Posted inଜାତୀୟ

ଗଲ୍‌ଓ୍ବାନରେ ଭାରତର ୪୨୩ ମିଟର ଭିତରକୁ ପ୍ରବେଶ କରିଛି ଚାଇନା

ନୂଆଦିଲ୍ଲୀ,୩୦ା୬: ଚାଇନା ସୈନ୍ୟ ଗଲ୍‌ଓ୍ବାନ ଉପତ୍ୟକାରେ ଭାରତୀୟ ଅଞ୍ଚଳ ମଧ୍ୟକୁ ୪୨୩ ମିଟର ପ୍ରବେଶ କରିବା ସହ ଉକ୍ତ ଅଞ୍ଚଳକୁ ଅକ୍ତିଆର କରି ରଖିଛି। ସାଟେଲାଇଟ୍‌ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି। ୧୯୬୦ରେ ବେଜିଂ ଉକ୍ତ ଅଞ୍ଚଳରେ ଯେଉଁ କ୍ଲେମ୍‌ ଲାଇନ (ଦାବି ରେଖା)ଧାର୍ଯ୍ୟ କରିଥିଲା, ଏହା ତାହାଠାରୁ ଯଥେଷ୍ଟ ଆଗରେ। ଜୁନ୍‌ ୨୫ରେ ମିଳିଥିବା ହାଇ ରିଜୋଲ୍ୟୁଶନ ସାଟେଲାଇଟ୍‌ ଚିତ୍ର ଅନୁଯାୟୀ ଗଲ୍‌ଓ୍ବାନର ୪୨୩ ମିଟର ଭାରତୀୟ ଅଞ୍ଚଳ ମଧ୍ୟରେ ଚାଇନାର ୧୬ଟି ଟେଣ୍ଟ ଓ ତାର୍‌ପୋଲିନ, ଗୋଟିଏ ବଡ଼ ଶିବିର ଏବଂ ୧୪ଟି ଗାଡ଼ି ଥିଲା।
୧୯୬୦ରେ ଚାଇନା ନିର୍ଦ୍ଦିଷ୍ଟ ଅକ୍ଷାଂଶ ଓ ଦ୍ରାଘିମାକୁ ନେଇ ଉକ୍ତ ଅଞ୍ଚଳରେ ଏହାର ସୀମା ବୋଲି ବିଶ୍ୱାସ କରିଥିଲା ଯାହା ‘ସୀମା ପ୍ରଶ୍ନ ଉପରେ ଭାରତ ସରକାରଙ୍କ ଅଧିକାରୀ ଓ ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନାର ରିପୋର୍ଟ’ ଭାବେ ଜଣାଶୁଣା।୧୯୬୦-୬୧ରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ଏହି ଦସ୍ତାବିଜ୍‌କୁ ପ୍ରକାଶ କରିଥିଲା, ଯେଉଁଥିରେ ଉଭୟ ପକ୍ଷ ଆଲୋଚନା ବେଳେ ଭାରତ ପଚାରିଥିବା ପ୍ରଶ୍ନ ଓ ଚାଇନାର ଉତ୍ତର ଉଲ୍ଲେଖ ରହିଛି। ସେହି ଅନୁଯାୟୀ ଗଲ୍‌ଓ୍ବାନ ନଦୀ ଉପରେ ଏହି ସୀମାରେଖା ୭୮ଡିଗ୍ରୀ ୧୩’ ପୂର୍ବ ଦ୍ରାଘିମା ଏବଂ ୩୪ ଡିଗ୍ରୀ ୪୬’ ଉତ୍ତର ଅକ୍ଷାଂଶ ଦେଇ ଯାଇଛି। ଗୁଗଲ୍‌ ଆର୍ଥ ପ୍ରୋରେ ଗଲ୍‌ଓ୍ବାନ ଉପତ୍ୟକାରେ ଏହି ଲାଇନ୍‌ର ସ୍ଥିତି ସୂଚାଇଦିଆଯାଇଛି। ସାଟେଲାଇଟ ଚିତ୍ର ଓ ଗୁଗଲ୍‌ ଆର୍ଥ ପ୍ରୋ’ରେ ଦିଆଯାଇଥିବା ସୂଚନାରୁ ସ୍ପଷ୍ଟ ହେଉଛି, ଚାଇନା ସୈନ୍ୟ ନିଜ କ୍ଲେମ୍‌ ଲାଇନ ଅତିକ୍ରମ କରି ଭାରତୀୟ ଅଞ୍ଚଳ ମଧ୍ୟକୁ ୪୨୩ ମିଟର ପ୍ରବେଶ କରିଛନ୍ତି।
ଦୀର୍ଘ ଦୁଇମାସ ହେବ ପୂର୍ବ ଲଦାଖ ସୀମାରେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ଗତ ୧୫ ତାରିଖରେ ଗଲ୍‌ଓ୍ବାନ ଉପତ୍ୟକାରେ ଦୁଇ ପକ୍ଷର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ କଲୋନେଲଙ୍କ ସମେତ ୨୦ ଭାରତୀୟ ଯବାନ ଶହୀଦ ହେବା ସହ ଅନେକେ ଆହତ ହୋଇଥିଲେ। ଚାଇନା ପକ୍ଷରୁ ମଧ୍ୟ ଅନୁରୂପ ସଂଖ୍ୟକ ମୃତାହତ ହୋଇଥିବା କୁହାଯାଉଛି। ଏହା ପରଠାରୁ ସୀମାରେ ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଛି। ସାମରିକ ଓ କୂଟନୈତିକ ସ୍ତରରେ ଏକାଧିକ ଆଲୋଚନା ସତ୍ତ୍ୱେ ଉତ୍ତେଜନା ପ୍ରଶମିତ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri