ଚାଇନା ସବୁଠୁ ଧନୀ ଦେଶ, ପଛରେ ପଡ଼ିଲା ଆମେରିକା…

ବେଜିଂ,୧୬।୧୧: ଆମେରିକାକୁ ପଛରେ ପକାଇ ଚାଇନା ପୃଥିବୀର ସବୁଠୁ ଧନୀ ଦେଶ ପାଲଟିଛି। ଏହି ଲକ୍ଷ୍ୟ ହାସଲ କରିବାକୁ ଚାଇନାକୁ ୨୦ ବର୍ଷ ଲାଗିଛି। ମ୍ୟାନେଜମେଣ୍ଟ କନସଲଟାଣ୍ଟ ମୈକିନ୍ସ୍‌ ଆଣ୍ଡ କମ୍ପାନୀର ଅନୁସନ୍ଧାନ ଶାଖା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ଫଳରେ ଧନ ଦୃଷ୍ଟିରୁ ଚାଇନା ବର୍ତ୍ତମାନ ପୃଥିବୀର ଏକ ନମ୍ବର ଦେଶରେ ପରିଣତ ହୋଇଛି। ଧନ ସମ୍ପତ୍ତିରେ ଶୀର୍ଷ ସ୍ଥାନକୁ ଚାଇନା ଉନ୍ନୀତ ହୋଇ ଆମେରିକାକୁ ପଛରେ ପକାଇ ଦେଇଛି। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଚାଇନାର ନେତୃତ୍ୱରେ ପୃଥିବୀର ଧନ ସମ୍ପତ୍ତି ତିନି ଗୁଣା ବୃଦ୍ଧି ପାଇଛି। ମ୍ୟାନେଜମେଣ୍ଟ କନସଲଟାଣ୍ଟ କମ୍ପାନୀ ପକ୍ଷରୁ ପୃଥିବୀର ଆୟର ୬୦ ପ୍ରତିଶତ ପ୍ରତିନିଧିତ୍ୱ କରୁଥିବା ୧୦ଟି ଦେଶର ଜାତୀୟ ବାଲାନ୍ସ ସିଟ ଯାଞ୍ଚ କରାଯାଇଥାଏ।

ପୃଥିବୀ ପୂର୍ବାପେକ୍ଷା ଅଧିକ ଧନୀ ହୋଇ ସାରିଛି ବୋଲି ଜୁରିଚର ମୈକିନ୍ସ୍‌ ଗ୍ଲୋବାଲ ଇନଷ୍ଟିଚ୍ୟୁର ଅଂଶୀଦାର ଜାନ ମିଶକେ ଏକ ସାକ୍ଷାତକାରରେ କହିଛନ୍ତି। ଅଧ୍ୟୟନ ଅନୁଯାୟୀ, ପୃଥିବୀର ମୋଟ ସମ୍ପତ୍ତି ୨୦୦୦ରେ ୧୫୬ ଟ୍ରିଲିୟନ ଡଲାର ଥିଲା। ତେବେ ୨୦୨୧ରେ ଏହି ପରିମାଣ ୫୧୪ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି। ଚାଇନା ନିଜର ସମ୍ପତ୍ତି ବୃଦ୍ଧି କରି ପୃଥିବୀର ମୋଟ ସମ୍ପତ୍ତିର ଏକ ତୃତୀୟାଂଶ ହାସଲ କରିଛି। ବିଶ୍ୱ ବାଣିଜି୍ୟକ ସଂଗଠନ(ଡବ୍ଲ୍ୟୁଟିଓ)ରେ ଯୋଗଦେବାର ଏକ ବର୍ଷ ପୂର୍ବରୁ ୨୦୦୦ରେ ଏହାର ସମ୍ପତ୍ତି କେବଳ ୭ ଟ୍ରିଲିୟନ ଡଲାର ଥିଲା। ଏହା ବର୍ତ୍ତମାନ ୧୨୦ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି୍‌। ଯାହାଦ୍ୱାରା ଚୀନର ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ବିତ ହୋଇଛି। ୨୦ ବର୍ଷ ମଧ୍ୟରେ ଚାଇନା ପୃଥିବୀର ଏକ ତୃତୀୟାଂଶ ସମ୍ପତ୍ତି ହାସଲ କରିପାରିଛି।

ଗତ ୨୦ ବର୍ଷ ମଧ୍ୟରେ ଆମେରିକାର ସମ୍ପତ୍ତି ପୂର୍ବାପେକ୍ଷା ବୃଦ୍ଧି ପାଇ ଦ୍ୱିଗୁଣିତ ହୋଇଛି। ୨୦୦୦ରେ ଆମେରିକାର ସମ୍ପତ୍ତି ୯୦ ଟ୍ରିଲିୟନ ଡଲାର ଥିଲା। ରିପୋର୍ଟରେ କୁହାଯାଇଛି ଯେ ଏଠାରେ ସମ୍ପତ୍ତି ମୂଲ୍ୟରେ ଅଧିକ ବୃଦ୍ଧି ନ ହେବା ଯୋଗୁ ଆମେରିକାର ଧନ ଚାଇନା ତୁଳନାରେ କମ ରହିଛି ଏବଂ ଏହା ଏକ ନମ୍ବର ସ୍ଥାନ ହରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri