ଭାରତ ଡରରେ ନାଭିଗେଶନ ସିଷ୍ଟମ ବନ୍ଦ କଲା ଚାଇନା…

ବେଜିଂ,୩୦।୧୦: ଭାରତ ଡରରେ ଚାଇନା ଏହାର ନାଭିଗେଶନ ସିଷ୍ଟମ୍‌କୁ ବନ୍ଦ କରି ଦେଇଛି। ଚାଇନା ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ) ହଠାତ୍‌ ଏହାର ନାଭିଗେଶନ ସିଷ୍ଟମ ବେଇଦୁକୁ ଭାରତ ସୀମାରେ ବ୍ୟବହାର ଲାଗି ଚାଇନା ନିଷେଧାଦେଶ ଜାରି କରିଛି। ଭାରତ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ସହିତ ଏହାର ମନିଟରିଂ ମେକାନିଜିମ ବୃଦ୍ଧି କରିଛି।

ଏହାକୁ ଦୃଷ୍ଟିରେ ରଖି ଚାଇନା ନିଜର ଷ୍ଟାଣ୍ଡରେ ପରିବର୍ତ୍ତନ କରିଛି। ବିଗତ ଦିନରେ ଚାଇନା ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ବହୁ ଚେଷ୍ଟା କରିଛି। ଏହାକୁ ନେଇ ଭାରତ ସତର୍କ ରହିଛି ଏବଂ ଏଲ୍‌ଏସିରେ ତୀକ୍ଷ୍‌ଣ ନଜର ରଖିଛି। ସମସ୍ତ ସିସିଟିଭି ଉପକରଣର ମଧ୍ୟରେ ସମନ୍ବୟ ବୃଦ୍ଧି କରାଯାଇ କରିଏଲ୍‌ଏସିର ସମ୍ବେଦନଶୀଳ ଅଞ୍ଚଳରେ ନୀରିକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ।

ଭାରତୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଭାରତର ତଦାରଖ ବୃଦ୍ଧି ପାଉଥିବାରୁ ଗତ ଏକ ମାସ ମଧ୍ୟରେ ଉତ୍ତର ସୀମାରେ ଥିବା ବେଇଦୁ ଟର୍ମିନାଲର କାର୍ଯ୍ୟକଳାପରେ ହ୍ରାସ ଘଟିଛି। ଚାଇନା ପକ୍ଷରୁ ଏହି ସିଷ୍ଟମ ୨୦୨୦ ଜୁନ ୨୩ରେ ଆରମ୍ଭ କରାଯାଇଥିଲା।

ବର୍ତ୍ତମାନ ଚାଇନା ଏହାର ମହତ୍ତ୍ୱାକାକ୍ଷୀଂ ବେଲ୍ଟ ଏବଂ ରୋଡ ଇନିସିଏଟିଭ ଅଞ୍ଚଳରେ ବିଭିନ୍ନ ଦେଶରେ ଏହାର ବେଇଦୁ ନାଭିଗେଶନ ସିଷ୍ଟମର ବ୍ୟବହାର ଜାରି ରଖିବା ଉପରେ ଗୁରୁତ୍ୱାରୋପ କରୁଛି। ସମ୍ପ୍ରତି ବେଇଦୁ ନାଭିଗେଶନ ସିଷ୍ଟମ୍‌ରେ ପାକିସ୍ତାନ, ଇଜିପ୍ଟ ଏବଂ ଇଣ୍ଡୋନେସିଆ ସମେତ ପ୍ରାୟ ୩୦ ଟି ଦେଶକୁ ଅନ୍ତର୍ଭୁକ୍ତ କରାଯାଇଛି।

ବେଇଦୁ ଆମେରିକୀୟ ଜିପିଏସର ପ୍ରଣାଳୀ ବିଡିଏସ୍‌ର ମୁକାବିଲା ଲାଗି ପ୍ରସ୍ତୁତ କରାଯାଇଥିବା ଚର୍ଚ୍ଚା ହୋଇଥିଲା। ବେଇଦୁ ବିଶ୍ୱର ଚତୁର୍ଥ ବିଶ୍ୱସ୍ତରୀୟ ଉପଗ୍ରହ ନାଭିଗେସନ ସିଷ୍ଟମ। ଅନ୍ୟ ପ୍ରଣାଳୀଗୁଡ଼ିକ ମଧ୍ୟରେ ରୁଷିଆର ଗ୍ଲୋନାସ୍‌ ଏବଂ ୟୁରୋପୀୟ ୟୁନିଅନର ଗାଲିଲିଓ ଆଦି ରହିଛି।

ଭାରତ ପକ୍ଷରୁ ଇଣ୍ଡିଆନ ଆଞ୍ଚଳିକ ନାଭିଗେସନ ସାଟେଲାଇଟ ସିଷ୍ଟମ (ଆଇଆରଏନଏସଏସ) ନାମକ ନିଜର ନାଭିଗେସନ ସିଷ୍ଟମ ବିକାଶ କରୁଛି, ଯାହାର ନାମ ନାବିକ ରଖାଯାଇଛି।

ଚାଇନା ଆମେରିକାର ଜିପିଏସ ଆଧିପତ୍ୟକୁ ଶେଷ କରିବାକୁ ଏବଂ ଏସୀୟ ଅଞ୍ଚଳରେ ନିଜର ବିକଶିତ ନାଭିଗେସନ ସିଷ୍ଟମକୁ ସ୍ଥାପନ କରିବାକୁ ଚାହୁଁଛି। ଏଥିପାଇଁ ଚାଇନା ଏହାର ସ୍ପେସ ଏବଂ ଉପର ବାୟୁମଣ୍ଡଳ ରିସର୍ଚ୍ଚ କମିଶନ (ସୁପର୍କୋ)ରେ ଏକ ମନିଟରିଂ ଷ୍ଟେଶନ ସ୍ଥାପନ କରିଛି ଯାହାକି ବେଇଦୁ ଗ୍ଲୋବାଲ ନେଭିଗେଶନ ସାଟେଲାଇଟ ସିଷ୍ଟମ (ଜିଏନଏସଏସ) ର ତଦାରଖ ଏବଂ ମୂଲ୍ୟାଙ୍କନ କରିବାକୁ ସକ୍ଷମ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri