ଧନୀଘରର ପୁଅଙ୍କୁ ବିବାହ କରିବାକୁ ଚାହୁଁଥିଲେ କରନ୍ତୁ ଏହି ସର୍ଜରୀ, କ୍ଲିନିକ୍‌ ଦେଉଛି ବମ୍ପର ଅଫର

ସାଂଘାଇ,୨୪।୧: ଯେକୌଣସିି ବ୍ୟବସାୟ ଚଳାଇବା ପାଇଁ ହେଲେ ଏକ ଭଲ ମାର୍କେଟିଂ ଷ୍ଟ୍ରାଟେଜୀ ରହିବା ଜରୁରୀ। ଆପଣ ଭଲଭାବରେ ଜାଣିଥିବେ ଯେ, ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବ୍ୟବସାୟୀମାନେ ବିଭିନ୍ନ ପ୍ରକାରର ଲୋଭନୀୟ ଅଫର ଆଣିଥାନ୍ତି। କିଛି ଲୋକ ତାଙ୍କ ସେବାରେ ବମ୍ପର ଡିସକାଉଣ୍ଟ ପ୍ରଦାନ କରୁଥିବାବେଳେ ଅନ୍ୟମାନେ ମାଗଣା ଅଫର ଦେଇ ମଧ୍ୟ ଆକର୍ଷିତ କରିଥାନ୍ତି। ନିକଟରେ ଚାଇନାର ଏକ କସମେଟିକ ସର୍ଜରୀ କ୍ଲିନିକ ଏପରି ଅଫର ଦେଇଛି ଯାହାକୁ ଶୁଣି ଆପଣଙ୍କ ହୋସ୍‌ ଉଡିଯିବ।

ସାଂଘାଇର ‘ଜିନ ବିୟୁଟି ବାୟୋଜେନେଟିକ ଇଞ୍ଜିନିୟରିଂ କର୍ପୋରେସନ ଲିମିଟେଡ’ ମହିଳାଙ୍କୁ ଏକ ଅଦ୍ଭୁତ ଅଫର ଦେଇଛି। ଅଫରରେ କମ୍ପାନୀ ଦାବି କରିଛ, ମହିଳାମାନେ ଯଦି ଏଠାରେ ତାଙ୍କର ସ୍ବତନ୍ତ୍ର ପ୍ଲାଷ୍ଟିକ ସର୍ଜରୀ କରନ୍ତି, ତେବେ କେବଳ ତାଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ତା’ ନୁହେଁ, ଧନୀଘରର ପୁଅମାନେ ମଧ୍ୟ ତାଙ୍କୁ ବିବାହ କରିବେ।
କମ୍ପାନୀ ଆହୁରି କହିଛ, ସର୍ଜରୀ କରିବା ପରେ କେବଳ ଧନୀଘରର ପୁଅମାନେ ତାଙ୍କୁ ପସନ୍ଦ କରିବେ। କ୍ଲିନିକ ଏଥିପାଇଁ ସେମାନଙ୍କ ଠାରୁ ଭଲ ରାଶି ଆଦାୟ କରୁଛି।

ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ଏହି କମ୍ପାନୀ ସୋସିଆଲ ମିଡିଆରେ ଏପରି ଅଜବ ବିଜ୍ଞାପନ ଦେଇ ମହିଳାଙ୍କୁ କସମେଟିକ ସର୍ଜରୀ କରିବାକୁ ଉତ୍ସାହିତ କରିଛି।
ତେବେ ଏପରି ଲୋଭନୀୟ ଓ ମିଥ୍ୟା ପ୍ରତିଶ୍ରୁତି ବିଜ୍ଞାପନ ଦେଇ ନିଜ ଜାଲରେ ଏହି କମ୍ପାନୀ ନିଜେ ଫଶିଯାଇଛି। ବିଜ୍ଞାପନର ନିୟମ ଉଲ୍ଲଂଘନ କରି ଗ୍ରାହକଙ୍କୁ ପ୍ରଲୋଭିତ କରିଥିବାରୁ ଚାଇନା କର୍ତ୍ତୃପକ୍ଷ, କମ୍ପାନୀ ଉପରେ ଭାରି ଜରିମାନା ଲଗାଇଛନ୍ତି। କମ୍ପାନୀକୁ ବର୍ତ୍ତମାନ ୩୦ ହଜାର ୟୁଆନ (ସାଢେ ୩ ଲକ୍ଷରୁ ଅଧିକ)ଟଙ୍କା ଦେବାକୁ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପରେ ଏହି ଦେଶ ପାଇଁ ଟାରିଫ କମ୍‌ କଲେ ଟ୍ରମ୍ପ, କିଛି ଉତ୍ପାଦନ ହେଲା ଡ୍ୟୁଟି ଫ୍ରି

ଓ୍ବାଶିଂଟନ,୧୦।୨: ଭାରତ ପରେ, ଆମେରିକା ଏବଂ ବାଂଲାଦେଶ ମଧ୍ୟରେ ଏକ ନୂତନ ବାଣିଜ୍ୟ ଚୁକ୍ତିନାମା ହୋଇଛି, ଯାହା ଅଧୀନରେ ଆମେରିକା ମଧ୍ୟ ବାଂଲାଦେଶୀ ଉତ୍ପାଦ ଉପରେ ଶୁଳ୍କ…

ପ୍ରେମକୁ ମଜଭୁତ କରିବ ଟେଡି ଡେ’

ଭୁବନେଶ୍ୱର,୧୦ା୨(ସୌମ୍ୟରଞ୍ଜନ ରାଉତ):ଭାଲେଣ୍ଟାଇନ୍ସ ସପ୍ତାହର ତୃତୀୟ ଦିବସ ସୋମବାର ଚକୋଲେଟ୍‌ ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଚକୋଲେଟ ଦେଇ ସମ୍ପର୍କରେ ମଧୁରତା ବୃଦ୍ଧି କରିଥିଲେ। ମଙ୍ଗଳବାର ଚତୁର୍ଥ ଦିବସକୁ ଟେଡି…

ରାତିରେ ବିଷମିଶା କ୍ଷୀର ପିଇ ଶୋଇପଡ଼ିଲେ ପୁରା ପରିବାର, ସକାଳୁ ୫ଜଣଙ୍କ…

ଲକ୍ଷ୍ନୌ,୧୦।୨: ଉତ୍ତର ପ୍ରଦେଶର ମଥୁରାରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ଏହା ସମଗ୍ର ଅଞ୍ଚଳକୁ ଚକିତ କରିଦେଇଛି । ଜିଲାର ମହାବନ…

ତୈଳ ସଙ୍କଟ ଦେଖାଦେଲେ କେତେ ଦିନ ପର୍ଯ୍ୟନ୍ତ ରହିପାରିବ ଭାରତ? ଜାଣନ୍ତୁ ଦେଶରେ କେତେ ତେଲ ଗଚ୍ଛିତ ଅଛି

ନୂଆଦିଲ୍ଲୀ,୧୦।୨: ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର (୯ ଫେବୃଆରୀ, ୨୦୨୬) ରାଜ୍ୟ ସଭାରେ ସୂଚନା ଦେଇଛନ୍ତି ଯେ ଭାରତରେ ୭୪ ଦିନ ପାଇଁ ତୈଳ…

ନିଜ ଦଳର ମନ୍ତ୍ରୀଙ୍କୁ ଘେରିଲେ ମୈଥିଳୀ ଠାକୁର: ଗୃହରେ ସମସ୍ତେ ଆଶ୍ଚର୍ଯ୍ୟ

ପାଟନା,୧୦।୧: ବିହାର ବିଧାନସଭାର ବଜେଟ ଅଧିବେଶନରେ ସରକାରୀ ହସ୍ପିଟାଲଗୁଡ଼ିକର ଶୋଚନୀୟ ଅବସ୍ଥା ପୁଣି ଥରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଏଥର ଯୁବ ବିଧାୟକ ଏବଂ ପ୍ରସିଦ୍ଧ ଲୋକ…

‘ୟେ ଦୋସ୍ତି ହମ୍‌ ନେହିଁ ତୋଡେଙ୍ଗେ’, ଭାରତକୁ ନେଇ ରୁଷିଆର ବଡ଼ ବୟାନ, ପାକିସ୍ତାନ ଶୁଣିଲେ…

ନୂଆଦିଲ୍ଲୀ,୧୦।୨: “ୟେ ଦୋସ୍ତି ହମ୍‌ ନେହିଁ ତୋଡେଙ୍ଗେ” ଶୋଲେର ଜୟ ଏବଂ ବୀରୁଙ୍କ ବନ୍ଧୁତା ଉପରେ ଆଧାରିତ ଏହି ଗୀତଟି ରୁଷିଆ ଏବଂ ଭାରତ ପାଇଁ ଉପଯୁକ୍ତ।…

ପାକିସ୍ତାନର ନାହିଁ ଦମ୍‌! ପୂର୍ବରୁ ଭାରତ କରି ସାରିଛି ମ୍ୟାଚ ବୟକଟ

ନୂଆଦିଲ୍ଲୀ,୧୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ICC T20 ବିଶ୍ୱକପ ମ୍ୟାଚ ନେଇ ବିବାଦର ଅନ୍ତ ଘଟିଛି। ICC ବୈଠକ ପରେ ସୋମବାର PCB ଏବଂ ପାକିସ୍ତାନ…

ଘରର ଛାତ ଉପରେ ରଖନ୍ତୁନି ଏପରି ଜିନିଷ: ହୋଇପାରେ ବଡ଼ କ୍ଷତି

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଛାତ ଉପରେ କିଛି ଜିନିଷ ରଖିବା ବର୍ଜିତ। କାହିଁକି ନା ଏହାଦ୍ୱାରା ବାସ୍ତୁଦୋଷ ଲାଗିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଅନାବଶ୍ୟକ ସାମଗ୍ରୀ ରଖିବା ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri