Posted inଜାତୀୟ

ଅରୁଣାଚଳରେ ଗାଁ ନିର୍ମାଣ କରିଛି ଚାଇନା

ନୂଆଦିଲ୍ଲୀ, ୧୯।୧: ସୀମାକୁ ନେଇ ଭାରତ ଓ ଚାଇନା ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଗତବର୍ଷ ମେ’ରୁ ଦୁଇଦେଶର ସୈନ୍ୟବାହିନୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଛି। ଗତବର୍ଷ ଜୁନ୍‌ରେ ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଉଭୟ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଅଚଳାବସ୍ଥାର ସମାଧାନ ପାଇଁ ଉଭୟ ସାମରିକ ଓ କୂଟନୈତିକ ସ୍ତରରେ ଏକାଧିକ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ହେଁ ସମାଧାନର ସୂତ୍ର ବାହାରିପାରି ନାହିଁ। ଦୁଇଦେଶ ସୀମାରେ ସୈନ୍ୟ ସଂଖ୍ୟା ବଢ଼ାଇଛନ୍ତି। ଦୁଇ ସେନା ମଧ୍ୟରେ ମୁହାଁମୁହିଁ ସ୍ଥିତି ସତ୍ତ୍ୱେ ଚାଇନା ତା’ର ବିସ୍ତାରବାଦୀ ଆଭିମୁଖ୍ୟ ଜାରି ରଖିଛି। ଅରୁଣାଚଳ ପ୍ରଦେଶରେ ଚାଇନା ଏକ ଗ୍ରାମ ନିର୍ମାଣ କରିଛି, ଯେଉଁଥିରେ ପ୍ରାୟ ୧୦୧ ଘର ରହିଛି। ଗତବର୍ଷ ନଭେମ୍ବର ୧ରେ ଆସିଥିବା ଉପଗ୍ରହ ଚିତ୍ରକୁ ଅନେକ ବିଶେଷଜ୍ଞ ଅନୁଧ୍ୟାନ କରିବା ପରେ ଗ୍ରାମ ନିର୍ମାଣ ହୋଇଥିବା ସ୍ପଷ୍ଟ କରିଛନ୍ତି। ସୀମାଠାରୁ ୪.୫ କିଲୋମିଟର ଭାରତୀୟ ଅଞ୍ଚଳ ମଧ୍ୟରେ ଚାଇନାର ନିର୍ମାଣ ଭାରତ ପାଇଁ ଚିନ୍ତାର କାରଣ ହୋଇଛି।
ଚାଇନାର ଗାଁ ନିର୍ମାଣ ସମ୍ପର୍କରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି, ସୀମାରେ ସମସ୍ତ ନିର୍ମାଣ ଉପରେ ସରକାର କଡ଼ା ନଜର ରଖିଛନ୍ତି। ଦେଶର ସାର୍ବଭୌମତ୍ୱ ଓ ଆଞ୍ଚଳିକ ସଂହତିର ସୁରକ୍ଷା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ମଧ୍ୟ ସୀମାନ୍ତ ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ରାସ୍ତା ଓ ପୋଲ ନିର୍ମାଣ କରୁଛି।
ଉପର ସୁବନସିରି ଜିଲା ଅନ୍ତର୍ଗତ ସାରି ଚୁ ନଦୀକୂଳରେ ଗଢ଼ିଉଠିଛି ଏହି ଗାଁ। ଉକ୍ତ ଅଞ୍ଚଳକୁ ନେଇ ଭାରତ ଓ ଚାଇନା ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗିରହିଥିବାବେଳେ ସଶସ୍ତ୍ର ସଂଘର୍ଷ ମଧ୍ୟ ହୋଇଛି। ୨୦୧୯ ଅଗଷ୍ଟ ୨୬ରେ ଉକ୍ତ ଅଞ୍ଚଳରେ କୌଣସି ନିର୍ମାଣ ଆରମ୍ଭ ହୋଇ ନ ଥିଲା। ଏପରିକି ୨୦୨୦ ଅଗଷ୍ଟରେ ମଧ୍ୟ ସେଠାରେ ଗାଁ ଦେଖାଯାଇ ନ ଥିଲା। ତେଣୁ ଖୁବ୍‌ କମ୍‌ ଦିନ ମଧ୍ୟରେ ୧୦୧ଟି ଘର ନିର୍ମାଣ ହୋଇଥିବା ଜଣାପଡ଼ିଛି। ଚାଇନା ଗତ କିଛିବର୍ଷ ହେବ ସୀମାରେ ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ଜାରି ରଖିଛି। ଭାରତ ସରକାର ମଧ୍ୟ ସୀମାରେ ଭିତ୍ତିଭୂମିର ବିକାଶ କରୁଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଗମନାଗମନ ପାଇଁ ରାସ୍ତା, ବ୍ରିଜ୍‌ ନିର୍ମାଣ ଜରୁରୀ। ଗତବର୍ଷ ନଭେମ୍ବରରେ ଉପଗ୍ରହ ଚିତ୍ର ଆସିବା ପରେ ଅରୁଣାଚଳପ୍ରଦେଶର ଭାଜପା ଏମ୍‌ପି ଟାପିର ଗାଓ ଏ ସମ୍ପର୍କରେ ଲୋକ ସଭାକୁ ସତର୍କ କରାଇଥିଲେ। ଉପର ସୁବନସିରିରେ ଚାଇନା ଦୁଇଥାକିଆ ରାସ୍ତା ନିର୍ମାଣ ଜାରି ରଖିଥିବା ଟାପିର କହିଛନ୍ତି। ସେମାନେ ଲେନ୍‌ସି ନଦୀ କୂଳରେ ରାସ୍ତା ନିର୍ମାଣ କରୁଛନ୍ତି। ନଦୀ ପାର୍ଶ୍ୱରୁ ଦେଖିଲେ ଚାଇନା ଉପର ସୁବନସିରି ଜିଲାର ୬୦-୭୦ କିଲୋମିଟର ଭିତରକୁ ପଶିଆସିଲାଣି ବୋଲି ଭାଜପା ଏମ୍‌ପି ସତର୍କ କରାଇଥିଲେ।
ଚାଇନାର ଗ୍ରାମ ନିର୍ମାଣ କଥାକୁ ସୋମବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ସ୍ବୀକାର କରିଛି। କୂଟନୈତିକ ସ୍ତରରେ ବେଜିଂ ନିକଟରେ ଏହାର ପ୍ରତିବାଦ କରାଯାଇଛି କି ବୋଲି ପ୍ରଶ୍ନ ହେବାରୁ ମନ୍ତ୍ରଣାଳୟ ସିଧାସଳଖ ଉତ୍ତର ନ ଦେଇ ସରକାର ସମସ୍ତ ନିର୍ମାଣ ଉପରେ ତୀକ୍ଷ୍ଣ ନଜର ରଖିଥିବା କଥା କହିଛି। ଭାରତୀୟ ଅଞ୍ଚଳ ମଧ୍ୟରେ ଚାଇନା ଗାଁ ରହିଥିବା ସର୍ଭେୟର ଜେନେରାଲ ଅଫ୍‌ ଇଣ୍ଡିଆର ଅନ୍ୟଲାଇନ ମ୍ୟାପରେ ସ୍ପଷ୍ଟ ଭାବେ ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri