Posted inଜାତୀୟ

ଏଲ୍‌ଏସିରେ ଲ୍ୟାଣ୍ଡମାଇନ ବିଛାଉଛି ଚାଇନା

ନୂଆଦିଲ୍ଲୀ,୨୨ା୧୦: ଭାରତ-ଚାଇନା ସୀମା ବିବାଦ ଥମିବାର ନାଁ ନେଉନାହିଁ। ଗତ ଜୁନ୍‌ ମାସରୁ ଦୁଇଦେଶ ମୁହଁାମୁହିଁ ଅବସ୍ଥାରେ ଥିବାବେଳେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଲ୍ୟାଣ୍ଡମାଇନ୍‌ ବିଛାଇବା ଆରମ୍ଭ କରିଛି। ଲ୍ୟାଣ୍ଡମାଇନ୍‌ ପାଇଁ ପିଏଲ୍‌ଏ ଏକ ସ୍ବତନ୍ତ୍ର ରକେଟ ଲଞ୍ଚର ମଧ୍ୟ ପରୀକ୍ଷଣ କରିଛି। ଶତ୍ରୁ ପକ୍ଷର ସେନା ଓ ଟ୍ୟାଙ୍କ ଯେପରି ନିଜ ପଟକୁ ପ୍ରବେଶ କରି ନ ପାରିବେ ସେଥିଲାଗି ଲ୍ୟାଣ୍ଡମାଇନ୍‌ ବିଛାଯାଇଥାଏ। ଚାଇନାର ନ୍ୟୁଜ୍‌ ଚ୍ୟାନେଲ ସିସିଟିଭି-ମିଲିଟାରି ଅନୁସାରେ ପିଏଲ୍‌ଏ ତିବ୍ବତର କମାଣ୍ଡ ନିକଟରେ ରକେଟ ଲଞ୍ଚର୍ସର ସଫଳ ପରୀକ୍ଷଣ କରିଛି। ଏହି ରକେଟ ଲଞ୍ଚର୍ସକୁ ଟ୍ରକ୍‌ରେ ଅଣାଯାଇଥାଏ। ପରେ ଲ୍ୟାଣ୍ଡମାଇନ୍ସକୁ ରକେଟରୁ କୌଣସି ସୀମା ବା ଅଞ୍ଚଳ ଆଖପାଖରେ ବିଛାଯାଇଥାଏ। ଗୋଟିଏ ଟ୍ରକ୍‌ରେ ୪୦ଟି ଲଞ୍ଚର୍ସକୁ ପରିବହନ କରାଯାଇପାରେ।
ତେବେ ଏହି ଲଞ୍ଚରଗୁଡ଼ିକର ରେଞ୍ଜ କେତେ ତାହା କୁହାଯାଇ ନାହିଁ। କିନ୍ତୁ ସୂଚନା ମୁତାବକ ଏହାକୁ ଉଚ୍ଚ ଅଞ୍ଚଳରେ ଅବସ୍ଥାପିତ କରି ‘କମ୍ବାଟ-ଲକ୍‌ଡାଉନ୍‌’ କରାଯାଇପାରେ। ଚାଇନା ସେନା ଏହି ସ୍ବତନ୍ତ୍ର ଲଞ୍ଚର୍ସର ଟେଷ୍ଟ ପ୍ରାୟ ୧୨ ହଜାର ଫୁଟ୍‌ ଉଚ୍ଚତାରେ କରିଛି।
ବିଶେଷଜ୍ଞଙ୍କ ମତରେ ଚାଇନା ସେନା ଏହି ପରୀକ୍ଷଣ ଦୁଇଟି ବଡ଼ କାରଣରୁ କରିଛି। ପ୍ରଥମତଃ ଚାଇନା ସୈନ୍ୟଙ୍କୁ ଉଚ୍ଚସ୍ଥାନରେ ପହଞ୍ଚତ୍ବାରେ ଅସୁବିଧା ହୋଇଥାଏ। ବିଶେଷକରି ଶୀତଋତୁରେ ପ୍ରବଳ ଥଣ୍ଡା ଯୋଗୁ ସେମାନେ ଉଚ୍ଚସ୍ଥାନକୁ ଯାଇପାରି ନ ଥାନ୍ତି। ଦ୍ୱିତୀୟତଃ ଚାଇନାକୁ ଗୋଟିଏ ଭୟ ଘାରିଛି ଯେ, ଯଦି ଭାରତ ସହ ଆଲୋଚନା ବିଫଳ ହୋଇଯାଏ ତେବେ ଭାରତୀୟ ସେନା ଏଲ୍‌ଏସି ଅତିକ୍ରମ କରି ଆକ୍ରମଣ କରିବ। ତେଣୁ ଚାଇନା ନିଜ ସୀମାକ୍ଷେତ୍ରରେ ଏପରି ବିପଜ୍ଜନକ ଲ୍ୟାଣ୍ଡମାଇନ୍‌ ବିଛାଉଛି। ଅନ୍ୟ ଏକ ରିପୋର୍ଟ ଅନୁସାରେ ଚାଇନା ପିଏଲ୍‌ଏର ପଦାତିକ ବାହିନୀ ସଂଖ୍ୟା ବଢ଼ାଇବା ସହିତ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛି।
ଇତିମଧ୍ୟରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ କୌଣସି ଶକ୍ତି ଭାରତର ଏକ ଇଞ୍ଚ ମଧ୍ୟ ଭୂମି ନେଇ ପାରିବେ ନାହିଁ। ଲଦାଖ ସଂଲଗ୍ନ ଏଲ୍‌ଏସିରେ ମୁହଁାମୁହିଁ ହେବାବେଳେ ଭାରତୀୟ ଯବାନମାନେ ଏକ ଚମତ୍କାର କାର୍ଯ୍ୟ କରିଛନ୍ତି। ପ୍ରକାଶ ଯେ, ଜୁନ୍‌ ୧୫ରେ ଗଲଓ୍ବାନ ଉପତ୍ୟକାରେ ଦୁଇଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିବାବେଳେ ପିଏଲ୍‌ଏ ସୈନ୍ୟଙ୍କ ମୃତାହତ ନେଇ ଚାଇନା ଅଦ୍ୟାବଧି କିଛି ସ୍ପଷ୍ଟ କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri