Posted inଖେଳ

ଆମେରିକାକୁ ହରାଇଲା ଚାଇନା

ଭୁବନେଶ୍ୱର, ୮।୨ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ରେ ବୁଧବାର ଚାଇନା ୩-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଚଳିତ ଲିଗ୍‌ରେ ଚାଇନାର ଏହାଥିଲା ୪ ମ୍ୟାଚରୁ ତୃତୀୟ ବିଜୟ। ଏଥିସହ ଦଳ ଏହାର ଭୁବନେଶ୍ୱର ଚରଣ ଶେଷ କରିଛି। ଭାରତକୁ ୨-୧ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିବା ଚାଇନା ପରବର୍ତ୍ତୀ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩-୦ରେ ପରାସ୍ତ କରିଥିଲା। ପରବର୍ତ୍ତୀ ମ୍ୟାଚରେ ଦଳ ନେଦରଲାଣ୍ଡ୍ସଠାରୁ ୧-୩ ଗୋଲରେ ପରାଜିତ ହୋଇଥିବାବେଳେ ଏବେ ଆମେରିକାକୁ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ଚାଇନା ୯ ପଏଣ୍ଟ ସହିତ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ବୁଧବାର ମ୍ୟାଚରେ ଚାଇନା ପକ୍ଷରୁ ଜୋଉ ମେରଙ୍ଗ ୮ମ ମିନିଟରେ ଗୋଟିଏ ଏବଂ ଡାନ୍‌ ଓ୍ବେଙ୍ଗ୍‌ ୨୬ ଓ ୪୭ତମ ମିନିଟରେ ୨ଟି ଫିଲ୍ଡ ଗୋଲ ଦେଇଥିଲେ। ଆମେରିକା ପକ୍ଷରୁ ସୁମଫେଷ୍ଟ ଜ୍ୟାକଲିନ୍‌ ୫୮ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ।
ମ୍ୟାଚର ୪ଟି ଯାକ କ୍ୱାର୍ଟରରେ ଚାଇନା ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଆକ୍ରମଣାତ୍ମକ ରଣନୀତିରେ ଖେଳି ଆସିଥିବା ଏହି ଦଳ ଏଠାରେ ମଧ୍ୟ ସମାନ ଯୋଜନାରେ ସଫଳ ହୋଇଥିଲା। ପ୍ରଥମ କ୍ୱାର୍ଟରରେ ମେରଙ୍ଗ୍‌ଙ୍କ ଗୋଲ ଆମେରିକା ଉପରେ ଚାପ ପ୍ରୟୋଗ କରିଥିଲା। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଅନୁରୂପ ଅବସ୍ଥା। ୨୬ତମ ମିନିଟରେ ଓ୍ବେଙ୍ଗ୍‌ ନିଜ ପ୍ରଥମ ଗୋଲ ଦେଇ ପ୍ରଥମାର୍ଦ୍ଧ ଶେଷ ବେଳକୁ ଚାଇନାର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ। ତୃତୀୟ କ୍ୱାର୍ଟରରେ ଗୋଲ ହୋଇ ନ ଥିବାବେଳେ ୪ର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଗୋଲ ପରିଶୋଧ ପାଇଁ ଆମେରିକା ଭରପୂର ପ୍ରୟାସ କରିଥିଲା। ତେବେ ୪୭ତମ ମିନିଟରେ ଓ୍ବେଙ୍ଗ୍‌ଙ୍କ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଚାଇନାକୁ ଡ୍ରାଇଭର ଶିଟ୍‌ରେ ବସାଇ ଦେଇଥିଲା। କେବଳ ଏହି କ୍ୱାର୍ଟରରେ ଆମେରିକା ୭ଟି ପେନାଲ୍ଟି କର୍ନର ପାଇଥିଲା। ତେବେ ଏଥିରୁ ଗୋଟିଏକୁ କେବଳ ଗୋଲରେ ପରିଣତ କରି ପାରିଥିଲା। ଓଭରଅଲ୍‌ ଦେଖିବାକୁ ଗଲେ ପୂରା ମ୍ୟାଚରେ ଚାଇନା ୫ଟି ଓ ଆମେରିକା ୧୦ଟି ପେନାଲ୍ଟି କର୍ନର ପାଇଥିଲା। ମାତ୍ର ଚାଇନାର କୌଶଳ ଆଗରେ ଆମେରିକା ହାର ମାନିବାକୁ ବାଧ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri