ଅର୍ଥନୀତିରେ ମହାନାୟକ ହୋଇପାରିବନି ଚାଇନା

ଡା. ଚିତ୍ତରଞ୍ଜନ ମିଶ୍ର

ଚାଇନାର ‘ଏକ ସନ୍ତାନ ନୀତି’ ୧୯୭୯ ରେ ବରିଷ୍ଠ ନେତା ଡେଙ୍ଗ୍‌ ଜିଆଓପିଙ୍ଗ୍‌ଙ୍କ ଦ୍ୱାରା ପ୍ରଣୟନ କରାଯାଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା ଚେୟାରମ୍ୟାନ ମାଓ ଯେଡଙ୍ଗଙ୍କ ବିଧ୍ୱଂସୀ ‘ଗ୍ରେଟ ଲିପ୍‌ ଫରୱାର୍ଡ’ ବା ସମ୍ମୁଖ ଭାଗକୁ ବିରାଟ ଲମ୍ଫ ପ୍ରଦାନ (୧୯୫୮-୧୯୬୨) ଏବଂ ଦି ଗ୍ରେଟ ପ୍ରୋଲେଟାରିଆନ୍‌ ‘କଲ୍ଚରାଲ ରିଭୋଲ୍ୟୁଶନ’ ବା ସାଂସ୍କୃତିକ ବିପ୍ଳବ (୧୯୬୬-୧୯୭୬) ଦ୍ୱାରା ୬୦ରୁ ୬୫ ନିୟୁତ ଲୋକ ମୃତ୍ୟୁବରଣ କଲାପରେ ଚାଇନା କମ୍ୟୁନିଷ୍ଟ ପାର୍ଟି ପ୍ରତି ସର୍ବସାଧାରଣ ଜନତାଙ୍କ ପୁନଃ ଅକୁଣ୍ଠ ସହଯୋଗ ଓ ସମର୍ଥନ ହାସଲ କରିବା। ଚାଇନାର ଭାଷା ଓ ଇତିହାସରେ ପ୍ରବୀଣ ଥିବା ଆମେରିକୀୟ ପ୍ରଫେସର ଡାଭିଡ୍‌ ଲ୍ୟାମ୍ପଟନ ଡେଙ୍ଗ୍‌ ଜିଆଓପିଙ୍ଗ୍‌ଙ୍କୁ ଗଭୀର ଭାବେ ଚିନ୍ତିତ ଥିବାର ଲକ୍ଷ୍ୟ କରିଥିଲେ, ଏଇଥିପାଇଁ କି ଯଦି ଚାଇନା କମ୍ୟୁନିଷ୍ଟ ପାର୍ଟି ଦେଶରେ ମୁଣ୍ଡ ପିଛା ଆୟର ଅଭିବୃଦ୍ଧିରେ ସେଭଳି କାୈଣସି ଉଲ୍ଲେଖଯୋଗ୍ୟ ଅଭିବୃଦ୍ଧି ଆଣି ନ ପାରେ ତେବେ ଏହା ଯାହା କିଛି ବି ସ୍ବଳ୍ପ ବୈଧତା ହାସଲ କରିଥିଲା ତାହା ମଧ୍ୟ ଚୁଲିମୁଣ୍ଡକୁ ଚାଲିଯିବ।
ଚାଇନା ଦେଶର ‘ଏକ ସନ୍ତାନ ନୀତି’ର ଫଳାଫଳ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସାବ୍ୟସ୍ତ ହେଲା। ୨୦୧୭ ମସିହାରେ ନ୍ୟାଶନାଲ ବ୍ୟୁରୋ ଅଫ ଷ୍ଟାଟିଷ୍ଟିକ୍ସ ଅନୁଯାୟୀ ଚାଇନାରେ ହାରାହାରି ଶିଶୁ ଜନ୍ମହାର ଜଣେ ମହିଳା ପିଛା ୧.୬କୁ ଖସି ଆସିଲା। ଅଣସରକାରୀ ତଥ୍ୟ ଅନୁଯାୟୀ ଏହା ୧.