପଣ କରିଥିଲେ ମଧ୍ୟ ନିଜକୁ ଜଣେ ଯୁବକ ବୋଲି କୁହନ୍ତି। ସେହି ସମୟରେ ସେ Cross-Yangtze Swimming Competitionର ଆୟୋଜନ କରିଥିବା ନଜିର ରହିଛି। ଆଉ ଏଥିରେ ଯୋଗ ଦେଇଥିବା ପ୍ରାୟ ୫ ହଜାର ସନ୍ତରଣକାରୀଙ୍କୁ ହରାଇ ସେ ବିଜୟୀ ହୋଇଥିବା କୁହେ ଚାଇନା। ତାଙ୍କର ଶକ୍ତି କୌଣସି ଯୁବକଠାରୁ କମ୍‌ ନୁହେଁ ବୋଲି କୁହାଯାଏ। ତେବେ ମାଓ ଜଙ୍ଗଲି ପରିବେଶରେ ବଢିଥିବାରୁ ସେ କେବେ ଶୌଚାଳୟର ବ୍ୟବହାର କରନ୍ତି ନାହିଁ। ସୁରକ୍ଷାକର୍ମୀଙ୍କ ସହ ସେ ଶୌଚ ହେବାପାଇଁ କୁଆଡେ ଜଙ୍ଗଲ ଯାଆନ୍ତି ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri