ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ

ପୁରୀ ଅଫିସ, ୧୬।୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ସୋମବାରଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଞ୍ଚକ ନୀତି ଆରମ୍ଭ ହୋଇଛି। ଏକାଦଶୀରେ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଛି। ତେବେ ଚଳିତବର୍ଷ ପ୍ରଶାସନର କଟକଣା ଯୋଗୁ ଏହି ଅନନ୍ୟ ବେଶ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଛନ୍ତି। ଅବକାଶ ନୀତି ପରେ ଲକ୍ଷ୍ମୀନାରାୟଣ ବେଶ (ଠିଆକିଆ ବେଶ) ହୋଇଥିଲା। ବେଶ ସମୟରେ ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ଡପ ଇତ୍ୟାଦି ନୀତି ହୋଇଥିଲା। ସ୍ବର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟ ବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ କରିଥିଲେ। ଏହି ବେଶରେ ଶ୍ରୀଭୁଜ ଓ ଶଙ୍ଖ, ଚକ୍ର, ହଳ, ମୂଷଳ, ଆଡ଼କାନି, ଶ୍ରୀପୟର, ସୂର୍ଯ୍ୟଚନ୍ଦ୍ର, ଚନ୍ଦ୍ରିକା, ତଡ଼କୀ ଏବଂ ଓଡ଼ିଆଣୀ ସମେତ ୩୦ରୁ ଊର୍ଦ୍ଧ୍ୱ ସ୍ବର୍ଣ୍ଣ ଅଳଙ୍କାର ଧାରଣ କରିଥିଲେ। ଏହି ବେଶରେ ଠାକୁରମାନଙ୍କ ମସ୍ତକରେ ସ୍ବର୍ଣ୍ଣ କିରୀଟ ଶୋଭା ପାଉଥିଲା। ମଙ୍ଗଳବାର ମହାପ୍ରଭୁଙ୍କର ବାଙ୍କଚୂଡା ବେଶ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଯୁବତୀଙ୍କୁ ପ୍ରେମ ନିବେଦନ ମହଙ୍ଗା ପଡ଼ିଲା, ଗ୍ରାମବାସୀ ଧରି ନିର୍ଧୁମ ଛେଚିଲେ

ଛେଣ୍ଡିପଦା,୨୬।୯(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜନୈକ ଯୁବକ ରାସ୍ତାରେ ଜଣେ ସ୍କୁଲ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ନିର୍ଧୁମ ଛେଚା ଖାଇଛନ୍ତି। ସୂଚନାନୁଯାୟୀ,...

ବଞ୍ଚିବାକୁ ରାହା ଖୋଜୁଛନ୍ତି ମମତା

ଆରଡ଼ି,୩।୨(ଡି.ଏନ.ଏ.)-ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କ ଖାମଖିଆଲି ଯୋଗୁ ଖାଦ୍ୟନଳୀ କଣା ହୋଇଯାଇଛି। ଚିକିତ୍ସା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ସରିଲାଣି। ତଥାପି ସ୍ବାସ୍ଥ୍ୟାବସ୍ଥାରେ...

ପ୍ରାଚୀନ ‘ଅଙ୍କ’ ପରମ୍ପରାକୁ ଭୁଲିଗଲେଣି ଯୁବପିଢ଼ି

ଖଣ୍ଡପଡା,୮ା୯(ସ୍ବ.ପ୍ର): ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଂଟିଲୋ ଅଂଚଳରେ ପାରମ୍ପରିକ ସୁନିଆ ବା ଅଙ୍କ ପର୍ବ ପାଳିତ ହୋଇ ଯାଇଛି।  ଏହି ‘ଅଙ୍କ’ ପର୍ବ ପ୍ରଚଳିତ ପ୍ରାଚୀନ ପରମ୍ପରା...

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷାଫଳ

କଟକ ଅଫିସ,୮।୪: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ର ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। www.bseodisha.ac.in ୱେବସାଇଟରେ ରେଜଲ୍ଟ...

ଥମୁନି ହାତୀ ଉପଦ୍ରବ: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଠାକୁରମୁଣ୍ଡା,୨୨।୧୨ (ଡି.ଏନ.ଏ.) -କେନ୍ଦୁଝର ଜିଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଲାଗି ରହିଛି। ରାତି ହେଲେ ହାତୀପଲ ଜଙ୍ଗଲ ତଳି ଇଲାକାର...

ଖବର ପ୍ରକାଶ ପରେ ଚେତିଲା ପ୍ରଶାସନ

ବିଜେପୁର,୧୯।୪(ଡି.ଏନ.ଏ.)-ବରଗଡ ଜିଲା ବିଜେପୁର ବ୍ଲକ ଚାରପାଲି ପଞ୍ଚାୟତରେ ଲକ୍‌ ଡାଉନ ବେଳେ ନିରାଶ୍ରିତଙ୍କୁ ରନ୍ଧା ଖାଦ୍ୟ ନ ମିଳିବା ଘଟଣାର ରବିବାର ପ୍ରଶାସନିକ ତଦନ୍ତ ହୋଇଛି...

ପୁରୀ ସମୁଦ୍ରରେ ଡଲ୍‌ଫିନ

ପୁରୀ ଅଫିସ,୩୦ା୪:ପୁରୀ ସମୁଦ୍ରରେ ବୁଧବାର ପୂର୍ବାହ୍ନରେ କିଛି ଡଲ୍‌ଫିନ ଦେଖାଯାଇଛନ୍ତି। ହୋଟେଲ ଗୋଲ୍‌ଡେନ ଟ୍ରି ସମ୍ମୁଖ ସମୁଦ୍ରରେ ଉପକୂଳଠାରୁ ୧୦୦ ମିଟର ମଧ୍ୟରେ ଏହି ଡଲଫିନ...

ସହରରେ ଲୁଟେରା ଆତଙ୍କ

ଢେଙ୍କାନାଳ ଅଫିସ, ୧୯।୨ – ଢେଙ୍କାନାଳ ସହର କୁଞ୍ଜକାନ୍ତ ଲଳିତନଗର ଅଞ୍ଚଳରେ କ୍ରମାଗତ ଚୋରି ବୃଦ୍ଧି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।...

Advertisement
Archives

Model This Week