୦୫। ଆମେରିକାରେ ଜଣେ ମହିଳା ପିଛା ହାରାହାରି ଶିଶୁ ଜନ୍ମହାର ୧.୭୭ ଓ ଭାରତରେ ୨.୨୪ ଥିଲାବେଳେ ଚାଇନାରେ ତାହା ୧.୦୫ଥିଲା, ଯାହା କି ଜନସଂଖ୍ୟା ବଦଳ ହାର ବା ପପୁଲେସନ ରିପ୍ଲେସମେଣ୍ଟ ରେଟ୍‌ ୨.୧ଠାରୁ ମଧ୍ୟ କମ୍‌ ଥିଲା। ଏକେତ ଶିଶୁ ଜନ୍ମ ହାର ୧.୬ ସେଥିରେ ପୁଣି ଝିଅମାନଙ୍କ ସଂଖ୍ୟା ବହୁତ କମ୍‌। ଅନ୍ୟ ଦେଶମାନଙ୍କ ପରି ଚାଇନାରେ ମଧ୍ୟ ପୁଅ ପିଲାଟେ ପାଇଁ ବାପା ମାଆମାନେ ବେଶି ଆତୁର ହୋଇଥାଆନ୍ତି। ଆମେରିକାର ୟୁନିଭରସିଟି ଅଫ ୱିସକନସିନ, ମାଡିସନର ପ୍ରଫେସର ୱାଇ ଫୁକ୍ସିଆନଙ୍କ ଗବେଷଣାରୁ ଜଣାଯାଏ ଯେ ଚାଇନାର ୬୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଜନସଂଖ୍ୟା ବୃଦ୍ଧିର ଅନୁପାତ ୨୦୧୦ରେ ୧୦ ପ୍ରତିଶତରୁ ବଢି ୨୦୫୦ ବେଳକୁ ୩୨.୬ ପ୍ରତିଶତରେ ପହଞ୍ଚତ୍ୟାଇଥିବ। ଅନୁରୂପ ଭାବେ ଭାରତବର୍ଷରେ ଏହି ଚିତ୍ର ୫.୬ ଓ ୧୪.୨ ପ୍ରତିଶତ ଓ ଆମେରିକାରେ ୧୪.୬ ଓ ୨୩.୨ପ୍ରତିଶତ ହେବ। ଚାଇନାର ଲେବର ଫୋର୍ସ ବା ଶ୍ରମ ଶକ୍ତି ଯାହାଙ୍କର ବୟସ ପ୍ରାୟତଃ ୨୦ବର୍ଷରୁ ୬୪ବର୍ଷ ମଧ୍ୟରେ ତାହା ୨୦୧୭ରେ ଏକ ବିଲିୟନରୁ ହ୍ରାସ ଘଟି ୨୦୫୦ ବେଳକୁ ୭୮୭ ନିୟୁତ ହୋଇଯାଇଥିବ। ଅତଏବ ଆଗାମୀ ଦିନମାନଙ୍କରେ ଚାଇନାରେ କ୍ରମବର୍ଦ୍ଧିଷ୍ଣୁ ଭାବେ ବୃଦ୍ଧଲୋକଙ୍କ ସଂଖ୍ୟାରେ ଅଭିବୃଦ୍ଧି ଆଶାତୀତ ଭାବେ ଘଟିଚାଲିବ।
୨୦୧୬ରେ ଚାଇନା ସରକାର ପ୍ରତ୍ୟେକ ସ୍ବାମୀ-ସ୍ତ୍ରୀଙ୍କୁ ଦୁଇଟି ସନ୍ତାନ ଜନ୍ମ କରିବା ପାଇଁ କରିଥିବା ସୀମାରେଖାରେ ବୃଦ୍ଧି କରିଥିଲେ ମଧ୍ୟ ନବଜାତକଙ୍କ ସଂଖ୍ୟାର ଅଭିବୃଦ୍ଧିରେ ଆଶାଜନକ ସଫଳତା ହାସଲ କରାଯାଇପାରିନାହିଁ ବରଂ ଏହା ୨୦୧୬ର ପୂର୍ବବର୍ତ୍ତୀ ସ୍ଥିତି ଆଡକୁ ଖସିଯାଇଥିଲା । ଚାଇନାର ‘ଏକ ସନ୍ତାନ ନୀତି’ ଚାଇନାର ଶିଶୁ ଜନ୍ମ କରିବାର ମନୋଭାବକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି ଓ ସ୍ଥିତିକୁ ପରମ ଦୁର୍ଭାଗ୍ୟ ଆଡକୁ ଟାଣି ନେଇଯାଇଛି ।
ଏକାଧିକ ଯୁବ ସ୍ବାମୀ-ସ୍ତ୍ରୀ ଅର୍ଥନୈତିକ ଓ ଜୀବନଶୈଳୀ ଦୃଷ୍ଟି କୋଣରୁ ଦୁଇଟି ସନ୍ତାନ ଜନ୍ମ କରିବାକୁ ଆଦାୈ ଇଚ୍ଛା ପ୍ରକାଶ କରୁନାହାନ୍ତି ା ପ୍ରଫେସର ଫୁକ୍ସିଆନ କୁହନ୍ତି ଯେ, ୨୦୧୮ ମସିହାରୁ ଚାଇନାର ଜନସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେଲାଣି।
ଚାଇନାର ଆଞ୍ଚଳିକ ସ୍ତରରେ କ୍ଷମତାରେ ଆସୀନ ଥିବା ବ୍ୟକ୍ତିମାନେ ପ୍ରକୃତ ଜନସଂଖ୍ୟା ଓ ସ୍କୁଲରେ ନାମ ଲେଖା ସଂଖ୍ୟାକୁ ମାତ୍ରାଧିକ କରି ଦର୍ଶାଇଥାନ୍ତି, ଯଦ୍ଦ୍ବାରା କି ସେମାନେ କେନ୍ଦ୍ର ସରକାରଙ୍କଠାରୁ ଅଧିକ ଅର୍ଥ ଲାଭ କରିପାରିବେ। ଯଦି ଚାଇନା ତା’ର ସନ୍ତାନ ଉପତ୍ାଦିକା ଶକ୍ତିର ହାରକୁ ୧.୨ରେ ସ୍ଥିର କରି ରଖିପାରିବ ତେବେ ୨୦୫୦ବେଳକୁ ଜନସଂଖ୍ୟା ୧.୦୭ ବିଲିୟନକୁ ହ୍ରାସ ଘଟିବ ଏବଂ ୨୧୦୦ ବେଳକୁ ୪୮୦ ନିୟୁତ ହୋଇଥିବ।
ଚାଇନାରେ ଦିନ ପରେ ଦିନ ବୃଦ୍ଧତ୍ୱ ଲାଭ କରି ଚାଲୁଥିବା ଜନସଂଖ୍ୟାର ବହୁଦିଗବ୍ୟାପ୍ତ ପ୍ରଭାବ ଅନୁଭୂତ ହେବ। ଚାଇନା ତା’ର ସ୍ବାସ୍ଥ୍ୟ, ସାମାଜିକ କଲ୍ୟାଣ ଓ ପେନ୍‌ସନ ପାଇଁ ବହୁଳ ପରିମାଣର ପୁଞ୍ଜି ଆବଶ୍ୟକ କରିବ। ଚାଇନାର ସଞ୍ଚୟ ହାରରେ ମଧ୍ୟ ହ୍ରାସ ଘଟିବ। ଦେଶରେ ଯୁବ ଶକ୍ତିର ସଂଖ୍ୟାରେ କ୍ରମାଗତ ହ୍ରାସ ଫଳରେ ମାନୁଫାକ୍‌ଚରିଂ ଓ ରପ୍ତାନି କ୍ଷେତ୍ରରେ ହ୍ରାସ ପରିଲକ୍ଷିତ ହେବ ଏବଂ ସରକାରୀ ରାଜସ୍ବ ପରିମାଣ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ କମିଯିବ । ଏବେ ଚାଇନାରେ ବାର୍ଷିକ ମୁଣ୍ଡପିଛା ଆୟ ୧୦ହଜାର ଡଲାର। ପରନ୍ତୁ ଦିନକୁ ଦିନ ବୃଦ୍ଧଲୋକମାନଙ୍କର ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ଫଳରେ ଏବଂ ତତ୍‌ ସହ ଅର୍ଥନୈତିକ ଅଭିବୃଦ୍ଧି ହାରରେ ହ୍ରାସ ଘଟୁଥିବାରୁ ଚାଇନା ଆମେରିକା, ସିଙ୍ଗାପୁର, ଜାପାନ ଓ ଅନ୍ୟ ରାଷ୍ଟ୍ରମାନଙ୍କ ସହ ସମକକ୍ଷ ହେବା ପୂର୍ବରୁ ନିଜେ ଗୋଟିଏ ବୃଦ୍ଧ ରାଷ୍ଟ୍ର ହୋଇ ବିଶ୍ୱରେ ଉଭା ହୋଇଯିବ ା ଚାଇନାର ସଶସ୍ତ୍ର ବାହିନୀ ଏବେ ଭୟଙ୍କର ସଂଘର୍ଷମୟ ଜୀବନ ଅତିିବାହିତ କରୁଛନ୍ତି କାରଣ ‘ଏକ ସନ୍ତାନ ନୀତି’ରୁ ଜନ୍ମଲାଭ କରିଥିବା ସନ୍ତାନମାନେ କଷ୍ଟସାଧ୍ୟ ପରିସ୍ଥିତି ଓ ପରିବେଶରେ ଯୁଦ୍ଧ କରିବା ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ବୋଲି ପ୍ରାୟତଃ ସାବ୍ୟସ୍ତ ହେଉଛନ୍ତି।
ଜନସଂଖ୍ୟାରେ ହ୍ରାସ କ’ଣ ଚାଇନାରେ ଏକ ଅଧିକତର ଧନୀ ସମାଜ ସୃଷ୍ଟି କରିବ? ଜାପାନର ବରିଷ୍ଠ ଅର୍ଥନୀତିଜ୍ଞ ପ୍ରଫେସର ହିସାକାଜୁ କାଟୋ କୁହନ୍ତି, ଜାପାନର ଅଭିଜ୍ଞତା ଅନୁଯାୟୀ ଏହା ଆଦାୈ ସମ୍ଭବପର ନୁହେଁ। ଏହାର କାରଣ ହେଲା ଏକ କ୍ଷୁଦ୍ର ଜନସଂଖ୍ୟା ନାନାବିଧ ମାନବୀୟ ଗ୍ରୁପଙ୍କ ମଧ୍ୟରେ ବୌଦ୍ଧିକ ଭାବାବେଗ ବିନିମୟରେ ହ୍ରାସ ଘଟାଇଥାଏ ଏବଂ ତତ୍‌ସହ ଦେଶରେ ‘ଗ୍ରେଟ ଇନ୍ନୋଭେଟର୍ସ’ ବା ପ୍ରଖ୍ୟାତ ନବଭାବର ପ୍ରବର୍ତ୍ତକ ସୃଷ୍ଟି କରିବାର ସୁଯୋଗରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଥାଏ। ଚାଇନା ତା’ର ଦ୍ରୁତ ଟି.ଏଫ.ପି. ଅଭିବୃଦ୍ଧିକୁ ହାସଲ କରିସାରିଲାଣି ଏବଂ ଏହା ପଛର ମୂଳ କାରଣଟି ହେଲା ଚାଇନା ଦେଶାନ୍ତର ଗମନ କରୁଥିବା ତା’ର ବହୁସଂଖ୍ୟକ ଶ୍ରମିକଙ୍କୁ କୃଷିକ୍ଷେତ୍ରରୁ ଆଣି ମାନୁଫାକ୍‌ଚରିଂ କ୍ଷେତ୍ରରେ ବିନିଯୋଗ କଲା ଏବଂ ରାଜ୍ୟ ମାଲିକାନାରେ ଥିବା ଉଦ୍ୟୋଗ, ହାଉସିଂ ଓ ଅନ୍ୟାନ୍ୟ ସେକ୍ଟରଗୁଡିକରେ ସଂସ୍କାର ବ୍ୟବସ୍ଥାର ପ୍ରଚଳନ କଲା। ୧୯୮୦ଦଶକରେ ଚାଇନାର ଟୋଟାଲ ଫ୍ୟାକ୍‌ଟର ପ୍ରଡକ୍ଟିଭିଟି (ଟି.ଏଫ.ପି.) ବାର୍ଷିକ ୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କଲା ଓ ୧୯୯୧-୯୫ ମଧ୍ୟରେ ମଧ୍ୟ ୭ ପ୍ରତିଶତ ଅଭିବୃଦ୍ଧି ହାସଲ କଲା। କିନ୍ତୁ ୧୯୯୫ରୁ ୨୦୧୦ମଧ୍ୟରେ ଏହା ୪ପ୍ରତିଶତକୁ ଏବଂ ୨୦୧୦ରୁ ୨୦୧୫ ମଧ୍ୟରେ ଏହା ୨ ପ୍ରତିଶତକୁ ଖସି ଆସିଲା। ପରବର୍ତ୍ତୀ ସମୟରେ ଏହା ଆହୁରି ତଳକୁ ତଳକୁ ଖସି ଆସିଲା।
ଟି.ଏଫ.ପି.ର ଅଭିବୃଦ୍ଧିରେ ତିନୋଟି ଫ୍ୟାକ୍ଟର ଅତ୍ୟନ୍ତ କ୍ରିଟିକାଲ ବୋଲି ପରିଗଣିତ ହୋଇଥାଏ, ଯଥା- ମାର୍କେଟ ରିଫର୍ମ ବା ବଜାର କ୍ଷେତ୍ରରେ ସଂସ୍କାର, ଶାସନ ତନ୍ତ୍ର ବା ଶାସନ ପଦ୍ଧତିରେ ଉତ୍କର୍ଷ ସାଧନ ଏବଂ ମାନୁଫାକ୍‌ଚରିଂ ଓ ସର୍ଭିସ କ୍ଷେତ୍ରରେ ମାନବିକ ଦକ୍ଷତାରେ ଉନ୍ନତି। ବହୁ ଅର୍ଥନୀତିଜ୍ଞ ଯୁକ୍ତି ବାଢିଥାନ୍ତି ଯେ ଟି.ଏଫ.ପି.ର ଅଭିବୃଦ୍ଧିରେ ଦ୍ରୁତ ଉନ୍ନତି କ୍ଷିପ୍ର ଏବଂ ଉଦାର ଅର୍ଥନୈତିକ ସଂସ୍କାର ପ୍ରକ୍ରିୟା ସହ ଜଡିତ। ଚାଇନା କ୍ଷେତ୍ରରେ ରାଷ୍ଟ୍ରପତି ଜୀ ଜିନପିଙ୍ଗ ବଜାର ସଂସ୍କାର ଏବଂ ଦ୍ରବ୍ୟର କ୍ରୟ ଓ ବ୍ୟବହାରରେ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ହେଲେ ପ୍ରକୃତପକ୍ଷେ ସେଭଳି କାୈଣସି ପ୍ରଗତି ଦୃଷ୍ଟିଗୋଚର ହୋଇନାହିିଁ ବିଶେଷ କରି ସେବା କ୍ଷେତ୍ର ବ୍ୟାଙ୍କିଙ୍ଗ୍‌, ଇନ୍ସୁରାନ୍ସ, ଶିକ୍ଷା ଅବା ଏକ ସ୍ବତନ୍ତ୍ର ଲିଗାଲ୍‌ ବ୍ୟବସ୍ଥା ପ୍ରତିଷ୍ଠା କରି କଣ୍ଟ୍ରାକ୍ଟ ଅବା ଏକ ସୃଜନଶକ୍ତି ସମ୍ପନ୍ନ ଶିକ୍ଷା ବ୍ୟବସ୍ଥାର ପ୍ରବର୍ତ୍ତନ ଆଶାନୁରୂପ ଫଳପ୍ରଦାନ କରିପାରିନାହିଁ। ୨୦୦୮ ପରେ ଚାଇନାର ଅର୍ଥନୈତିକ ଅଭିବୃଦ୍ଧି କ୍ରମାଗତ ଭାବେ ପ୍ରଚୁର ସରକାରୀ ପୁଞ୍ଜିନିବେଶ ଦ୍ୱାରା ହିଁ ପରିଚାଳିତ ହୋଇଅଛି, ଯାହା କି ଏକାଧିକ ଅଫଳପ୍ରଦ ସମ୍ପତ୍ତିର ସୃଷ୍ଟିରେ ସହାୟକ ହୋଇଅଛି।
ଚାଇନାର ରାଷ୍ଟ୍ରପତି ଜୀ.ଜିନପିଙ୍ଗଙ୍କ ପ୍ରଶାସନ ସଂସ୍କାର ଦିଗରେ ଆଦୌ ଅଗ୍ରସର ହେଉନାହିଁ, ଯେଉଁ ସଂସ୍କାର ବ୍ୟବସ୍ଥା କି ବିକଶିତ ରାଷ୍ଟ୍ରମାନଙ୍କୁ ମର୍ଯ୍ୟାଦାର ସହ ଉଚ୍ଚଆସନ ପ୍ରଦାନ କରିପାରିଛି । ଚାଇନା ତା’ର ନିଜର ସ୍ବତନ୍ତ୍ର ଏଜେଣ୍ଡା ପ୍ରଣୟନ କରୁଛି, ଯାହା କି ମୁଖ୍ୟତଃ ପ୍ରଶାସନିକ ଓ ଅମଲାତନ୍ତ୍ରିକ ସ୍ତରର ଅଭିବୃଦ୍ଧିରେ ସୀମିତ ଏବଂ ତାହା ଆନୁଷଙ୍ଗିକ ଭାବେ ଅର୍ଥନୀତି ଉପରେ କମ୍ୟୁନିଷ୍ଟ ପାର୍ଟିର ନିୟନ୍ତ୍ରଣକୁ ସାବ୍ୟସ୍ତ କରୁଛି। ଏପରି କି ବହୁ ଚୀନୀୟ ଅର୍ଥନୈତିଜ୍ଞ ରାଷ୍ଟ୍ରପତି ଜୀ.ଜିନପିଙ୍ଗଙ୍କ ପରିଯୋଜନା ଯାହା କି ଟୋଟାଲ ଫ୍ୟାକ୍‌ଟର ପ୍ରଡକ୍ଟିଭିଟି ଓ ଉଚ୍ଚତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ ତାକୁ ନେଇ ଗଭୀର ସନ୍ଦିହାନ। ଯେହେତୁ ଆଗାମୀ ଦିନରେ ଚାଇନାରେ ବୁଢା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢି ବଢି ଚାଲିବ, ଅର୍ଥନୈତିକ ରୂପରେଖ ମଧ୍ୟ ଜଟିଳରୁ ଜଟିଳତର ହେବ ଓ ସମସ୍ୟାର ଚକ୍ରବୂ୍ୟହ ମଧ୍ୟରେ ପଡି ଚାଇନା ନିଷ୍ପେଷିତ ଓ ଜର୍ଜରିତ ହେବାକୁ ବାଧ୍ୟ ହେବ।
ବି /୩, ଏଚ.ଆଇ.ଜି. କଲୋନୀ, ବରମୁଣ୍ଡା ହାଉସିଂ ବୋର୍ଡ, ଭୁବନେଶ୍ୱର
ମୋ-୯୩୩୮୨୦୪୯୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri